Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କାଶୀପୁର କଂଗ୍ରେସ ପକ୍ଷରୁ ପ୍ରଫୁଲ ସାମନ୍ତରାୟଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ

21 0

କାଶୀପୁର:( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ସଦର ମହକୁମା ସ୍ଥିତ ଦୁର୍ଗାମଣ୍ଡପ ଠାରେ ଆଜି ବ୍ଲକ କଂଗ୍ରେସ ପକ୍ଷରୁ ବିଶିଷ୍ଟସମାଜ ସେବୀ ତଥା ପରିବେଶ ବିତ ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ବିରୋଧ ରେ ଅଞ୍ଚଳ ର ନିରୀହ ଆଦିବାସୀ ଓ ସଂଖ୍ୟା ଲଘୁ ସମ୍ପ୍ରଦାୟ ମଧ୍ୟରେ ହିଂସା ଓ ଉତ୍ତେଜନା ସୃଷ୍ଟି ନିମନ୍ତେ ଉସକାଉ ଥିବା ନେଇ ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ , ବିଧାୟକ ପ୍ରାର୍ଥୀ ଆପାଲ ସ୍ୱାମୀ କାଡ୍ରାକା ତଥା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଦୁର୍ଗା ପଣ୍ଡା ଙ୍କ ନେତୃତ୍ୱ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି ।

କାଶୀପୁର ଏକ ଶିଳ୍ପ ଓ ଖଣିଜ ସମୃଦ୍ଧ ଅଞ୍ଚଳ। କାଶୀପୁର ଅନ୍ତର୍ଗତ ବିଭିନ୍ନ ପାହାଡ଼ ପର୍ବତ ରେ ବକ୍ସାଇଟ ଗଛିତ ରହିଥିବା ବେଳେ ଏଠାରେ ବସବାସ କରୁଥିବା ଜନସାଧାରଣ ଶାନ୍ତ ଓ ସରଳ ସେହିପରି ଅନ୍ୟ ମଧ୍ୟରେ ଆଦିବାସୀ ସମ୍ପ୍ରଦାୟ ଲୋକମାନେ ହେଉଛନ୍ତି ୬୦%। ଏଠାରେ ଥିବା କଞ୍ଚାମାଲ ମଧ୍ୟରୁ ବକ୍ସାଇଟ ଖଣି ବିଭିନ୍ନ ପାହାଡ଼ ପର୍ବତ ରେ ଗଛିତ ରହିଅଛି । ପ୍ରକାଶ ଥାଉ କି ଲାଞ୍ଜିଗଡ଼ ର ବେଦାନ୍ତ ହେଉକି ଜିଲ୍ଲା ଅନ୍ତର୍ଗତ କାଶୀପୁର ଅଞ୍ଚଳର ଉତ୍କଳ ଆଲୁମିନା, କଡ଼ିଙ୍ଗା ମାଳି ଓ ବର୍ତ୍ତମାନ ର ସିଜି ମାଳି ହେଉ ।

ଏସବୁ ଖଣି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ମଧ୍ୟରେ ପ୍ରଫୁଲ ସାମନ୍ତରାୟ ଓ ସହଯୋଗୀ ନରେନ୍ଦ୍ର ମହାନ୍ତି ଖଣି ଉତ୍ତଳନ କି ଶିଳ୍ପ ପ୍ରତିଷ୍ଠା ବିରୋଧ ଜନ ଆନ୍ଦୋଳନ ଓ ହିଂସା ଘଟାଇ ବାକୁ ଲୋକଙ୍କୁ ପ୍ରବର୍ତାଉ ଥିବା ନେଇ ଦୀର୍ଘଦିନ ଧରି ଅଭିଯୋଗ ହେଇଆସୁଅଛି । ଏଭଳି ସ୍ଥିତି ଯଦି ଆଗାମୀ ଦିନରେ ଜାରି ରୁହେ ତା ହେଲେ ବିଗତ ଦିନରେ ମାଇକୋଞ୍ଚ ଭଳି ଗୁଳି କାଣ୍ଡ ଭଳି ଘଟଣା ର ପୁନରାବୃତ୍ତି ନ ହୁଏ ତାହା ଅ ସ୍ପିକାର କରିହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଏଭଳି ସ୍ଥିତିରେ ବର୍ତ୍ତମାନ କାଶୀପୁର ଅଞ୍ଚଳରେ ସରକାର ଙ୍କର ପକ୍ଷରୁ ସିଜିମାଜି ଓ କୂଟରୁ ମାଳି କୁ ବେଦାନ୍ତ ଓ ଆଡାନୀ ଲିଜ ପ୍ରଦାନ ଭଳି ସ୍ପିକୃତି ମିଳିଯାଇଛି ।

ଏହାର ସୁଯୋଗ ନେଇ ପ୍ରଫୁଲ୍ଲ ସାମନ୍ତରାୟ ଓ ନରେନ୍ଦ୍ର ମହାନ୍ତି ବାରମ୍ବାର ଅଞ୍ଚଳ ର ବିଭିନ୍ନ ଗାଁ ରେ ପହଞ୍ଚି ସ୍ଥାନୀୟ ଜନସାଧାରଣ ଙ୍କୁ କମ୍ପାନୀ ବିରୋଧ ରେ ଉତ୍ତେଜନା ପାଇଁ ଉସକାଉଥିବା ପୁଣି ଅଶାନ୍ତ ର ବାତାବରଣ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଫଳରେ ବର୍ତ୍ତମାନ କିଛିଦିନ ଧରି ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଇପଡିଛି । ଏଭଳି ଜନବିରୋଧୀ କାର୍ଯ୍ୟକ୍ରମ କୁ ଦେଖି କାଶୀପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପ୍ରଫୁଲ୍ଲ ସାମନ୍ତରାୟ ଓ ନରେନ୍ଦ୍ର ମହାନ୍ତି ଙ୍କ ବିରୋଧ ରେ ଆଦିବାସୀ ଙ୍କ ସଚେତନତା ଓ ବିକାଶ ନାଁ ନେଇ ସେମାନେ ବିଦେଶୀ ସମାଜସେବୀ ସଂସ୍ଥା ତଥା ଅନ୍ୟ ଶିଳ୍ପ ଉଦ୍ୟଗି ଙ୍କ ଠାରୁ ଟଙ୍କା ନେଇ ଓଡ଼ିଶାର ଅନ୍ୟ ଖଣି ଅଞ୍ଚଳ ରେ ସଚେତନ ନ କରି କେବଳ ରାୟଗଡା ଜିଲ୍ଲା ର କାଶୀପୁର ବ୍ଲକ ଠାରେ ହିଁ ବାରମ୍ବାର ଉକ୍ତ କାର୍ଯ୍ୟକ୍ରମ ଜାରି ରଖିଛନ୍ତି

ନିଜର ସ୍ୱାର୍ଥ ହାସଲ ପାଇଁ ଏଭଳି ଜନ ହିଂସା କାର୍ଯ୍ୟକ୍ରମ ତୁରନ୍ତ ବନ୍ଦ ନ କଲେ ଆଗାମୀ ଦିନରେ ଅଂଚଳ ବାସୀ ଆଇନ କୁ ହାତକୁ ନେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ଶତାଧିକ କର୍ମୀ ସହିତ ଅନ୍ୟ ମାନଙ୍କ ମଧ୍ୟରେ ରାଜେନ୍ଦ୍ର ଦୁରିଆ ଏସି ସେଲ ସଭାପତି, ପି ଦେବେନ୍ଦ୍ର ରାଓ ଓଡିଶା କିଷାନ କ୍ଷେତ ର ଉପାଧ୍ୟକ୍ଷ, ଆସଲାମ ଖାଁ ଡି ୟାଇ ସି ସଭାପତି ,ଜୋସେଫ ଖସଲା ଜିଲ୍ଲା ୟୁଥ ସଭାପତି,ଅନୀଲ ଜୈନ ଜିଲ୍ଲା ସେବାଦଳ ସଭାପତି , ଶର୍ମିଳା ମାଝି, ଜୟନ୍ତ ବୈଠାରୁ, କୁନା ପାଢ଼ୀ ନାଏକ, ବିକ୍ରମ ପୂଜାରୀ, ଝିଜୁରୁ ମାଝି, ପାଇଲ ମାଝି , ଉଜଳ ଦେଇ ମାଝି,ବିମଳା ମାଝୀ ଓ ବାବୁ ମହାନ୍ତି, କାର୍ତ୍ତିକ ନାଏକ, ଭଳି ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

 

Related Post

ବରୀ ବିଜେଡିର ମିଶ୍ରଣ ପର୍ବ, ଦଳ ଛାଡିଲେ ମଙ୍ଗରାଜପୁର ସରପଂଚଙ୍କ ସହ ବହୁ କର୍ମୀ

Posted by - December 15, 2019 1,296
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବରୀ ବିଜେଡିର ମିଶ୍ରଣ ପର୍ବ । ଦଳ ଛାଡିଲେ ଏହି ନିର୍ବାଚନମଣ୍ଡଳୀ ମଙ୍ଗରାଜପୁର ପଂଚାୟତର ସରପଂଚ କୁମୁଦୁନୀ ନାୟକଙ୍କ ସହ…

ବିଜେଡି ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ଉପରେ ଆତ୍ମ ସମୀକ୍ଷା ବୈଠକ

Posted by - May 9, 2022 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ସାପ୍ତାହିକ ସୋମବାର ବଜାର ଠାରେ ସନ୍ଧ୍ୟା ବେଳେବିଜେଡି ପକ୍ଷରୁ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ…

ବିଜେଡି ଟିକେଟ ପାଇଲେ ହିମାଂଶୁ ସାମଲ

Posted by - January 20, 2022 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି-୩ ଜିଲ୍ଲାପରିଷଦ ଆସନଟି ଅଣ ସଂରକ୍ଷିତ ହୋଇଥିଲା ବେଳେ ଏହି ଆସନରୁ ହିମାଂଶୁ ସାମଲଙ୍କୁ ଟିକେଟ ଦେବା ପାଇଁ ଦଳ ସ୍ଥିର କରିଛି I ଏହି…

ବିଜେପି ପୁରୁଣାକଟକ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - May 27, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଲୁଣିବାହାଲ ଠାରେ ଆଜି ବିଜେପି ପୁରୁଣାକଟକ ମଣ୍ଡଳ ର କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ବାମନ ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ…

ବ୍ୟାଙ୍କ ଘରୋଇ କରଣ ବିରୋଧ ରେ ବ୍ୟାଙ୍କ୍ ଧର୍ମଘଟ ଯୋଗୁଁ, ଓଡିଶା ରେ ବ୍ୟାଙ୍କ୍ ସେବା ସମ୍ପୂର୍ଣ୍ଣ ବ୍ୟାହତ

Posted by - March 15, 2021 0
ଭୁବନେଶ୍ୱର:କେନ୍ଦ୍ର ସରକାର ଓ ନୀତି ଆୟୋଗ ର ନିଷ୍ପତ୍ତି କ୍ରମେ, ରାଷ୍ଟ୍ରାୟତ ବ୍ୟାଙ୍କ ର ଘରୋଇ କରଣ କରି, ଏହି ବ୍ୟାଙ୍କ୍ ବ୍ୟବସ୍ଥା କୁ ଧ୍ଵଂସ କରି…