Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ହରଭଙ୍ଗା ବ୍ଲକ୍ ସ୍ତରୀୟ ସଂସାଧନ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଶୁଭ ଉଦଘାଟନ

38 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଆଜି ହରଭଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଓଡ଼ିଶା ସରକାର ଙ୍କ ଦ୍ଵାରା ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର କୁ ମୁଖ୍ୟ ଅତିଥଭାବେ ବ୍ଲକ୍ ଅଧକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନ ମା ଭୈରବୀଙ୍କ ଫୋଟୋରେ ପ୍ରଦୀପ ପ୍ରଜ୍ଵଳନ କରି ଶୁଭ ଉଦ୍ଘାଟନ କରି ସରକାରଙ୍କ ଲୋକାଭିମୁଖୀ ଯୋଜନାର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚେଇବାକୁ ଆହ୍ଵାନ କରିଥିଲେ ଏବଂ କଳାକାରଙ୍କୁ ଦେବଦୂତ ବୋଲି କହିଥିଲେ ।

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ ରିତା କାନ୍ତି ବଳିଆର ସିଂ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇ ସରକାରଙ୍କ ଆଠଗୋଟି ଯୋଜନା ସମ୍ବନ୍ଧୀୟ କାର୍ଯକ୍ରମର ନିର୍ଦ୍ଧାରଣ ଓ ତଥ୍ୟ ପ୍ରେରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉପାଧକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ସମସ୍ତ କଳାକାର ମାନଙ୍କୁ ଉତ୍ସାହିତ କରିବା ସହିତ ବ୍ଲକ୍ ପ୍ରଶାସନ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଜନ୍ତ୍ରୀ ହରଭଙ୍ଗା ବ୍ଲକ ମନୋରଞ୍ଜନ ପାତ୍ର ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

ରାଜ୍ୟ ସଂସାଧନ କର୍ମୀ ତଥା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ଦିବ୍ୟ ଶଙ୍କର ରାଉତ ପ୍ରଶିକ୍ଷଣ ଶିବିର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି କଳାକାର ମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ରାଜ୍ୟ ସଂସାଧନ କର୍ମୀ ତଥା ବୌଦ୍ଧ ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ସ୍ଵାଧୀନ ପରିଡ଼ା ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଜିଲ୍ଲା ସଂସାଧନ କର୍ମୀ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଯୋଗଦେଇ ସଚେତନତାର ବିଷୟ ବସ୍ତୁ, କ୍ଷେତ୍ର ପ୍ରଦର୍ଶନ, ତଥା କାର୍ଯ୍ୟକ୍ରମର ସ୍କ୍ରିପ୍ଟ ପ୍ରସ୍ତୁତି ସମ୍ପର୍କରେ ଧାରଣା ପ୍ରଦାନ କରିଥିଲେ ।

ଅନ୍ୟତମ ଅତିଥି ଭାବେ ପୂର୍ବତନ ବ୍ଲକ୍ କଳା ସଂସ୍କୃତି ସଂଘ ଉପସଭାପତି ବାଞ୍ଛା ନିଧି ପ୍ରଧାନ ଓ କଣ୍ଟାମାଳ ସଂସାଧନ କର୍ମୀ ରଂଜନ କୁମାର ପାତ୍ର ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କଳାକାର ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ । ସମସ୍ତ କାର୍ଯକ୍ରମ କୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ହରଭଙ୍ଗା ଅବିନାଶ ପ୍ରଧାନ ଓ ସହକାରୀ ସୁନୀଲ କୁମାର ମହାନ୍ତି ସହଯୋଗ କରିଥିଲେ । ମନୋରଞ୍ଜନ ସାହୁ ଓ ସାଥି କଳାକାର ସଙ୍କୀର୍ତ୍ତନ୍ୟ ମାଧ୍ୟମରେ ଓ କରୁଣାକର ବଗର୍ତ୍ତୀ, ସୌମିତ୍ରି ମାଟିଆ ଦାସକାଠିଆ ମାଧ୍ୟମରେ ସଚେତନତା ବାର୍ତ୍ତାର ନମୁନା ପ୍ରଦର୍ଶନ କରିଥିଲେ । ସନ୍ତୋସିନୀ ସାହୁ ଓ ହରଭଙ୍ଗା ବ୍ଲକର ଅନେକ କଳାକାର ଭଜନ, ସଙ୍କୀର୍ତ୍ତନ୍ୟ, ସଙ୍ଗୀତ ଆଦି ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସୁଶ୍ରୀ ବଳିୟାର ସିଂହ ସମସ୍ତ କଳାକାରଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

କରଙ୍ଗାମାଳ ରୋଗୀକଲ୍ୟାଣ ସମିତି ବାର୍ଷିକ କାର୍ଯ୍ୟ ପ୍ରସ୍ତୁତି

Posted by - December 12, 2021 0
ନୂଆପଡା:(ମେଘନାଦ ନାୟକ)ନୂଆପଡା ଜିଲ୍ଲା ବୋଡେନ ବ୍ଲକ କରଙ୍ଗାମାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥିତ ସ୍ଥାନୀୟ ରୋଗୀ କଲ୍ୟାଣ ସମିତି ଆନୁକୁଲ୍ୟ ରେ ୨୦୨୧ – ୨୨ ବର୍ଷ…

ହାବସପୁରୀ କପଡା ପାଇଲା କଳାହାଣ୍ଡି ବିଶ୍ଵବିଦ୍ୟାଳୟର ୟୁନିଫର୍ମ ମାନ୍ୟତା

Posted by - December 6, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ପ୍ରସିଦ୍ଧ ହାବସପୁରୀ ହସ୍ତତନ୍ତ କପଡା କୁ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପି ଜି ପ୍ରଥମ ବର୍ଷ ଛାତ୍ର…

୬୦ ଗ୍ରାମ ପଞ୍ଚାୟତ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲପାଳ

Posted by - December 3, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଜିଲ୍ଲାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ କୁ ବନ୍ଦ କରାଯିବା…

ଓଡିଶା “ମୋ ପରିବାର”ଜୀବନବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - July 27, 2021 0
ଖୋର୍ଦ୍ଧା:(ଶୁଭଲକ୍ଷ୍ମୀ ସମନ୍ତରା )ରାଜ୍ୟର ରକ୍ତ ଅଭାବ ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡିଶା-“ମୋ ପରିବାର” -ଜୀବନବିନ୍ଦୁ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀ…

ଦୁର୍ଘଟଣା ରୋକିବାକୁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ

Posted by - May 20, 2022 0
ବୌଦ୍ଧ:୧୯ା୫ : (ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଚାଲିଥିବାବେଳେ ଏହାକୁ ରୋକିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବାକୁ ଗତ ସଡକ ସୁରକ୍ଷା ବୈଠକରେ ଗୁରୁତ୍ୱାରୋପ…