କ୍ରାଇମବ୍ରାଞ୍ଚ STF କବଜାରେ ନିଶା ବେପାରୀ

23 0

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ୍ରାଜିଙ୍ଗ ଗ୍ରାମରେ ରେଡ଼  l  ୨ କେଜି ଅଫିମ, ୨ କେଜି ଗଞ୍ଜେଇ ପାଉଡର ଓ ୬୦  ପ୍ୟାକେଟ ସିଗାରେଟ ସହହରିଣ ଛାଲ, କଇଁଛ ଛାଲ ଓ ବାରାହା ଦାନ୍ତ ଜବତ କରିଛି STF ।  ଜଣେ ନିଶା ବେପାରୀ କୁ ଗିରଫ କରିବାରେ ସଫଳ ହୋଇଛି STF । ଅଭିଯୁକ୍ତ ଜଣକ ହେଲେ ଅବସର ପ୍ରାପ୍ତ କର୍ପୋରେସନ କର୍ମଚାରୀ ସନାତନ ପ୍ରଧାନ । ଜବତ ଅଫିମର ଆନୁମାନିକ ମୂଲ୍ୟ୩  ଲକ୍ଷ ଟଙ୍କା ଓ ଗଞ୍ଜେଇ ପାଉଡ଼ର ମୂଲ୍ୟ ୫୦ ହଜାର ହେବ । ତେବେ କେବେ ଠୁ ଚାଲିଛି ରାକେଟ ଏଥିରେ କେଉଁ କେଉଁ ମାନେ ସମ୍ପୃକ୍ତ ରହିଛନ୍ତି ତାହା ଅଧିକ ତଦନ୍ତ କରୁଛି STF ।

ସୂଚନା ଅନୁଯାୟୀ ଗତକାଲି କୌଣସି ସୂତ୍ର ରୁ ଖବର ପାଇ STF ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ୍ରାଜିଙ୍ଗ ଗ୍ରାମର ସନାତନ ପ୍ରଧାନ ଙ୍କ ଘରେ ଚଢ଼ାଉ କରିଥିଲେ । ସେଠାରୁ ବ୍ୟାପକ ନିଶା ଦ୍ରବ୍ୟ ସହ ଜନ୍ତୁ ଚମଡା ଓ ଦାନ୍ତ ଜବତ କରିଛି STF । ଅନ୍ୟପଟେ ପୋଲିସ ର ନାକ ତଳେ କିଭଳି ଏତେ ବଡ଼ ରାକେଟ ଚାଲୁଥିଲା କିନ୍ତୁ କୌଣସି ଅଧିକାରୀ ଜାଣିପାରିଲେନି କେମିତି । ବାରମ୍ବାର ବୌଦ୍ଧ ଜିଲ୍ଲା ରେ ବନ୍ୟ ଜନ୍ତୁ ଶିକାର ହେଉଛି l

ଖୋଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଙ୍କ ଜିଲ୍ଲା ରେ l ପୁରୁଣାକଟକ ପୋଲିସ କରୁଛି କଣ । ନାମ କୁ ମାତ୍ର ଚାଲିଛି ପେଟ୍ରୋଲିଂ ଵ୍ୟବସ୍ଥା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଅନ୍ୟପଟେ ଦିନ ଦ୍ବିପ୍ରହରରେ ସନାତନ ଚାରିଛକ ବଜାର ଉପରେ ନିଶା ବେପାର ସହ ନିଶା ସେବନ କରନ୍ତି କିନ୍ତୁ ପୋଲିସ ସବୁ ଦେଖି ଚୁପ ରହିବାର କାରଣ କଣ ବୋଲି ପ୍ରଶ୍ନ ଉଠୁଛି । ପୋଲିସ ସହ ଭିତିରିଆ ସଲାସୁତୁରା ରେ ଚାଲିଥିଲା କି ସନାତନ ଙ୍କ ନିଶା ସାମ୍ରାଜ୍ୟ । ଏଭଳି କିଛି ଏବେ ଚର୍ଚ୍ଚା ଜୋର ଧରିଛି l

Related Post

ବିଦେଶୀ ମଦ ସହିତ ଦେଶୀ ମଦ ଜବତ ଜଣେ ଗିରଫ

Posted by - March 14, 2023 0
କେସିଙ୍ଗା:( ପ୍ରିଟେଶ୍ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ପରଲସୀଙ୍ଗା ଗ୍ରାମରେ ଗତକାଲି ରାତିରେ ହର ଦେବ ଗୌଡ (ପିତା ବିଶ୍ଵନାଥ ଗୌଡ ) ନାମକ ଜଣେ ବ୍ୟକ୍ତିଙ୍କ…

ମାର୍କଣ୍ଡପୁର ଠାରେ ଏଟିଏମ ଭାଂଗି ଟଙ୍କା ଲୁଟ ପାଇଁ ଉଦ୍ୟମ

Posted by - April 2, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାରିଆଡେ କୋରୋନା ପାଇଁ ଲକ ଡାଉନ ଥିବା ବେଳେ ଏଟିଏମ ଭାଂଗି ଟଙ୍କା ଲୁଟ ପାଇଁ ଉଦ୍ୟମ କରିଛନ୍ତି ଲୁଟେରା । ଯାଜପୁର ଥାନା…

ୟୁଟ୍ୟୁବ ଚାନେଲ କରି ରଖିଥିଲା ସାପ ସହ ବିରଳ ପ୍ରଜାତିର ସରିସୄପ, ମାଡି ବସିଲା ବନବିଭାଗ ୧ ଗିରଫ

Posted by - August 24, 2022 0
ସମ୍ବଲପୁର :୨୩/୦୮ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲାର ସଦର ରେଞ୍ଜ ବନବିଭାଗ କୁ ମିଳିଛି ବଡ ସଫଳତା । ନିଜେ ଗୋଟିଏ ୟୁଟ୍ୟୁବ ଚାନେଲ କରି ନିଜ ଘରେ ବିଷଧର…

ହରଭଙ୍ଗା ପୋଲିସ ର ସଫଳତା, ୨ ବାଇକ ଜବଦ ସହିତ ୪ ଗଂଜେଇ ମାଫିଆ ଗିରଫ.

Posted by - May 27, 2023 0
ହରଭଙ୍ଗା :୨୭/୦୫ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ର ସୀମାନ୍ତ ଅଂଚଳ କୁ ଗ୍ରୀନ ଡାଇମଣ୍ଡ ବା ଗଂଜେଇକୁ ଭୁ ସ୍ୱର୍ଗ କୁହାଯାଉଥିବା ବେଳେ ଆଜି…