Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ସାପ କାମୁଡିବାରୁ ସାଇ ମନ୍ଦିର ପୂଜକ ଶ୍ୟାମ ସୁନ୍ଦର ଶର୍ମାଙ୍କ ମୃତ୍ୟ ସନ୍ଦେହ

17 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ମଣିଷ ଜୀବନ ପାଣି ଫଟକା ସଦୃଶ, କେତେ ବେଳେ ମଣିଷର କଣ ଘଟିବ କେହି କହି ପାରିବେ ନାହିଁ, ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଟିଟିଲାଗଡ଼ ସ୍ଥିତ ନେହେରୁ ନଗର ଶିରିଡ଼ି ଶାଇ ମନ୍ଦିରରେ। ଏହି ମନ୍ଦିରର ପୂଜକ ଶ୍ରୀ ଶ୍ୟାମ ସୁନ୍ଦର ଶର୍ମା ନିତିଦିନ ଭଳି ପୂଜା କରିବାକୁ ମନ୍ଦିର ଯାଇଥିଲେ।

ମନ୍ଦିର ପାଖାପାଖି ପିପଲ୍ ଗଛ ନିକଟରେ ସେ ଟଳି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୂଜକଙ୍କୁ ଚିକିତ୍ସା ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆଣିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସାପ କାମୁଡିବା ଯୋଗୁଁ ପୂଜକଙ୍କ ମୃତ୍ତ୍ୟୁ ହୋଇଥିବା ସନ୍ଦେହ ପ୍ରକାଶ ପାଇଛି,ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କେଉଁ କାରଣରୁ ତାଙ୍କର ମୁତ୍ୟୁ ହୋଇଛି ଜଣାପଡିବ, ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ସାଇ ଭକ୍ତ ଦୁଃଖରେ ଭାଙ୍ଗି ପଡିଛନ୍ତି।

ଟିଟିଲାଗଡ ପୂଜକ ବ୍ରହ୍ମ ସମାଜର ଉପଦେଷ୍ଟା ସଞ୍ଜୟ କୁମାର ନାୟକ, ଦେବି ଶର୍ମା,ସାଇ ମନ୍ଦିରର ପ୍ରକାଶ ମହାନ୍ତି, ପ୍ରଦୀପ ମହାନ୍ତି, ଦିନେଶ ଶର୍ମା, ଦୀପକ ସୁବୁଦ୍ଧି, ତୁଷାର ରଞ୍ଜନ ସ୍ବାଇଁ, ଲାୟଂଶ କ୍ଲବର୍ ପୂର୍ବତନ ସଭାପତି ଶ୍ରୀକାନ୍ତ ଅଗ୍ରୱାଲ ପ୍ରମୁଖ ସରକାରି ଡାକ୍ତରଖାନାକୁ ପହଞ୍ଚିଥିଲେ। ଟିଟିଲାଗଡ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି, ଶବ୍ ବ୍ୟବଚ୍ଛେଦ ପାଇଁ ପଠଯାଇଥିବା ସୁଚନା ମିଳିଛି।

Related Post

ବିଶାଳ କଳସ ଶୋଭାଯାତ୍ରା ସହ ସିନ୍ଧେକେଲା ରେ ହନୁମାନ ଜୟନ୍ତୀ ପାଳିତ

Posted by - April 16, 2022 0
ବଙ୍ଗୋମୁଣ୍ଡା:୧୫/୪(ଅଭିମନ୍ୟୁ ବହିଦାର ) ବଲାଙ୍ଗିର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସବଷ୍ଟେସନ ପଡା ସ୍ଥିତ ଶ୍ରୀ ହନୁମାନ ମହାପ୍ରଭୁଙ୍କ ମନ୍ଦିରରେ ମହାବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ…

ବର୍ଷ ବର୍ଷ ଧରି ଖାଲିପଡିଥିବା ସ୍ଥାନକୁ ପୂରଣ କଲେ ନବ ନିଯୁକ୍ତ ଡା. ମିଲିନ ରାଉତ , ପ୍ରାଣୀ ପାଳକଙ୍କ ମନରେ ଖୁସିର ଲହରୀ

Posted by - October 11, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ପ୍ରାଣୀ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ପ୍ରାଣୀ ଚିକିତ୍ସାଧିକାରୀ ପଦକୁ  ଡା.…

ଦିବ୍ୟ ଦର୍ଶନ ସଂଘର ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଙ୍କର ୯୦ ତମ ଜୟନ୍ତୀ ମହୋତ୍ସବ ପାଳିତ

Posted by - July 18, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ) ଆଜି ରାୟଗଡ଼ା ଜିଲ୍ଲା ର ପଦ୍ମପୁର ନିକଟସ୍ଥ ଗୁଡ଼ିଅବନ୍ଧ ଗ୍ରାମରେ ଦିବ୍ୟ ଦର୍ଶନ ସଂଘ ର ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଙ୍କର…

ଚଲାଣଗୁଡା ଗ୍ରାମପଞ୍ଚାୟତ ରେ ଧାନ ମଣ୍ଡି ର ଶୁଭ ଉଦଘାଟନ

Posted by - December 18, 2021 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ଚାଲାଣଗୁଡା ଗ୍ରାମ ପଞ୍ଚାୟତରେ ଖୋଲାଯାଇଥିବା ଧାନମଣ୍ଡିକୁ  ଶୁଭ ଉଦଘାଟନ କରିଛନ୍ତି ମାଲକାନଗିରି ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ପ୍ରବଞ୍ଜନ ମହାନ୍ତି lଚାଷୀଙ୍କ ଠାରୁ…