ହରଭଙ୍ଗା : ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଙ୍କ ସମୁହ ଛୁଟିରେ:ବିଦ୍ୟାଳୟ ବନ୍ଦ ପାଠପଢା ଠପ୍

20 0

ହରଭଙ୍ଗା :୧୩ /୯(ଚିତ୍ତରଞ୍ଜନ ସିଂହ)ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ବାନ ରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବୁଧବାର ଠାରୁ ତିନି ଦଫା ଦାବି ନେଇ ସମୁହ ଛୁଟି ରେ ରହି ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ର ୨୨ ପଞ୍ଚାୟତ ର ୧୭ ଗୋଟି କ୍ଲଷ୍ଟର ଚାରି ଶହରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟିତ୍ରୀ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, ପ୍ରାଥମିକ ଶିକ୍ଷକ ସଂଘ NPS ସଭାପତି ଶ୍ରୀ ରଜତ କୁମାର ନାୟକ, ସାଧାରଣ ସମ୍ପାଦକ ଶ୍ରୀ ବାମଦେବ ଦାଶ, ଏକ୍ସ କ୍ୟାଡର ଓ ଗଣଶିକ୍ଷକ ସଂଘ ସଭାପତି ବିରେନ ଦାସିଆ, ଉପସଭାପତି ଶ୍ରୀ ଅଜୟ କୁମାର ପ୍ରଧାନ, ଶିକ୍ଷକ ପ୍ରସନ୍ନଭୋକ୍ତା,ଦିଲୀପମହାନ୍ତି,ସୁବାଷ ଚନ୍ଦ୍ର ପ୍ରଧାନ, ଅନିଲକର୍ମୀ,ସୁବାଷଜାନୀ,
ମନମୋହନସାହୁ, ବିରେନମଲ୍ଲିକ,ବୃନ୍ଦାବନ ସାହୁ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ଥିଲେ।


ଦାବୀସମୂହ: –
ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ୍ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଉଛେଦ କରି କ୍ୟାଡର ଭୁକ୍ତ କରିବା, ଗଣଶିକ୍ଷକ ଙ୍କୁ ନିଅମିତ କରିବା, କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ।
* ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍ ୯ ଗ୍ରେଡପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ ।
* ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ ।

Related Post

ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକ,ମୁଖ୍ୟମନ୍ତ୍ରୀ ଙ୍କ ଶୋକ

Posted by - July 6, 2020 517
ଭୁବନେଶ୍ବର :ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଷ୍ଣୁଚରଣ ଦାସଙ୍କ ପରଲୋକ ଘଟିଛି । ଜୁନ୍ ୨୨ ତାରିଖ…

କାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ : ୬ ଲୋକସଭା, ୪୧ ବିଧାନସଭାରେ ହେବ ଭୋଟିଂ

Posted by - April 28, 2019 0
ଭୁବନେଶ୍ବର ୨୮/୪: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ଶେଷ ହୋଇଛି ପ୍ରଚାର । ରାଜ୍ୟର ୬ ଲୋକସଭା ଓ ୪୧ ବିଧାନସଭା ଆସନରେ ଏହି…

ପେଟ୍ରୋଲ ପମ୍ପ ରେ UPI ପେମେଣ୍ଟ ମନା,ଗ୍ରାହକ ହନ୍ତସନ୍ତ

Posted by - August 13, 2023 0
ଟିଟିଲାଗଡ ସ୍ନେହା ପେଟ୍ରୋଲ ପମ୍ପରେ ଫୋନ ପେ ମାଧ୍ୟମରେ ଟଙ୍କା ଦେଲେ ପ୍ରଥମେ ମନା ତାପରେ ଯୁକ୍ତି କଲେ ଭାରି କଷ୍ଟରେ ଗ୍ରହଣ କରୁଛନ୍ତି। ଟିଟିଲାଗଡ:(ସଞ୍ଜୟ କୁମାର…

ଡ୍ରାଇଭର ମହାସଂଘ ପକ୍ଷରୁ ଆୟୋଜିତ ବିକ୍ଷୋଭ ଘଟଣା କୁ ନେଇ ସଙ୍ଘ ପକ୍ଷରୁ କ୍ଷମା ପ୍ରାର୍ଥନା

Posted by - April 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଗତ ୧୮ ତାରିଖ ଭୁବନେଶ୍ୱର ରେ ଡ୍ରାଇଭର ମହାସଂଘ ପକ୍ଷରୁ ଆୟୋଜିତ ବିକ୍ଷୋଭ ଘଟଣା କୁ ନେଇ ସଙ୍ଘ ପକ୍ଷରୁ କ୍ଷମା…

ଉଠାଦୋକାନି‌ଙ୍କ କବଜାରେ ଭବାନିପାଟଣା ସହରର ରାସ୍ତା: ଟ୍ରାଫିକ ସମସ୍ୟା ରେ ସହରବାସୀ ହନ୍ତସନ୍ତ

Posted by - May 11, 2022 0
‌ଭୁବନେଶ୍ଵର/କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ସଦରମହକୁମା ଭବାନିପାଟଣା ଏକ ଜନବହୁଳ ବହୁ ପୁରାତନ ସହର ଭାବେ ପରିଚିତ l ତେବେ ସମୟ…