Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ରାଜ୍ୟ ସରକାରଙ୍କ ଛତୁଆ ବଣ୍ଟନ କାର୍ଯ୍ୟକ୍ରମ କାହା ପାଇଁ ? ମାସ ମାସ ଧରି ମିଳୁନି ଛତୁଆ, ଖାଉଛି କିଏ ?

85 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) କେନ୍ଦ୍ର ତଥା ରାଜ୍ୟ ସରକାର ମହିଳା ଓ ଶିଶୁ ମାନଙ୍କ ବିକାଶ ତଥା କୁପୋଷଣକୁ ରୋକିବା ଦିଗରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ସେ ଭିତରୁ ଛତୁଆ, ବାଦାମ ଲଡୁ ଅନ୍ୟତମ। ଟିଟିଲାଗଡର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ଉଦ୍ୟମ କ୍ରମେ ମାଁ ଏବଂ ଶିଶୁ ମାନଙ୍କୁ ଉତ୍ତମ ଗୁଣର ଛତୁଆ କିପରି ମିଳିବ ସେ ନେଇ ଏକ ଛତୁଆ ପ୍ଲାଣ୍ଟ ମଧ୍ଯ ସ୍ଥାପନ ପିପଲ ପଦର ଠାରେ କରାଇଲେ। ନିଜ ଅଞ୍ଚଳର ଶିଶୁ ମହିଳା ଏଥିରୁ ଲାଭ କଣ ପାଇବେ କେବଳ କାଗଜପତ୍ରରେ ଚାଲିଛି ବଣ୍ଟନ। କିଛି ମାସ ପୂର୍ବେ ଏହାର ଖବର ପ୍ରସାରଣ କରିବା ପରେ ପୁର୍ବରୁ ତିନି ମାସ ଛତୁଆ ଓ ବାଦାମ ଲଡୁ ବଣ୍ଟନ କରା ନ ଯାଇ ଥିବା ବେଳେ ଗୋଟିଏ ମାସର ଦେଲେ, ତାପରେ ତଦନ୍ତ ତଥା ଆରଟିଆଇ ଆଧାରରେ ଦିଆଯାଉଥିବା ତଥ୍ୟ ପ୍ରଦାନ କଲେ, ତିନି ମାସର କାହିକି ଛତୁଆ ଦିଆଯାଇନାହିଁ ପଚାରିବାରୁ ମେସିନ ଖରାପ ଥିଲା ବୋଲି ସିଡିପୀଓ ଶ୍ରୀମତି ସାହୁ ଜଣାଇଥିଲେ।

ଏଠାରେ ପ୍ରଶ୍ନ ଉଠେ ଯେ ନୂଆ ପ୍ଲାଣ୍ଟ ସ୍ଥାପନର କିଛି ଦିନ ପରେ ମେସିନ ଖରାପ ହେବା, ଖରାପ ହୋଇ ପୁଣି ସଜଡ଼ା ହେଲା, ତାପରେ ବି ସେହି ତିନି ମାସର ଛତୁଆ ଦିଆ ଗଲାନି କାହିଁକି ? ସେ ଛତୁଆ ଗଲା କୁଆଡେ ? ତାପରେ ଗୋଟିଏ ମାସର ଛତୁଆ ବଣ୍ଟନ ହେଲା ତାପରେ ପୁଣି ଦୁଇ ମାସ ଦିଆ ଯାଇନାହିଁ, ପ୍ରତି ମାସରେ ସମସ୍ତ ମାଁ ଏବଂ ଶିଶୁ ମାନଙ୍କୁ ଏହା ଯୋଗାଇବା କଥା, କେଉଁ କାରଣରୁ ଯୋଗାଇ ଦିଆ ଯାଇନାହିଁ ? ପୁର୍ବ ତିନି ମାସର ଛତୁଆ ଗଲା କୁଆଡେ ? ଏ ଦିଗରେ ସିଡ଼ିପୀଓ, ଉପଜିଲ୍ଲାପାଳ, ଜିଲ୍ଲାପାଳ ଏବଂ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେଇ ତଦନ୍ତ କଲେ ସତ୍ୟତା ପଦାକୁ ଆସିବ ବୋଲି ହିତାଧିକାରୀ ମାନେ ଦାବି କରୁଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ମହିଳା ଶିଶୁ ମାନଙ୍କ ପାଇଁ ବିକାଶର ଡିଣ୍ଡିମ ପିଟୁ ଥିବା ବେଳେ ଏହି ଯୋଜନାର ହରିଲୁଟ ପାଇଁ ଲୋକ ଦାୟୀ କାହାକୁ କରିବେ ସରକାର ଥରେ ବିଚାର କରନ୍ତୁ। ସରକାରି ଯୋଜନାର ହରିଲୁଟ କିପରି ହୁଏ ଏଥିରୁ ଅନୁମେୟ।

Related Post

ପ୍ରସ୍ତାବିତ ମଦ ଦୋକାନ କୁ ବିରୋଧ କରି ଜିଲାପାଳ ଙ୍କ ନିକଟରେ ଅଭିଯୋଗ

Posted by - March 21, 2023 0
ବିଂଝାରପୁର:ପ୍ରସ୍ତାବିତ ମଦ ଦୋକାନ କୁ ବିରୋଧ କରି ଜିଲାପାଳ ଙ୍କ ନିକଟରେ ଅଭିଯୋଗ। ଯାଜପୁର ବିଂଝାରପୁର ବ୍ଲକ ମଇଁନ୍ଦା-ଅରେଇରାସ୍ତାର ମଧ୍ୟବର୍ତି ଅଞ୍ଚଳ ଘଣ୍ଟିଆଳି ପଞ୍ଚାୟତରେ ପ୍ରସ୍ତାବିତ ମଦ…

ବରଗଡ ଧନୁଯାତ୍ରା ସ୍ଥଗିତ

Posted by - December 11, 2021 0
ବରଗଡ/ଅତାବିରା:ସାରା ବିଶ୍ୱରେ ଧନୁଯାତ୍ରା ମହୋତ୍ସବ ପାଇଁ ପ୍ରସିଦ୍ଧ ଅଟେ ବରଗଡ ଜିଲ୍ଲା ।କରୋନା ପ୍ରଭାବରୁ ଏ ବର୍ଷ ଧନୁଯାତ୍ରା ହେବ କି ନାହିଁ ସଠିକ ଭାବେ କୁହାଯାଇପାରୁ…

ସାଙ୍ଗର ନିଶା ଦ୍ରବ୍ୟ ଭାଗ କମିଯିବାରୁ ୨ ସାଙ୍ଗଙ୍କ ଉପରେ ପେଟ୍ରୋଲ ପକାଇ ନିଆ ଲଗାଇ ଦେଲା ସାଙ୍ଗ

Posted by - March 31, 2022 0
ବାରଙ୍ଗ :(ସନ୍ତୋଷ ରାଉତ )ଏମିତି ଏକ ଅଭାବ ନୀୟ ଘଟଣା ଘଟିଛି ବାରଙ୍ଗ ଥାନା ଅଂଚଳରେ । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାଇ ଏହି ଥାନା ଅନ୍ତର୍ଗତ…

ନୀଳଗିରି ରେ କଂଗ୍ରେସର ଧର୍ମଘଟ ଓ ହରତାଳ, ଗର୍ଜିଲା କଂଗ୍ରେସ

Posted by - November 13, 2021 0
ନୀଳଗିରି:(ସୌମ୍ୟା ସାଇ ବାରିକ)ମମିତା ମେହେର ହତ୍ୟା କାଣ୍ଡ ଘଟଣାରେ, ରାଜ୍ଯ ବ୍ୟାପି, ବିରୋଧୀ ଦଳ ପକ୍ଷରୁ, ବନ୍ଦ, ଧର୍ମଘଟ ଓ ହରତାଳ ଚାଲିଛି। ଏଥିରେ ସଂପୃକ୍ତ ଅଭିଯୁକ୍ତ…

ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲରେ ଘାଇ, ଶତାଧିକ ଏକର ର ଫସଲ ଜଳମଗ୍ନ

Posted by - October 30, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଉପର ଇନ୍ଦ୍ରାବତୀ ଯୋଜନା ଡାହାଣ ମୁଖ୍ୟ କେନାଲ ପାଯେନ ଗ୍ରାମ ନିକଟ RD 33. 326 ନିକଟ ବାମ ହୁଡାରେ ଆଜି…