ବାଇକ ଆରୋହୀ ଉପରେ ପଡିଲା ଗଛ, ଗୁରୁତର ଆରୋହୀ ଡାକ୍ତରଖାନାରେ ଭର୍ତ୍ତି

14 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର – ରିଶୀଡା ପୂର୍ତ୍ତ ବିଭାଗ ରାସ୍ତାର ପାଜିବାହାଲି ନିକଟରେ ଏକ ବିରାଟକାୟ ତେନ୍ତୁଳି ଗଛ ଗୁରୁବାର ଅପରାହ୍ନରେ ହଠାତ ଏକ ବାଇକ ଆରୋହୀଙ୍କ ଉପରେ ପଡିଯାଇଥିଲା l ଫଳରେ ଉକ୍ତ ଆରୋହୀ ଜଣକ ଗଛତଳେ ଚାପି ହୋଇ ରହିଯାଇଥିଲେ l ଘଟଣା ସ୍ଥଳରେ ଥିବା ଅନ୍ୟ ପଥଚାରୀମାନେ ଅଗ୍ନିଶମ ବିଭାଗକୁ ଖବର ଦେବାସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ l ବାଇକ ଆରୋହୀ ଜଣକକର୍ଲାମୁଣ୍ଡା ବ୍ଲକ୍ ଗଜବାହାଲ ଗ୍ରାମର କେଶବ ସାହୁ ବୋଲି ଜଣା ପଡିଛି l

ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇଛି। ସୂଚନା ଥାଉ କି, ସେ ଏକ ଲାଲ୍ ରଙ୍ଗର ପ୍ୟାସନ ପ୍ରୋ ଗାଡ଼ିରେ କୌଣସି କାର୍ଯ୍ୟରେ ଏହି ରାସ୍ତାଦେଇ ଯାଉଥିବା ସମୟରେ ଏହି ଅଘଟଣ ଘଟିଥିଲା l ଉଲ୍ଲେଖ ଯୋଗ୍ୟ, ଏହି ରାସ୍ତା ରେ ଅନେକ ବର୍ଷର ପୁରୁଣା ତଥା ବିପଦ ପୂର୍ଣ୍ଣ ଅବସ୍ଥାରେ ଗଛ ସବୁ ରହିଛି l ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ ଗୁଡିକୁ ଯଥା ଶୀଘ୍ର ଚିହ୍ନଟ କରି କାଟିଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି l

Related Post

କାର୍ତ୍ତିକେଶ୍ୱର କ୍ଲବ ର କୋରନା ସମ୍ପର୍କିତ ସଚେତନତା ଅଭିଯାନ

Posted by - April 16, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ଗମୁ ଗ୍ରାମର କାର୍ତ୍ତିକେଶ୍ଵର କ୍ଲବ ର ସଦସ୍ୟ ମାନେ ଏକ ବିରଳ ଚିନ୍ତା ଧାରା ନେଇ ସ୍ୱଚ୍ଛ|କୃତ ଭାବେ ଗ୍ରାମର…

ଲୋକ ଙ୍କ ବିଭିନ୍ନ ସମସ୍ୟା କୁ ନେଇ ବ୍ଲକ ଘେରାଉ ପାଇଁ ଗରିବ ସେନା ର ପ୍ରସ୍ତୁତ ବୈଠକ ଅନୁଷ୍ଠିତ

Posted by - May 11, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ଗ୍ରାପ ଜାମପଡା ଗାଁ ର ସାଧାରଣ ଲୋକ ଙ୍କ ବିଭିନ୍ନ ସମସ୍ୟାକୁ ନେଇ ବଙ୍ଗୋମୁଣ୍ଡା ବ୍ଲକ…

ମତଦାତା ଅଧିକାର ଓ କୋଭିଡ ପାଇଁ ସଚେତନତା ରାଲି

Posted by - February 17, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ , ଫୁଲବାଣୀ ପକ୍ଷରୁ ଆଜି ବୌଦ୍ଧ ଜିଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ…

କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟାଙ୍କ ଟିଟିଲାଗଡ ଗସ୍ତ

Posted by - April 12, 2023 0
ଟିଟିଲାଗଡ: ୧୨/୪(ସଞ୍ଜୟ କୁମାର ନାୟକ)କେନ୍ଦୁପତ୍ର ୱେଲଫେୟାର ବୋର୍ଡ ଉପଦେଷ୍ଟା ସଂଜିତ ମହାନ୍ତିଙ୍କ ଟିଟିଲାଗଡ ଗସ୍ତ କାର୍ଯ୍ୟକ୍ରମ କରି ସାଈନ୍ତଲା ରେଞ୍ଜରେ କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ମାନଙ୍କ…