Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ

26 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଗୁରୁବାର ମହାସମାରୋହରେ ହିନ୍ଦୀ ଦିବସ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଏକ ହିନ୍ଦୀ କବିତା ଆସର ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ନିମନ୍ତ୍ରିତ ଅତିଥି ଓ କବି ମାନଙ୍କୁ ସ୍ବାଗତ ଜଣାଇ ଥିଲେ ଏବଂ ହିନ୍ଦୀ ଦିବସର ମହତ୍ତ୍ଵ ସମ୍ପର୍କରେ ଧାରଣା ଦେଇଥିଲେ । ସେ ଏହି ବର୍ଷ ନୂତନ ଭାବରେ ଖୋଲିଥିବା ହିନ୍ଦୀ ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

କବି ରମେଶ ଶର୍ମା, କବି ସନ୍ଦୀପ ଚନ୍ଦ୍ରକାର , କବି ଅବଦୁଲ ମଜିଦ୍ ପାୟାମୀ , କବି ନାହିଦା ସ୍ଵ ରଚିତ କବିତା ପାଠ କରିଥିଲେ ଏବଂ ହିନ୍ଦୀ ଭାଷାର ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସୂଚନା ଓ ଜନ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ମେଜର ଡକ୍ଟର ଜୟଦେବ ସାହୁ, ଡକ୍ଟର କୈଳାସ ଚନ୍ଦ୍ର ଦାସ ଯୋଗ ପ୍ରମୁଖ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି କାର୍ଯକ୍ରମକୁ ସହକାରୀ ଅଧ୍ୟାପିକା ରୋଜ ମେରୀ ଏକ୍କା ପରିଚାଳନା କରିଥିଲେ। ଅନ୍ୟ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ଡକ୍ଟର ଅଜୟ କୁମାର ମିଶ୍ର , ହର୍ଜିତ୍ ସିଂହ, ଡକ୍ଟର ରାଜକିଶୋର ମହନା ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।

Related Post

କାଳ ବୈଶାଖୀ ପ୍ରଭାବ ରେ ବ୍ୟାପକ ତରଭୁଜ ଓ ଡ଼ାଳୁଅ ଧାନ ନଷ୍ଟ ଚାଷୀ ମୁଣ୍ଡରେ ଚଡ଼କ, ସରକାରୀ ସହାୟତା ପାଇଁ ଦାବୀ

Posted by - April 25, 2023 0
ବୌଦ୍ଧ :୨୫/୦୪ ( ଚିତ୍ତ ରଞ୍ଜନ ସିଂ ) ଆଜି ଦିନ ତମାମ ମୁଣ୍ଡ ଫଟା ଖରା ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ହଠାତ ଅପରାହ୍ନ ରେ…

ଟିଟିଲାଗଡ ଲାୟନ୍ସ କ୍ଲବକୁ ଲାୟନ୍ସ ୩୨୨ସି୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ ଆଗମନ

Posted by - April 20, 2022 0
ଟିଟିଲାଗଡ଼: (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟ ସମ୍ପାଦନ କରି କିଛି ପ୍ରୋଜେକ୍ଟକୁ ଉଦଘାଟନ କଲେ ଡିଜି ଶ୍ରୀ ରାକେଶ ସିଂ। ଡିଷ୍ଟ୍ରିକ୍ଟ…

ବିଚାରଧୀନ ମାମଲାର ରାୟ ଦେଲା JMFC କୋର୍ଟ,୫ ହଜାର ଟଙ୍କା ଫାଇନ ସହ ୩ ବର୍ଷ ଜେଲ ଦଣ୍ଡାଦେଶ

Posted by - April 18, 2023 0
ହରଭଙ୍ଗା :୧୭/୦୪ (ଚିତ୍ତରଞ୍ଜନ ସିଂହ)୬ ବର୍ଷଧରୀ ବିଚାରଧୀନ ଥିବା ମାମଲା ର ଆଜି ରାୟ ଦେଇଛନ୍ତି ହରଭଙ୍ଗା JMFC କୋର୍ଟ ବିଚାର ପତି !ମିଳିଥିବା ସୂଚନା ମତେ…

‘ପ୍ରଶଂସକ ଗ୍ରାମ’ରେ ଖେଳାଳି-ଖେଳପ୍ରେମୀ ଭେଟାଭେଟି

Posted by - December 4, 2018 0
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌ରେ ପ୍ରଥମ ଥର ଖେଳାଳି ଏବଂ ଖେଳପ୍ରେମୀ ପରସ୍ପରକୁ ହାତପାହାନ୍ତାରେ ପାଇବେ। ଖୋଦ୍ ‌ଖେଳାଳିମାନେ ପ୍ରଶଂସକଙ୍କୁ ଭେଟିବା ଲାଗି ପ୍ରଶଂସକ ଗ୍ରାମକୁ ଆସିବେ।…