Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଟିଟିଲାଗଡରେ ସ୍ୱର୍ଗତ କବି ମଧୁସୂଦନ ମହାନନ୍ଦଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

32 0

ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଅଞ୍ଚଳର ଜଣାଶୁଣା ଜଣେ ପ୍ରଖ୍ୟାତ କୋଷଲି କବି ମଧୁସୂଦନ ମହାନନ୍ଦଙ୍କ ଗତ ୯ ତାରିଖରେ ହୃଦଘାତ ଜନିତ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣି ପ୍ରାରମ୍ଭିକ ଚିକିତ୍ସା କରାଇଥିଲେ,ଡାକ୍ତର ତାଙ୍କୁ ବାହାରକୁ ରେଫର କରିବା ପରେ ରାୟପୁର ଯିବା ବେଳେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କର ଶୁଭେଚ୍ଛୁ, ଆତ୍ମୀୟ ସୌଜନ୍ୟ ଙ୍କ ସମେତ କୋଶଲି କବି ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଥିଲା।

ତେବେ ସ୍ୱର୍ଗତ ମହାନନ୍ଦଙ୍କୁ ସ୍ମରଣ କରିବା ସହ ତାଙ୍କୁ ଶ୍ରଦ୍ଧାଂଜଳି ଦେବା ଉଦ୍ଦେଶ୍ୟରେ ଟିଟିଲାଗଡ କୋଷଲି କବି ମାନଙ୍କ ତରଫରୁ ସଭାପତି ଶ୍ରୀଯୁକ୍ତ ଦିଲୀପ କୁମାର ପସାୟତଙ୍କ ସଭାପତିତ୍ବରେ ସ୍ଥାନୀୟ ଆଦିବାସି ଭବନ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ମହାନନ୍ଦ ପ୍ରଥମେ ଶିକ୍ଷକତା ଚାକିରି କରି ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ତାଙ୍କର ଚାକିରୀ ଜୀବନ କଟାଇଥିଲେ। ବ୍ୟାଙ୍କ ଭଳି ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ଚାକିରି କରି ମଧ୍ଯ ବିଭିନ୍ନ ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ନିଜକୁ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରଖୁଥିଲେ। ତାଙ୍କ ଜୀବନରେ ସେ ଶତାଧିକ ନାଟକରେ ଅଭିନୟ, ଚଳଚ୍ଚିତ୍ର ଆଦିମ ବିଚାରରେ ମଧ୍ଯ ଅଭିନୟ କରିବା ସହ ଅନେକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ।

ଏହା ସହ ଓଡ଼ିଆ ତଥା କୋଶଳୀ ଭାଷାର ଜଣେ ପ୍ରଚଣ୍ଡ ପ୍ରତିଭା ଥିଲେ, ଆଧୁନିକ କୋଶଳୀ ସାହିତ୍ୟ କ୍ଷେତ୍ରରେ ତାଙ୍କର ପ୍ରତ୍ୟେକ କବିତା, ଗଳ୍ପ, ନାଟକରେ କୋଶଳୀ ମହକ ଦେଖିବାକୁ ମିଳୁଥିଲା ବୋଲି ଉପସ୍ଥିତ କବି ମାନେ ସ୍ମୃତି ଚାରଣ କରିଥିଲେ। ଏହି ସଭାରେ କୋଶଳୀ ସାଂସ୍କୃତିକ ମହାଯୋଟର ଆଗ ମଙ୍ଗୁଆଳ ଶ୍ରୀଯୁକ୍ତ ଟିକେଲାଲ ବେହେରା, କୋଶଳୀ ଭାଷା ସୁରକ୍ଷା ସମିତିର ଉପଦେଷ୍ଟା ଶ୍ରୀ ନୀଳମଣି ସାହୁ, ସମ୍ବାଦ ସାହିତ୍ୟ ଘରର ସଭାପତି ଶ୍ରୀ ସଞ୍ଜୟ ଅଗସ୍ତି, ଆଦିବାସି ସଙ୍ଘର ସଭାପତି ନିତ୍ୟାନନ୍ଦ ମାଝି, ଆଦିବାସି ସଙ୍ଘର ବ୍ଲକ ସଭାପତି ପଦ୍ମନ୍ ପ୍ରଧାନି, ଆଦିବାସି ସଙ୍ଘର ସଂପାଦକ ହେମେନ୍ଦ୍ର ହାଁସଦା, କବି ଆଦିମୂଳ ଶତପଥୀ, ଲିଲୁ ମୋହନ ପ୍ରଧାନ, ମାନସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ଯାଜପୁର ରେ ଇଦ୍‌-ଉଜ୍‌-ଜୁହା  ପାଇଁ କଟକଣା ଜାରି

Posted by - July 31, 2020 156
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) କରୋନା ମହାମାରୀ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ମାର୍ଗଦର୍ଶିକା ଜାରି କରି ଏହାକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଚ୍ଥନ୍ତି ।  ଅପର ପକ୍ଷରେ…

ଲାଠୋର ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର

Posted by - March 12, 2023 0
ଖପ୍ରାଖୋଲ: ୧୧/୦୩( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ହାଇସ୍କୁଲ ପଡିଆ ଠାରେ ପୋଲିସ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ…

ବୌଦ୍ଧ ନିର୍ବାଚନ ମଣ୍ଡଳ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

Posted by - September 23, 2023 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ଓ ବରିଷ୍ଠ ବିଜେପି ନେତା ପୂର୍ବତନ ବିଧାୟକ ପାର୍ଥି ସୁଶାନ୍ତ ପ୍ରଧାନ ଙ୍କ…

ସୋନପୁର ଓମସାର କାର୍ଯ୍ୟକର୍ତ୍ତା ନିର୍ବାଚନ

Posted by - December 9, 2022 0
ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ) ଓଡିଶା ମେଡିକାଲ ସେବା ସଂଘ ସୁବର୍ଣ୍ଣପୁର ଶାଖାର ସାଧାରଣ ପରିଷଦ ବୈଠକ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ତାଲିମ…

ସମସ୍ତ ପ୍ୟାକ୍ସ ଓ ଡିଲର କେନ୍ଦ୍ର ରେ ଖରିପ ବିହନ ମହଜୁଦ ପାଇଁ ବ୍ଲକ କୃଷି ବିଭାଗ ର ପରାମର୍ଶ

Posted by - June 19, 2023 0
ହରଭଙ୍ଗା: ୧୮/୦୬ (ଚିତ୍ତରଞ୍ଜନ ସିଂହ) ଖରା ଯାଇ ମୌସୁମୀ ର ଆଗମନ ସୂଚନା ଦେଲାଣୀ, କିନ୍ତୁ ମୌସୁମୀ ର ଅନିଶ୍ଚିତତା ଯୋଗୁଁ ହରଭଙ୍ଗା ବ୍ଲକ ଚାଷୀ ସମ୍ପୂର୍ଣ…