Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଗ୍ରାମବାସୀଙ୍କ ଦାବୀ

23 0

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ହରଭଙ୍ଗା ପଂଚାୟତ ର ସୁରୁଣ୍ଡି ଗ୍ରାମବାସୀ ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାର ଙ୍କୁ ଏକ ଦାବୀ ପତ୍ର ଦେଇଥିବା ଜଣାପଡ଼ିଛି। ସୁଚନା ମତେ ୧୯୯  ମସିହା ପୁର୍ବ ରୁ ହାରଭଙ୍ଗା RI ସର୍କଲ ର ମଲିକପଡ଼ା, ଭେଜିଗୋଡା, ସୁରୁଣ୍ଡି, ସମ୍ବଲପୁର, ବିଶିପାଲି, ଶଙ୍କରଡ଼ା, ଓ ଛେଳିଖାଇ ମଧ୍ୟରେ ପ୍ରାୟ ୮୦୦ ଏକର୧୯୯୦  ଜଙ୍ଗଲ ଜମି ଅଣବନ୍ଦୋବସ୍ତ ହିସାବ ରେ ଥିଲା। ଏହି ଜଙ୍ଗଲ ଜମି ରେ ପୁରୁଷାନୁକ୍ରମେ ଉକ୍ତ ଗ୍ରାମ ର ଗ୍ରାମବାସୀ ମାନେ ବନ୍ଧ ତିଆରି ଗୋଟେ ଅଣା ଦ୍ଵାରା ଚାଷ ଜମି କୁ ପାଣି ମଦାଉ ଥିଲେ।

ଯେଉଁଟା କି ବର୍ତ୍ତମାନ ସୁରୁଣ୍ଡି ମୌଜା ର କୋଚିଳାଖାଇ ମାନଚିତ୍ର ରେ ମଧ୍ୟ ଅଛି।୧୯୯୦ ମସିହା ବନ୍ଦୋବସ୍ତ ବେଳେ ପ୍ରାୟ ୮୦୦ ଏକର ଜାଗା କୁ ବନ୍ଦୋବସ୍ତ କରି କୋଚିଳଖାଇ ନାମରେ ଏକ ଅଣ ବସ୍ତିବାସିନ୍ଦା ରାଜସ୍ବ ମୌଜା କରାଯାଇଥିଲା। ସେହି ମୌଜା ର ପଶ୍ଚିମ ପଟେ ପ୍ରାୟ ୮୦ ଏକର ଜାଗା କୋଚିଳାଖାଇ ଜଙ୍ଗଲ ର ଅଛି। ୨୦୦୩  ମସିହା ରେ ପୁରୁଣାକଟକ ବାନଞ୍ଚଳ ଦ୍ଵାରା ଜଗନ୍ନାଥ୍ ବନ ପ୍ରକଳ୍ପ କରାଯାଇ ବୃକ୍ଷ ରୋପଣ କରାଯାଇଥିଲା ଓ ସୁରୁଣ୍ଡି ଗ୍ରାମର ବନ ସଂରକ୍ଷଣ ସମିତି ଜରିଆରେ ଜଗୁଆଳି ରଖି ରକ୍ଷଣା ବେକ୍ଷଣ କରାଯାଉଥିଲା। କାଳ କ୍ରମେ ଜଗୁଆଳି ର କାର୍ଯ୍ୟ କାଳ ସରିଯିବା ପରେ କିଛି ଅସାଧୁ ବ୍ୟକ୍ତି ବିଶେଷ ଗଛ କଟି ରବି ଫସଲ କରିଛନ୍ତି।

ଏ ବାବଦରେ ବନ ବିଭାଗ କୁ ଜଣେଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ବର୍ତ୍ତମାନ ଭେଜିଗୋରା ଅଞ୍ଚଳ ର କିଛି ଲୋକ ଅଧିକ ଗଛ କାଟି ସେଠାରେ ଚାଷ ଜମି ସହିତ ସ୍ଥାୟୀ କୂଅ ଓ ସ୍ଥାୟୀ ଘର କରି ବସବାସ କରୁଛନ୍ତି। ମହାନଦୀ ବନ୍ୟା ଦ୍ଵାରା ନଦିକୁଳ ଚାରଣ ଭୂମି ଜଳମଗ୍ନ ହେଉଥିବା ଯୋଗୁଁ ଉକ୍ତ ଅଂଚଳ ର ଲୋକ ମାନେ କୋଚିଳାଖାଇ ଜଙ୍ଗଲ କୁ ଗାଈ ଗୋରୁ ଚରେଇ ନେବା ପାଇଁ ବାଟ ପାଉନାହାନ୍ତି। ସମ୍ପୂର୍ଣ ସୁରୁଣ୍ଡି ଓ କୋଚିଲାଖାଇ ଜଙ୍ଗଲ ଏବେ ମାଫିଆ ଙ୍କ କବଜା ରେ। ତେଣୁ ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଉକ୍ତ ସରକାରୀ ଜମି ରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ସୁରୁଣ୍ଡି ଗ୍ରାମବାସୀ ହାରଭଙ୍ଗା ତହସିଲଦାର ଙ୍କୁ ଏକ ଦାବୀ ପତ୍ର ଦେଇଥିବା ଜଣାପଡ଼ିଛି।

Related Post

ଧର୍ମଗଡ ଠାରେ ସମ୍ବିଧାନ ଦିବସ ପାଳନ ଓଏସଏସ ର ଚାରିଦିନିଆ ଅଧିକାର ସଚେତନା ମଟର ସାଇକେଲ ରେଲି ପରିସମାପ୍ତି

Posted by - November 27, 2022 0
ଧର୍ମଗଡ: ୨୭ /୧୧ (ହେମନ୍ତ କୁମାର ମାଝୀ)ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଓ ଏସସି, ଏସଟି ଓବିସି ମହାସଙ୍ଘ ତରଫରୁ ଧର୍ମଗଡ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ…

ଆଇନ ଶୃଙ୍ଖଳ ସ୍ଥିତି ବିପର୍ଯ୍ୟସ୍ତ ବିରୁଦ୍ଧ ରେ ସାମ୍ବାଦିକ ସମ୍ମିଳନୀ କଲେ ପାଟଣାଗଡ ବଣିକ ସଂଘ

Posted by - August 9, 2022 0
ପାଟଣାଗଡ଼: ୦୯/୦୮(ତାପସ ରଞ୍ଜନ ବେହେରା ) ପାଟଣାଗଡ଼ ଅଞ୍ଚଳରେ ଗତ କିଛିଦିନ ହେବ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଯୋଗୁଁ ପାଟଣାଗଡ ବଣିକ ସଂଘ ତରଫରୁ…

ଯାଜପୁର ରେ ଜାତୀୟ ପ୍ରେସ ଦିବସ

Posted by - November 16, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଜାତୀୟ ପ୍ରେସ ଦିବସ। ଏହି ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଭିଡ଼ିଓ କନ୍ଫରେନସ ମାଧ୍ୟମରେ ସାମ୍ବାଦିକ ମାନଙ୍କ ସହିତ…

ଉତ୍ତରାଞ୍ଚଳ କୁଲିସ ମେହେର ସମାଜ ର ମେଧାବୃତ୍ତି ଘୋଷଣା

Posted by - December 29, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ରେଙ୍ଗାଲି ବ୍ଲକ ପଣ୍ଡଲୋଇ ସ୍ଥିତ ଗୋପିରାମ ମେହେରଙ୍କ ବାସଭବନ ପରିସରରେ ଉତ୍ତରାଞ୍ଚଳ କୁଳିସ ମେହେର ସମାଜ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l…

ଖପ୍ରାଖୋଲ ରେ ବୁଥ ଲେବେଲ ଅଫିସର ଙ୍କୁ ନେଇ ବ୍ଲକ ସ୍ତରୀୟ ବୈଠକ ,ଆନ୍ତରିକତା ସହ କର୍ତ୍ତବ୍ୟ କରିବାକୁ ଆହ୍ବାନ

Posted by - February 8, 2023 0
ଖପ୍ରାଖୋଲ: ୦୭/୦୨ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ର ନୂତନ ସଭାଗୃହ ଠାରେ ବୁଥ ଲେବେଳ ଅଫିସର ଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ବୈଠକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ…