Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କୋଟ ପରିସରରେ ଆଇନ ସଚେତନତା ଶିବିର

66 0

ରାୟଗଡା :(ରମାକାନ୍ତ ପୋଡାଲ)ସକାଳ ଘ.୯.୩୦ମି ରେ ସ୍ଥାନୀୟ ଜିଲ୍ଳା ଅଦାଲତ ର ଭିଡିଓ କନଫରେନ୍ସ ହଲ୍ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ କର୍ମକ୍ଷେତ୍ରରେ ମହିଳାମାନଙ୍କର ଯୌନ ନିର୍ଯ୍ୟାତନ ସୁରକ୍ଷା ଆଇନ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଏହି ଆଇନ ସଚେତନତା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଆଇନ ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ପରିଚାଳନା କରିଥିଲେ

ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍ସ ଅଦାଲତର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାଏକ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷୀ ପ୍ରିୟଦର୍ଶିନି, ମହିଳା କୋଟ ର ବିଚାରପତି ଶ୍ରୀମତି ଶୋନଲ ସର୍ମା, ରେଜିଷ୍ଟର ଦେବିଜ୍ୟୋତି ମହାପାତ୍ର, ସବ୍ ଜଜ୍ ଶ୍ରୀ ସୋମ୍ୟରୂପ ସାହୁ, ନ୍ୟାୟଧିକାରୀ ଶ୍ରୀ ଚନ୍ଦନ କୁମାର ଦେହୁରୀ ପ୍ରମୁଖ ଯୋଗଦେଇଥିଲେ I

ଏଥିସହିତ ଜିଲ୍ଳା ଅଦାଲତ ଓ ଜିଲ୍ଳା ଆଇନସେବା ପ୍ରାଧିକରଣର ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ମହିଳା ମାନେ କର୍ମକ୍ଷେତ୍ରରେ ଯୌନନିର୍ଯ୍ୟାତନର ଶିକାର ହେଉଛନ୍ତି ତାକୁ କିପରି ପ୍ରତିରୋଧ କରିବା ଓ କିପରି ଯୌନ ନିର୍ଯ୍ୟାତନା ସୀକାର ନହୁଅନ୍ତି ସେଥିପାଇ ସେମାନେ କମ୍ପ୍ଲେନ କମିଟିର ସହଯୋଗ ନେବାକଥା ସେ ବିଷୟରେ ବିସୃତ ଭାବରେ ଅଶଗ୍ରହଣକାରୀମାନଙ୍କୁ ବୁଝାଇଥିଲେ I

ଏଥିସହିତ ମହିଳାମାନେ କର୍ମକ୍ଷେତ୍ରରେ ରେ ଯୌନନିର୍ଯ୍ୟାତନର ସୀକାର ହେଲେ ସେମାନଙ୍କ ପାଇ ନ୍ୟାୟିକ ବ୍ୟବସ୍ଥା ଓ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ପରିଶେଷରେ ଅତିଥିମାନେ ଏହି ଆଇନ ଉପରେ ଥିବା ସୁପ୍ରିମକୋଟ ର ଥିବା ବିଭିନ୍ନ ଜଜମେଣ୍ଟ ଉପରେ ଅଶଗ୍ରହଣକାରୀମାନଙ୍କୁ ଧାରଣା ଦେଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଅଦାଲତ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

Related Post

ଓଡ଼ିଆପାଲି ଗାଁ ରେ ଜବର୍ ଦଖଲ ଗୋଚର ଜମି ଉଦ୍ଧାର ପାଇଁ ପ୍ରଶାସନର ସଚେତନତା ସଭା

Posted by - July 18, 2022 0
ଖପ୍ରାଖୋଲ: ୧୭/୭(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଓଡ଼ିଆପାଲି ଗାଁ ରେ ରଜସ୍ଵବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗ ର ମିଳିତ ଉଦ୍ୟମରେ ଜବର ଦଖଲ ଗୋଚର…

କେସିଙ୍ଗାରେ ମହା ଆଡ଼ମ୍ବରରେ ପାଳନ ହେଲା ଭଗବାନ ଶ୍ରୀ ପର୍ଶୁରାମ ଜୟନ୍ତୀ

Posted by - April 22, 2023 0
କେସିଙ୍ଗା:(ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ କେସିଙ୍ଗା ବ୍ରାହ୍ମଣ ସମାଜ ପକ୍ଷରୁ ଏକ ଭକ୍ତି ମୟ ପରିବେଶ ରେ ଓ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି…

ଅଗ୍ନିପଥ ପ୍ରତ୍ୟାହାର ଦାବୀରେ ବାମପନ୍ଥୀ ଯୁବଛାତ୍ରଙ୍କ ମିଳିତ ପ୍ରତିବାଦ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

Posted by - June 29, 2022 0
ଭୁବନେଶ୍ୱର:୨୯/୦୬; ଯୁବ,ଛାତ୍ର,ସେନା ବାହିନୀ ତଥା ଦେଶ ବିରୋଧି ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ ବିଭିନ୍ନ ବାମପନ୍ଥୀ ଛାତ୍ର ଓ ଯୁବ ସଙ୍ଗଠନଙ୍କ ପକ୍ଷରୁ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ…

ଦମାଇପାଲି ନଦୀ ପଠାରୁ ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ

Posted by - December 9, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଦମେଇପାଲି ପଞ୍ଚାୟତ ସୁକୁତେଲ ନଦୀ ତୁଠରୁ ବେଆଇନ ବାଲି ଚୋରା ଚାଲାଣ ଉପରେ ଖପ୍ରାଖୋଲ ତହସିଲଦାର ଚଢାଉ…

ବଡତୁରାଙ୍ଗରେ କରମା ସମ୍ମିଳନୀ

Posted by - October 5, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ)ଯୁଯୋମୁରା ବ୍ଲକ ବାହାମ ପଞ୍ଚାୟତର ବଡତୁରାଙ୍ଗ ଗ୍ରାମରେ ଆଜି ଜୟମାଁ କରମସାନୀ କରମା ସମ୍ମିଳନୀ ଅନୁଷ୍ଟିତ ହୋଇଛି । ଏଥିରେ ବଡମାଲ,ରସିଆପାଲି,ଅନ୍ଧାରୀପାଲି, ବରଙ୍ଗାମାଲ,ସଙ୍କରା,ଧନୁପାଲି,ବନ୍ଧପୁରା,ଡୁମ୍ବେରପାଲି,ଲହଣ୍ଡା ,ଘେନୁପାଲି ଦଳ…