୨୬ ଟି ଗେଟ ଦେଇ ଜଳ ନିଷ୍କାସିତ, ବଢୁଛି ବନ୍ୟା ପାଣି,ହରଭଙ୍ଗା, ଧଳପୁର ଯୋଗା ଯୋଗ ବିଚ୍ଛିନ୍ନ

18 0

ହରଭଙ୍ଗା: ୧୭/୦୯ (ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକର ନଦୀକୁଳିଆ ଅଞ୍ଚଳ ରେ ମହାନଦୀର ଦ୍ୱିତୀୟ ବନ୍ୟା ଜଳ ଆଜି ତୃତୀୟ ଦିନରେ ପହଂଚିଛି l ଜଗନ୍ନାଥ ସଡ଼କ ବହୁ ସ୍ଥାନରେ ଯୋଗାଯୋଗ ବିଛିନ୍ନ ସହିତ ଚାଷ ଜମି ତିନିଦିନ ଧରି ଜଳମଗ୍ନ l ହୀରାକୁଦ ଜଳ ଭଣ୍ଡାର ରୁ ୨୬ ଟି ଗେଟ ଦେଇ ମହାନଦୀର ଜଳ ନିଷ୍କାସନ ହେଉଛି!ଫଳରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ନଦୀ କୁଳିଆ ଅଂଚଳ ଚାଷ ଜମି ଗୁଡିକ ତିନି ଦିନ ଧରି ଜଳ ମଗ୍ନ ହେବା ସହିତ ଜଗନ୍ନାଥ ସଡ଼କ ଯାତାୟତ ବାଧାପ୍ରାପ୍ତ ହୋଇଛି!

ମହାନଦୀ ର ଚଳିତ ବର୍ଷ ର ଦ୍ୱିତୀୟ ବନ୍ୟା ଜଳ ପ୍ରଭାବ ରେ ହରଭଙ୍ଗା ବ୍ଳକ ର କୃଷ୍ଣମହୋନପୁର ବଲlଟ ସେତୁ ଉପରେ ୪ ଫୁଟ ଅଧିକ ବନ୍ୟlଜଳ ପ୍ରବାହିତ ସହିତ କରଡ଼ି, ହାଟଗାଁ,ମଙ୍ଗଳପୁର, ଝରାସାହି,ରାମଗଡ଼,ସାମ୍ପୋଚ, ଉଆଁଳ, କଂକଲା,ଧଳପୁର, ବୁଢୀକଣ, ସାକୁସିଙ୍ଗା,ଖଣ୍ଡି ଧଳପୁର,ପାଣିଘରା, ରାଉତପଡା, ହରଭଙ୍ଗା, କୁମାରୀ, ଅଟଲସରା,କୋଡାସିଙ୍ଗ, ତୀରଡ଼,ମାରଡ଼ା ଆଦି ଗ୍ରାମର ଚାଷ ଜମି ଗୁଡିକ ଜଳ ମଗ୍ନ ରେ l ଉକ୍ତ ଅଂଚଳ ଗୁଡିକ ତିନି ଦିନ ଧରି ଚାଷ ଜମି ଜଳ ମଗ୍ନ ରେ ଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ କୋଣସି ପଦକ୍ଷେପ ନିଆଯାଇନଥିବାରୁ ଚାଷୀକୁଳ ଅସନ୍ତୋଷ ପ୍ରକାଶ ସହିତ ଆଗକୁ ପଶ୍ଚିମ ଓଡିଶା ଗଣପର୍ବ ନୁଆଁଖାଇ କୁ ନୁଆଁ ଧାନ ପାଇଁ ଚିନ୍ତାରେ ଚାଷୀ!

ହୀରାକୁଦ ଜଳ ଭଣ୍ଡାରରୁ ୨୬  ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବାରୁ ରବିବାର ଅପରାହ୍ନ ରେ ହରଭଙ୍ଗା ବ୍ଲକ ନଦୀକୁଳିଆ ଅଂଚଳ ରେ ପୁଣି ମହାନଦୀର ବନ୍ୟା ପାଣି ଧୀରେ ଧୀରେ ବୃଦ୍ଧି ହେବାକୁ ଲାଗିଛି! ଦୁଇ ପଟେ ବନ୍ୟା ଜଳ ପ୍ରଭାବିତ ହେଉଥିବାରୁ ଏବେ ବି ହରଭଙ୍ଗା ଧଳପୁର ଯୋଗା ଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି।ତେଣୁ ପ୍ରଶାସନ ସଜାଗ ରହି ନଦୀକୁଳିଆ ଅଂଚଳ ବାସୀଙ୍କୁ ରିଲିଫ ସହିତ, କ୍ଷତି ଗ୍ରସ୍ତ ଆକଳନ,ଗୃହ ପାଳିତ ପଶୁ ଙ୍କ ଖାଦ୍ୟ,ଓ ବିପଦ ସଂକୁଳ ଅଂଚଳ ଗୁଡିକରେ ପ୍ରାଥମିକ ସେବା ଯୋଗାଇଦେବାକୁ ସାଧାରଣରେ ଦାବି ଉଠୁଛି!

Related Post

ଖପ୍ରାଖୋଲ ସର୍କଲ ଶୌଣ୍ଡିକ ସମାଜ ର ବାର୍ଷିକ ବୈଠକ, ସମାଜ ର ସାମୁହିକ ବିକାଶ ପାଇଁ ଆଲୋଚନା

Posted by - October 9, 2022 0
ଖପ୍ରାଖୋଲ :୦୯/୧୦ ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଳି ବେହେରା ଦୋକାନ ନିକଟରେ ଶୌଣ୍ଡିକ ସମାଜ ବାର୍ଷିକ ବୈଠକ ଶନିବାର ଦିନ ଅନୁଷ୍ଟିତ ହୋଇଯାଇଛି…

ଟିଟିଲାଗଡ ନାଗରିକ ମଞ୍ଚର ସମୀକ୍ଷା ବୈଠକ

Posted by - February 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ନାଗରିକ ମଞ୍ଚ ଟିଟିଲାଗଡ ତରଫରୁ ସ୍ଥାନୀୟ ୟସ ହୋଟେଲର ସଭାଗୃହ ପରିସରରେ ସଂଘର ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ମଞ୍ଚର ସଭାପତି ରାଧାକାନ୍ତ…

ବଜ୍ରାପାତ ରେ ଦୁଇ ବଳଦ ମୃତ

Posted by - October 8, 2022 0
ଖପ୍ରାଖୋଲ :୦୭/୧୦ (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ନାଗଡେରା ଗାଁ ର ଶୁକ୍ରବାର ଦିନ ବଜ୍ରାପାତ ହେବାରୁ ଦୁଇ ବଳଦ ମୃତ ହୋଇଥିବା…

ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଟି ଟିମ।

Posted by - November 16, 2019 241
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଟି ଟିମ। ମେଡିକାଲ ଏଜୁକେସନ ଟ୍ରେନିଙ୍ଗ ଯୁଗ୍ମ ନିର୍ଦେଶକ ଅନିଲ କୁମାର ସାହୁଙ୍କ ନେତୃତ୍ୱରେ ଏକ ୩ଜଣିଆ ପ୍ରତିନିଧି…

” ନୀଳଚକ୍ର ” ପକ୍ଷରୁ ସ୍ୱର୍ଗତ ଗୋଦାବରୀଶ ମହାପାତ୍ରଙ୍କ ଜୟନ୍ତୀ ପାଳିତ

Posted by - October 2, 2021 0
ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର  ଅଗ୍ରଣୀ ସାମାଜିକ ତଥା ସାଂସ୍କ୍ରୁତିକ ଅନୁଷ୍ଠାନ ” ନୀଳଚକ୍ର ” ପକ୍ଷରୁ ସ୍ୱର୍ଗତ ଗୋଦାବରୀଶ ମହାପାତ୍ରଙ୍କ ୧୨୪ ତମ ଜୟନ୍ତୀ ଆଭାସି ମାଧ୍ୟମରେ ଅନୁଷ୍ଠିତ…