ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଓ

21 0

ବୌଦ୍ଧ:୧୩ /୦୯  ( ଚିତ୍ତରଞ୍ଜନ ସିଂହ )ଆଜି ୧୧.୦୭ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆଜି ଏକ ବିରାଟ ଶୋଭାଯାତ୍ରା ରେ ଶ୍ରୀ ବିପ୍ର ଚରଣ ମହାନ୍ତି ଜିଲ୍ଲା ବିଜେପି ସଭାପତି ଙ୍କ ନେତୃତ୍ବରେ ସମସ୍ତ ନେତୃବୃନ୍ଦ ପ୍ରମୁଖ ଙ୍କ ସହିତ ,ବୌଦ୍ଧ ସଦର ବ୍ଲକ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଧାରଣା ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଏହି ବ୍ଲକ୍ ରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଗାଣ ରେ ବ୍ୟାପକ ଅନିୟମିତତା ଦୁର୍ନୀତି ଭ୍ରଷ୍ଟାଚାର ଅଭିଯୋଗ କୁ ତୁରନ୍ତ ତଦନ୍ତ କରି ଯୋଗ୍ୟ ହିତାଧିକାରୀ ମାନଙ୍କୁ ଗୃହ ପ୍ରଦାନ କରିବା ପାଇଁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।ବିଶେଷ କରି ପ୍ରଧାନ ମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ଦ୍ଵାରା ପ୍ରେରିତ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଗାଣ ରେ ବ୍ୟାପକ ଅନିୟମିତତା କରି ବିଡ଼ିଓ ଓ ତାଙ୍କ ଟିମ୍ , ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଗୃହ ପ୍ରଦାନ କରିବା ସହିତ ଯୋଗ୍ୟ ବିବେଚିତ ହିତାଧିକାରୀ ଯେଉଁମାନେ ଭଙ୍ଗା ,ଗୁହାଳ , ଜରି ପଲିଥିନ ତଳେ ବାସ ସ୍ଥାନ କରି ରହୁଛନ୍ତି ସେମାନଙ୍କୁ ଘର ପ୍ରଦାନ ରୁ ବଞ୍ଚିତ କରି ଦଳୀୟ ନେତା ଙ୍କ ପୁତ୍ର , ବୋହୂ ,ଝିଅ, ଗୋଟିଏ ପରିବାରରୁ ୨ ରୁ ୩ ଟି ଘର ଦଳୀୟ ଭିତ୍ତିରେ ଅଯୋଗ୍ୟ ପରିବାର ମାନଙ୍କୁ ପ୍ରଦାନ କରିବା ସହିତ , ଯୋଗ୍ୟ ହିତାଧିକାରୀ ମାନଙ୍କୁ ଗୃହ ପ୍ରଦାନ ନ କରି , ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଗୃହ ପ୍ରଦାନ କରାଯାଇଥିବା ତାଲିକା କୁ ପ୍ରଦାନ କରାଯାଇଥିଲା ।

ଏସବୁ ର ତଦନ୍ତ କରି ୧୫ ଦିନ ଭିତରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଗୃହ ପ୍ରଦାନ କରିବା ପାଇଁ ଚେତାବନୀ ଦେବା ସହିତ , ଯଦି ଏହାର ବ୍ୟତିକ୍ରମ ହୁଏ ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ। ସହିତ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇ ଧାରଣ ବିକ୍ଷୋଭ ରୁ ବିରତ ହୋଇ ଥିଲେ ।ଆଜି ର ଏହି ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତିଙ୍କ ସହିତ ,କଣ୍ଟାମାଳ ବିଧାନସଭା ର ବିଧାୟକ ପ୍ରାଥି ୨୦୧୯ ର ବରିଷ୍ଠ ବିଜେପି ନେତା ଶ୍ରୀ ଯୁକ୍ତ କନେହି ଚରଣ ଡ।ଙ୍ଗ, ତାପସ କୁମାର ପଟ୍ଟନାୟକ , ସୁଶାନ୍ତ କୁମାର ବାଘ, ଶ୍ୟାମ ସୁନ୍ଦର ପୁରୋହିତ, ପ୍ରେମାନନ୍ଦ ମିଶ୍ର, ଯୀଶୁ ପ୍ରଧାନ, ନବୀନ ହୋତା, ଶମ୍ଭୁ ପ୍ରଧାନ, ମାଗୁଣି ଗାଈ ଗୌରୀ ଆ, ତ୍ରିପୁର ମହାକୁଡ , ବାମନ ବାରିକ, ସଂଗ୍ରାମ ବେହେରା , ବିଶି କେଶନ୍ ପ୍ରଧାନ ,କାଇଁଚ ପ୍ରଧାନ, ତ୍ରିବିକ୍ରମ ମହାକୁଡ, ବୈକୁଣ୍ଠ ପ୍ରଧାନ , ବିନୋଦ ମହାକୁଡ, ଶରତ କର୍ଣ୍ଣ , ମାନ ଭଞ୍ଜନ ସିଂହ ,ସିଦ୍ଧେଶ୍ୱର ପ୍ରଧାନ , ଶ୍ରୀମତୀ ଲଳିତା ପ୍ରଧାନ , ପ୍ରଭୁତି ବହୁ ଦଳୀୟ ପଦାଧିକାରୀ ବୃନ୍ଦ ଙ୍କ ସହିତ ଜନ ସାଧାରଣ , ଯୋଗ୍ୟ ହିତାଧିକାରୀ ମାନେ ଯୋଗଦାନ୍ କରି ଥିଲେ l

Related Post

ବୌଦ୍ଧ ଜିଲ୍ଲା କଂଗ୍ରେସ ଦ୍ୱାରା ନବ ସଂକଳ୍ପ ଶିବିର ଉଦଯାପିତ

Posted by - June 13, 2022 0
ବୌଦ୍ଧ : ବୌଦ୍ଧ ଜିଲ୍ଲା କଂଗ୍ରେସ ର ସଭାପତି ଶ୍ରୀଯୁକ୍ତ ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ହରଭଙ୍ଗା ବ୍ଲକ ବିରନରସିଂହ ପୁର ଫରେଷ୍ଟ ନରସେରୀ ସଭାଗୃହ ଠାରେ…

ବିଷ୍ଣୁପୁର ପଞ୍ଚାୟତରେ ବିଜେପି କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

Posted by - November 29, 2021 0
ବାଲିଆପାଳ :ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତରେ ବିଜେପି କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ରବିବାର ବିଷ୍ଣୁପୁର ଗ୍ରାମର ପ୍ରଦୀପ ସୀଙ୍କ ବାସଭବନ ପରିସରରେ ଅନୁଷ୍ଠିତ…

ଜଟାବାଲରେ କଂଗ୍ରେସର ବିଶାଳ ସମାବେଶ ସହ ଶକ୍ତି ପ୍ରଦର୍ଶନ

Posted by - November 2, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲାରେ ରବିବାର କଂଗ୍ରେସ କରିଛି ବିଶାଳ ସମାବେଶ। ନବରଂଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ମୁନା ତ୍ରିପାଠୀ ନଵରଂଗପୁର ପୁର୍ବତନ…

ଯାଜପୁର ଜିଲା ବିଜେପି ସଂଗଠନ ର ପାଖୁଡା ଖସିବାରେ ଲାଗିଛି

Posted by - April 9, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା: ବିଜେପି ସଂଗଠନର ପାଖୁଡା ଖସିବାରେ ଲାଗିଛି,ଜଣକ ପରେ ଜଣେ ନେତା ଦଳ ଛାଡିବାରେ ଲାଗିଛନ୍ତି, ଦଳ ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳକୁ ଦାୟୀ କରି ନେତା ମାନେ ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତପାଂ ଦେଉଛନ୍ତି । ଜିଲାର୩୬ ନଂ ଜିଲା ପରିଷଦ ଜୋନ ସଦସ୍ୟ ଚର୍ତୁଭୁଜ ଦ୍ୱିବେଦୀ ନିଜର ବିଜେପି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତପାଂ ଦେଇଛନ୍ତି ,ସେ ନିଜର ଇସ୍ତପାଂ ପତ୍ର ରାଜ୍ୟ ସଭାପତି ସମୀର ମହାନ୍ତି ଙ୍କୁ ପ୍ରଦାନ କରିଛନ୍ତି । ବିଜେପି ତାଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଅଣଦେଖା କରିଥିବା ଅଭିଯୋଗ କରିବା ସହିତ ପ୍ରକୃତ ଲୋକଙ୍କ ପ୍ରସଂଗକୁ ଉପସ୍ଥାପନ କରିବାରେ ଦଳ ବିପଂଳ ହୋଇଥିବା ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳୀୟ ପଦପଦବୀରେ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଗୁରୁତ୍ୱ ନ ଦେଇ ହାତଗଣତି ଲୋକଙ୍କୁ ସନ୍ତୁଷ୍ଟ କରାଯାଉଥିବା ପ୍ରତିବାଦରେ ସେ ଏପରି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ।

ସ୍ନେହଲତା ପ୍ରଧାନ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ

Posted by - March 13, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂହ )ବ୍ଲକ ସଦର ମହକୁମା ଚାରିଛକ ସ୍ଥିତ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନ ପକ୍ରିୟା ଆରମ୍ଭ…