ବୌଦ୍ଧ ରେ ସାମାଜିକ ସଦଭାବନା ବୈଠକ

18 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ ), ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନଗର ସଂଯୋଜକ ଧରଣୀଧର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ସହର ର ସମସ୍ତ ସମାଜ ମୁଖିଆ ଓ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଏକ ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି।ଅଧିବକ୍ତା ପରିଷଦ ର ପୂର୍ବ କ୍ଷେତ୍ର ସମ୍ପାଦକ କମ୍ଭୁପାଣି ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗୌରବମୟ ଶାଶ୍ଵତ ଭାରତ ବର୍ଷର ବସୁଧୈବ କୁଟୁମ୍ବକମ୍ ବିଚାର ଆଲୋଚନା କରିଥିଲେ।ସାଂପ୍ରତିକ ସମାଜ ବ୍ୟବସ୍ଥାରେ କିଛି ତୃଟି କାରଣରୁ ଗୌରବଶାଳୀ ପରମ୍ପରାରୁ ଆମେ ସମସ୍ତେ ଦୁରେଇଯାଇଛୁ।

ଏଣୁ ପରସ୍ପର ମଧ୍ୟରେ ସଦ୍ଭାବ, ସମନ୍ୱୟ ରଖି ସଂଗଠିତ ଭାବେ ସମାଜ ଉତ୍ଥାନ ପାଇଁ କାର୍ଯ୍ୟ କଲେ ଆମଦେଶ ପରମ ବୈଭବଶାଳୀ ହୋଇ ଆମ ଦେଶ ପୁଣି ବିଶ୍ଵ ଗୁରୁ ପଦରେ ଆସିନ ହୋଇ ବିଶ୍ଵ ମୈତ୍ରୀ ପ୍ରତିଷ୍ଠା କରିପାରିବ ବୋଲି ଅନ୍ୟତମ ବକ୍ତା ସାମାଜିକ ସଦଭାବନା ପ୍ରାନ୍ତ ସଂଯୋଜକ ଜନ୍ମେଜୟ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ।ସହରର ପ୍ରାୟ ୨୦ଟି ସମାଜ ର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନିଜ ନିଜ ସମାଜ ର ଗୌରବ ଗାଥା ଉପସ୍ଥାପନା କରି ସମାଜ ର ମଙ୍ଗଳ ପାଇଁ କାର୍ଯ୍ୟ କରିବା ପାଇଁ ପ୍ରତିଜ୍ଞା କରିଥିଲେ ।

ଭାରତ ମାତା ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରି ସଂଗଠନ ମନ୍ତ୍ର ମାଧ୍ୟମରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ପଦ୍ମଚରଣ ମେହେର ଅତିଥି ପରିଚୟ କରିବା ସହ ମଞ୍ଚ ପରିଚାଳନା କରିଥିବା ବେଳେ ଦେବାଶିଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂଯୋଜକ ରଘୁନାଥ ଷଡ଼ଙ୍ଗୀ ,ବିଜୟ କୁମାର ସାହୁ,ଶିବରାମ ସାହୁ,ଲକ୍ଷ୍ମୀକାନ୍ତ ଜାନି,ପ୍ରଦୀପ ସାଥୁଆ,ଦୁର୍ଯ୍ୟୋଧନ ବିଶି,ଦିଲ୍ଲୀପ କୁମାର ସାହୁ ,ଅଖଣ୍ଡ ଭବସାଗର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related Post

ହରଭଙ୍ଗା ରେ ଜିଲ୍ଲାପାଳ ଙ୍କ ଜନଅଭିଯୋଗ ଯୁଗ୍ମ ଶୁଣାଣି

Posted by - September 11, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ…

ଯୁଯୋମୁରା କାର୍ଯ୍ଯକର୍ତ୍ତାଙ୍କ ସମ୍ବିଳନିରେ କେନ୍ଦ୍ର ମନ୍ତ୍ରୀ

Posted by - June 5, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଯୁଯୋମୁରା ଠାରେ ଅନୁଷ୍ଠିତ କାର୍ଯ୍ଯକର୍ତ୍ତାଙ୍କ ସମ୍ବିଳନିରେ ଯୋଗଦାନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଶୁସାସନ ର…

ନିଜ ଜାଲରେ ନିଜେ ଶିକାର,ଇଲେକ୍ଟ୍ରକ ରେ ଶିକାର କରିବା ନିଜ ପାଇଁ ହେଲା କାଳ

Posted by - February 12, 2023 0
ହରଭଙ୍ଗା :୧୦/୦୨( ଚିତ୍ତରଞ୍ଜନ ସିଂ)ଇଲେକ୍ଟ୍ରିକ ରେ ଶିକାର କରିବା ଶିକାରୀକୁ ହେଲା କାଳ!ଶିକାର କରିବାକୁ ଯାଇ ଶିକାରୀ ନିଜେ ଶିକାର!ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଇଂ ଅଜୟ ପଣ୍ଡାଙ୍କ ନିଆରା ଜନ୍ମଦିନ, ପ୍ରଗତି ଶିକ୍ଷା ଅନୁଷ୍ଠାନ ରେ ରକ୍ତଦାନ ଶିବିର

Posted by - December 19, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ଓଡିଶା ର ସୁନାମଧନ୍ୟ ପ୍ରଗତି ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ଅଜୟ ପଣ୍ଡା ଙ୍କ ଜନ୍ମଦିବସକୁ ସ୍ଵତନ୍ତ୍ର ଭାବେ ପାଳନ କରିଛନ୍ତି ଛାତ୍ରଛାତ୍ରୀ। ଲୋକେ…

ପ୍ରଜ୍ଞା ବାହିନୀର ସାମୂହିକ ରକ୍ଷାବନ୍ଧନ

Posted by - August 12, 2022 0
ଭବାନୀପାଟଣା:୧୧/୮::(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପ୍ରଜ୍ଞା ବାହିନୀ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦ ଠାରେ ଅପରାହ୍ନ ୪…