ବେଲଗୁଣ୍ଠାରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ

23 0

ବେଲଗୁଣ୍ଠା:୧୬ /୦୯ (ସୁଶାନ୍ତ କୁମାର ବେହେରା )ଆଜି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ କ୍ଷତ୍ରିୟବରପୁର ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥ ଯୋଗ ଦେଇ କ୍ରୀଡ଼ା ମଣିଷକୁ ଶୃଙ୍ଖଳିତ କରିଥାଏ ବୋଲି ପ୍ରକାଶ କରିଥିଲେ I

.ମୁଖ୍ୟବକ୍ତା ରୂପେ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ କ୍ରୀଡ଼ା ଜୀବନଯାପନ ପ୍ରଣାଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ପ୍ରକାଶ କରିଥିଲେ I ସେହିପରି ସମ୍ମାନୀତ ଅତିଥି ରୂପେ ଖଇରପୁଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର ଏବଂ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାନସିକ ଏବଂ ଶାରୀରୀକ ଭାବେ ସୁସ୍ଥ ରଖି ସେମାନଙ୍କ ଶିକ୍ଷା କ୍ଷେତ୍ରରେ କ୍ରୀଡ଼ା ଏକ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ ବୋଲି ପ୍ରକାଶ କରିଥିଲେ I ଶିକ୍ଷକ ଡ.ଦୂର୍ଗା ମାଧବ ମିଶ୍ର ମଞ୍ଚ ସଂଯୋଜନା କରିଥିଲେ I

କ୍ରୀଡ଼ା ଶିକ୍ଷକ ଆଶୁତୋଷ ସ୍ୱାଇଁ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶ୍ରୀ ସ୍ଵାଇଁଙ୍କ ନେତୃତ୍ୱରେ କ୍ରୀଡ଼ା ଶିକ୍ଷକ ସୁରେନ୍ଦ୍ର ବିଶ୍ୱାଳ, ଦୁର୍ଗାମାଧବ ଶତପଥି,କୁଞ୍ଜବିହାରୀ ସ୍ୱାଇଁ, ଶରତଚନ୍ଦ୍ର ରାଊତ, ସଂଗ୍ରାମ କେଶରୀ ପରିଡ଼ା,ପୁଷ୍ପାଞ୍ଜଳି ଦେବୀ, ସ୍ମୃତି ମିଶ୍ର,ଉଦାବତୀ ପ୍ରଧାନ, ବାୟା ସେଠୀ, ସନ୍ତୋଷ କୁମାର ସାହୁ, ଦୀପ୍ତିରଞ୍ଜନ ପଣ୍ଡା, ସିଦ୍ଧାର୍ଥ ଶଙ୍କର ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଆଜି 350 ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ କବାଡ଼ି, ଖୋଖୋ, ଫୁଟବଲ୍ ଏବଂ ଭଲିବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ I ଆସନ୍ତାକାଲି ଦୌଡ଼ ପ୍ରତିଯୋଗିତା ,ଲମ୍ବ ଡ଼ିଆଁ,ଉଚ୍ଚ ଡ଼ିଆଁ, ଜାଭଲିନ୍ ଏବଂ ସଟ ପୁଟ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ I କ୍ରୀଡ଼ା ଶିକ୍ଷକ ଆଶୁତୋଷ ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

Related Post

ଜାତୀୟ ସ୍ନୁକର ଖେଳିବେ ୩ ଓଡ଼ିଆ

Posted by - January 30, 2019 0
ଭୁବନେଶ୍ବର: ଇନ୍ଦୋରରେ ଚାଲିଥିବା ଜାତୀୟ ସ୍ନୁକର ପ୍ରତିଯୋଗିତାରେ ଓଡ଼ିଶାର ୩ ଶୀର୍ଷ ‌ଖେଳାଳି ଆକାଶ ମହାପାତ୍ର, ସୁବ୍ରତ କୁମାର ଦାସ ଏବଂ ଡକ୍ଟର ରାକେଶ ରୋଶନ ପ୍ରଧାନ…

ଘାସିରାମ ମେମୋରିଆଲ ଫୁଟବଲ ସେମିରେ ମାଟିଗାଁ ଦଳ

Posted by - December 17, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ସଦର କସ୍ତୁରବା ଖେଳ ପଡ଼ିଆରେ ସ୍ପୋର୍ଟ୍ସ କ୍ଲବ ଆନୁକୂଲ୍ୟରେ ନକ୍ ଆଉଟ ଫୁଟବଲ ଖେଳ ଜାରି…

ସର୍ବ ଭାରତୀୟ ଓପନ କରାଟେ ଚାମ୍ପିଅନସିପରେ ଟିଟିଲାଗଡକୁ ୪୬ ପଦକ

Posted by - December 1, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ଉତ୍କଳ କରାଟେ ସ୍କୁଲ ଠାରେ ସର୍ବ ଭାରତୀୟ କରାଟେ ଚାମ୍ପିୟନସିପ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଯୋଗିତା…

ଓଡିଶା ଆଦର୍ଶ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

Posted by - December 23, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ସଦର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ର ତୃତୀୟ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି l ଗତ 20 ତାରିଖରେ ଆରମ୍ଭ ହୋଇ…

ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ମିନି ମାରାଥନ ଦୌଡ ପ୍ରତିଯୋଗୀତା

Posted by - August 30, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ରାଜ୍ୟ ସ୍ତରୀୟ ମିନି ମାରାଥନ ଦୌଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।…