Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକ

36 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ବାଣତୁମ୍ବ ଗ୍ରାମର ଉଭୟ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ପଦ୍ମନାଭ କରଙ୍କର ଗତକାଲି ୯୧ ବର୍ଷ ବୟସରେ ପରଲୋକ ଘଟିଛି I ସ୍ଵର୍ଗତ କର କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡ଼ିତ ଥିବା ବେଳେ ଗତକାଲି ବ୍ରହ୍ମପୁର ଅଳକାନଗରୀ ସ୍ଥିତ ବାସଭବନରେ ଦେହ ତ୍ୟାଗ କରିଥିଲେ I

ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ ଗୌରୀ ଶଙ୍କରକରଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I ସ୍ଵର୍ଗତ ପଦ୍ମନାଭ ଜଣେ ଆଦର୍ଶ ଶିକ୍ଷକ ଭାବରେ ଉଭୟ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ I

ସେ ଜଣେ ସ୍ନେହୀ, ପରୋପକାରୀ, ସରଳ ଏବଂ ଧର୍ମପରାୟଣ ବ୍ୟକ୍ତି ଭାବରେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ I ତାଙ୍କର ମୃତ୍ୟୁ ଖବର ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କର ବହୁ ଛାତ୍ରଛାତ୍ରୀ, ସହକର୍ମୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ଵର୍ଗତ କରଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I

Related Post

ଚାଲି ଚାଲି ଆସୁଥିବା ଶ୍ରମିକଙ୍କୁ ଉଦ୍ଧାର କଲେ ଗାଙ୍ଗପୁର ସରପଞ୍ଚ

Posted by - June 9, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଦିଗପହଣ୍ଡି ଅଞ୍ଚଳରୁ ଚାଲି ଚାଲି ଆସୁଥିବା ଏକ ସାତ ଜଣିଆ ଶ୍ରମିକ ଗୋଷ୍ଠୀଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କ ଅନୁରୋଧ କ୍ରମେ ସେମାନଙ୍କୁ…

ଭୂମିହୀନ ପରିବାରଙ୍କୁ ଜମି ଯୋଗାଇ ଦେବା ପାଇଁ ଯାଜପୁର ତହସିଲଦାରଙ୍କ ଉଦ୍ୟମ

Posted by - March 6, 2020 5
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ପଂଚାୟତିରାଜ ଦିବସ ଅବସରରେ ଭୂମିହୀନ ପରିବାରଙ୍କୁ ଜମି ଯୋଗାଇ ଦେବା ପାଇଁ ଯାଜପୁର ତହସିଲଦାରଙ୍କ ଉଦ୍ୟମ । ତହସିଲ ଅଧିନରେ ଥିବା ଭୂମିହିନ ପରିବାର…

ଅବକାରୀ ଓ ପୋଲିସ ଦ୍ୱାରା ଦେଶୀ ମଦ ଓ ପୋଛା ମହୁଲ ନଷ୍ଟ

Posted by - March 17, 2022 0
ମାଥିଲି: ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଂଚଳ ର ବିଭିନ୍ନ ସ୍ଥାନରେ ଛଡାଉ କରିଥିବା ବେଳେ କଂଦଗୁଡା ଗ୍ରାମ ନିକଟରେ ଥିବା ନଦୀ ନିକଟରେ ଚାରି ହଜାର…

କଳାହାଣ୍ଡି ଜିଲ୍ଲାରେ ଝାଡ଼ା ବାନ୍ତି ର ପ୍ରାଦୁର୍ଭାବ, ଜନଜୀବନ ଅସ୍ତବ୍ୟସ୍ତ, ଲୋକେ ଆତଙ୍କିତ

Posted by - September 27, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାରେ ଗତ ଏକ ମାସ ହେବ ଡାଇରିଆ ଆତଙ୍କ ଦେଖାଦେଇଛି l ଡାଇରିଆ ଜୋଗୁଁ…