ବିଡ଼ିଓ ଙ୍କ ହସ୍ତକ୍ଷେପ ପରେ ଦୁଇ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ମିଳିଲା ୮ ମାସର ଭତା

38 0

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଳକ ର ସାମ୍ପଚ ପଞ୍ଚାୟତ ରାମ୍ଭିକଟା ଗ୍ରାମର ଉମେଶ ମଲ୍ଲିକ (୭୦ ) ସ୍ତ୍ରୀ ଅଞ୍ଜନା ମଲ୍ଲିକ (60) ଉଭୟ ଦମ୍ପତି ବାର୍ଦ୍ଧକ୍ୟ ଓ ଅସହାୟ ଥିବା ବେଳେ ଆଜକୁ 8ମାସ ହେଲା ସରକାର ଙ୍କ ବାର୍ଦ୍ଧକ୍ୟ ଭତା ରୁ ବଞ୍ଚିତ ଥିଲେ, l ନିଜେ ଅସହାୟ ଥିବାରୁ କାହାକୁ ଯାଇ କିପରି ଅଭିଯୋଗ କରିବେ କୌଣସି ଉପାୟ ନପାଇ କେବଳ ଭଗବାନ ଙ୍କୁ ଭରସା କରି ପଡି ରହିଥିଲେ ଦୁଇ ଦମ୍ପତି l

ଏଭଳି ଘଟଣା କୁ ନେଇ ହରଭଙ୍ଗାବ୍ଳକ କେତେକ ଗଣମାଧ୍ୟମ ପ୍ରତିନିଧି ଙ୍କ ନଜର ଆସିବାରୁ ତୁରନ୍ତ ସମସ୍ୟା ସମ୍ପର୍କ ରେ ବିଡ଼ିଓ ସ୍ୱପ୍ନିତା ନାୟକ ଙ୍କୁ ଦୃଷ୍ଟି ଆକର୍ଷଣ କରି ଜଣାଇଥିଲେ l ତୁରନ୍ତ ହରଭଙ୍ଗା ବିଡିଓ ଙ୍କ ନିର୍ଦେଶ ରେ ବ୍ଳକ ସାମିଜକ ସୁରକ୍ଷା ଅଧିକାରୀ ଓ ବ୍ୟାଙ୍କ କର୍ମଚାରୀ ଅସହାୟ ଦମ୍ପତି ଘରକୁ ପହଁଚି ବକେୟା ଥିବା 8ମାସର ଭତା ୫୩୦୦ ଟଙ୍କା ପ୍ରଦାନ କରିଥିଲେ l ଅନ୍ୟପଟେ ଉକ୍ତ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ରମ୍ଭିକଟା ବିଜୁଳି ମରା ପାହାଡ଼ ପର୍ବତ କମିଟି ର ସଦସ୍ୟ ମାନେ ପହଁଚି ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ ମଧ୍ୟ କରିଥିଲେ l ଏଥିରେ କମିଟିର ସାଜିବ ଖାଁ, ଜିତୁ ଡ଼ାଳୁଆ, ଅରୁଣ ଜେନା, ଅର୍ଜୁନ ବେହେରା, ସୁଜିତ ସାହୁ, ଗଙ୍ଗା ପ୍ରଗ୍ରତି ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ହରଭଙ୍ଗା ପଞ୍ଚାୟତ ସୁରୁଣ୍ଡି ଗ୍ରାମର ବିକଳାଙ୍ଗ ପବିତ୍ର ଦେହୁରୀ ପାଞ୍ଚମାସ ଧରି ଭତ୍ତା ପାଇନଥିବା ଭଳି ମଧ୍ୟ ଅଭିଯୋଗ ଆସିଛି.l ବ୍ଲକ ପ୍ରଶାସନ ତୁରନ୍ତ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ପବିତ୍ର ଦେହୁରୀଙ୍କୁ ବକେୟା ଭତ୍ତା ଯୋଗାଇ ଦେବାପାଇଁ ଗ୍ରାମର ଯୁବ ସମାଜସେବୀ ସର୍ବେଶ୍ୱର କ୍ଷେତି ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଛନ୍ତି.l

Related Post

ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଉପଲକ୍ଷେ

Posted by - March 23, 2021 0
୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ। ସେଇ ଦିନଟି ଥିଲା ଓଡ଼ିଶା ଜନଜୀବନର ମହାନ୍‌ ପର୍ବ ଦୋଳପୂର୍ଣ୍ଣିମା। ଚାରିଆଡ଼େ ଦୋଳ ଉତ୍ସବର ପବିତ୍ର ପରିବେଶ। ଠାକୁରମାନଙ୍କର ମେଳଣ…

୯ ଲୋକସଭା ଓ ୩୪ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି ଦଳ ,ସମୀକ୍ଷା ଆରମ୍ଭ

Posted by - May 27, 2019 0
ଭୁବନେଶ୍ୱର : ବିଜେଡିରେ ଆରମ୍ଭ ହୋଇଛି ପରାଜୟ ସମୀକ୍ଷା। ୯ଲୋକସଭା ଆସନରେ କାହିଁକି ଜିତିଲେନି ଦଳୀୟ ପ୍ରାର୍ଥୀ। ହାରିଥିବା ଲୋକସଭା ସିଟକୁ ନେଇ ସିରିୟସ ନବୀନ ।…

ନିମ୍ନମାନର କାମ ଯୋଗୁଁ  ଛାତରୁ ଗଳୁଛି ପାଣି, ଶିଶୁମାନଙ୍କ ଚାଉଳ ସହ ବିଭିନ୍ନ ଖେଳନା ନଷ୍ଟ

Posted by - July 15, 2021 0
ବୌଦ୍ଧ୧୫/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ପଂଚାୟତ ଚନ୍ଦ୍ରଶେଖରପୁର ଗ୍ରାମରେ ନୃତନଭାବେ ନିର୍ମାଣ ହୋଇଥିବା ଅଙ୍ଗନଓ୍ବାଡି କେନ୍ଦ୍ର ରେ ଛାତରୁ ପାଣି ଗଳି ଚାଉଳ ସହ…

ରକ୍ତଦାନ ଶିବିରରେ ଉପଜିଲ୍ଲାପାଳ ରକ୍ତଦାନ କରି ରକ୍ତଦାତା ଙ୍କୁ କଲେ ଉତ୍ସାହିତ

Posted by - January 19, 2023 0
ଧର୍ମଗଡ଼:( ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ସଫଳତା ପରେ କମିଟି ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜିତ ହୋଇଯାଇଛି।…