ଏନ୍ ଏଚ ୧୩୦ ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ରାସ୍ତା କାମ ନିମ୍ନ ମାନର ଯୋଗୁଁ ପିଚୁ ରାସ୍ତା ଉପରେ କ୍ରସର ଗୁଣ୍ଡ ?

91 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)କେନ୍ଦ୍ର ସରକାର ହୋଇ କି ରାଜ୍ୟ ସରକାର ଲୋକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଥିବା ବେଳେ ହେଲେ ଏଠିକାର ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ଗୁଡିକ ନିମ୍ନ ମାନର ନିର୍ମାଣ ହୋଇଛି ଯାହା ଫଳରେ ରାସ୍ତା କମ୍ ଦିନ ରେ ରାସ୍ତା କାଳ ନାଲ ହେବା ଦେଖାଯାଇଛି।

ତା’ର ଏକ ଜ୍ଜଲନ୍ତ ଉଦାହରଣ ଦେଖିବାକୁ ମିଳୁଛି ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ରାସ୍ତା ଏନ୍ ଏଚ ୧୩୦ ରାସ୍ତା ଏହି ରାସ୍ତା ରାଜଲକ୍ଷ୍ମୀ କନଟ୍ରକସ ନାମକ ଏକ ଠିକାଦାର ସଂସ୍ଥା କୁ ଦିଆଯାଇଥିଲା । ଏହି ଠିକାଦାର ସଂସ୍ଥା ଉକ୍ତ କାର୍ଯ୍ୟ ତୁଲାଇଥିଲେ ଏହି ରାସ୍ତା ପିଚୁ ଉପରେ କାହିଁକି କ୍ରସର ଗୁଣ୍ଡ ଦିଆଯାଇଛି ।

ଉକ୍ତ ରାସ୍ତାରେ କ୍ରସର ଗୁଣ୍ଡ ଦେବାର ମୁଖ୍ୟ ଉଦ୍ଦେଶ୍ୟ ନିମ୍ନ କାମ ହୋଇଥିବା ଯୋଗୁ କ୍ରସର ଦିଆଯାଇଥିଲା ଲଘୁଚାପ ବର୍ଷା ଯୋଗୁଁ ରାସ୍ତା ଭାଙ୍ଗି ଯାଇଥିଲା କିନ୍ତୁ ଠିକାଦାରର ଉକ୍ତ ରାସ୍ତାରେ ରାତି ପୁଣି କ୍ରସର ଗୁଣ୍ଡ ଦେଇଥିଲେ। ଏହି ରାସ୍ତା କୁ କେନ୍ଦ୍ରୀୟ ସଂସ୍ଥା ଲୋଖାଯିଵା ସହିତ ପରିବହନ ମନ୍ତ୍ରୀ ନିତିଶ ଗଡକରୀ ଙ୍କୁ ମଧ୍ୟ ଲୋଖାଯିଵା ପାଇଁ ପୂର୍ବତନ ସମିତି ସଭ୍ୟ ଜନ୍ମେଜୟ ନାଏକ ଅଭିଯୋଗ କରିଛନ୍ତି। ଏବଂ ଉକ୍ତ ରାସ୍ତା କୁ ସଠିକ ଭାବରେ ତଦନ୍ତ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି ।

Related Post

ଚଳିତ ରଥଯାତ୍ରାକୁ ମୁନିଗୁଡା ବ୍ରାହ୍ମଣ ସମାଜ ତରଫରୁ ଅସହଯୋଗ ନିଷ୍ପତ୍ତି

Posted by - June 4, 2023 0
ମୁନିଗୁଡା:(ରାମାକାନ୍ତ ପୋଡାଳ ) ରାୟଗଡା ଜିଲ୍ଲାର ମୁନିଗୁଡା ଜଗନ୍ନାଥ ମନ୍ଦିରରେ ନୀତି କାନ୍ତିରେ ବିଭ୍ରାଟ ଓ ବ୍ରାହ୍ମଣ ସମାଜକୁ ପରିଚାଳନା କମିଟି ତରଫରୁ ଅଣଦେଖା କରିବା ପ୍ରତିବାଦରେ…

ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Posted by - May 2, 2023 0
ମୁନିଗୁଡା :୦୧/୦୫ (ରାମାକାନ୍ତ ପୋଡାଳ )ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦରମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସ୍ଵଧା…

ବିନା କାରଣ ରେ ଗାଡି ଅଟକ ରଖି ଯୁବକ ଦ୍ବୟଙ୍କୁ ମାଡ ମାରି କିଆକଟା ପୋଲିସ ର ଗୁଣ୍ଡାରାଜ

Posted by - March 5, 2022 0
ବୌଦ୍ଧ:( ଚିତ୍ତରଂଜନସିଂ)ମଦ ପିଇ ଧମକାଇ ପୋଲିସ କରୁଛି ଗୁଣ୍ଡାରାଜ। ସବୁ ପ୍ରକାର ଯାଞ୍ଚ କରି ସାରିଲା ପରେ ମଧ୍ୟ ଗାଡି ରେ କିଛି ନ ପାଇବାରୁ ଗାଡି…

ସମ୍ବଲପୁର ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଯୋନାଲ କାଯ୍ୟାଳୟକୁ ନେସନାଲ ବ୍ୟାଙ୍କିଙ୍ଗ ଗୃପ ଓଡ଼ିଶାର ଜିଏମ ପରିଦର୍ଶନ

Posted by - July 13, 2023 0
ସମ୍ବଲପୁର: ୧୨/୦୭ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଯୋନାଲ କାଯ୍ୟାଳୟକୁ ଆଜି ନେସନାଲ ବ୍ୟାଙ୍କିଙ୍ଗ ଗୃପ ଓଡ଼ିଶାର ଜିଏମ ଆଜି ପରିଦର୍ଶନ କରିଥିଲେ । ଆଜି…