ଶିକ୍ଷକଙ୍କ ପାଇଁ ସ୍କୁଲରେ ପଡିଲା ତାଲା

57 0

ବୌଦ୍ଧ 🙁 ଚିତ୍ତରଞ୍ଜନ ସିଂହ ) ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ବୁରୁବୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ପରିଚାଳନା କମିଟି, ଅଭିଭାବକ ମାନେ ବଦ୍ୟାଳୟ ରେ ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ର ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି!ସୂଚନା ଅନୁଯାଇ ଉକ୍ତ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୭୧ ଜଣ ଛାତ୍ର ଛାତ୍ରୀ ପlଠ ପଢlପାଇଁ ୭ ଜଣ ଶିକ୍ଷକ ନିଯୁକ୍ତି ଥିଲେ!

ଜିଲ୍ଲା ଶିକ୍ଷା ବିଭାଗ ନିର୍ଦେଶ ମତେ ଉକ୍ତ ବିଦ୍ୟାଳୟ ରୁ ୨ ଜଣ ଶିକ୍ଷକ ଙ୍କୁ ପଦୋନ୍ନତି ରେ ଅନ୍ୟତ୍ର ବଦଳି କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସ୍କୁଲ କୁ ଆବଶ୍ୟକୀୟ ଶିକ୍ଷକ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇନଥିଲା!ଯାହା ଫଳରେ ୧୭୧ ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ୮ ଗୋଟି ଶ୍ରେଣୀ ରେ ୪ ଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲେ ମଧ୍ୟ ଉପଯୁକ୍ତ ଶିକ୍ଷାଦାନ ରେ ବାଧାସୃଷ୍ଟି ହେବା ସହ ବିଦ୍ୟାଳୟ କୁ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ନ ହେବା ପ୍ରତିବାଦ ରେ ପରିଚାଳନା କମିଟି ଓ ଗ୍ରାମର ଶତାଧିକ ପୁରୁଷ ମହିଳା ଆସି ସ୍କୁଲ ଫାଟକରେ ତାଲା ମାରିଥିଲେ!

ଏପରିକି ଦିନ ୧୦ ରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟାଳୟ ର ଫାଟକ ବାହାରେ ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀ, ଅଭିଭାବକ ରହିଥିଲେ ମଧ୍ୟ ଧାରଣା ସ୍ଥଳକୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନ ପହଂଚିବା ନେଇ ଶିକ୍ଷା ବିଭାଗ ର ସ୍ୱଚ୍ଛ କାର୍ଯ୍ୟପ୍ରତି ଅଭିଭାବକ ପକ୍ଷରେ ଅସନ୍ତୋଷ ବୃଦ୍ଧି ପାଉଛି!ଘଟଣାକୁ ନେଇ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା ଙ୍କୁ ପଚାରିବାରୁ ଘଟଣା ସମ୍ପର୍କ ରେ ଅବଗତ ଥିବା ସହ ଧାରଣା ସ୍ଥଳକୁ CRCC ଙ୍କୁ ପଠାଇବା ଓ ଆସନ୍ତା କାଲି ଜଣେ ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯିବ ବୋଲି କହିଥିଲେ!ଅନ୍ୟ ପଟେ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ ଅନୁଯାଇ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନହେଲେ ସ୍କୁଲ ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଫାଟକରେ ତାଲା ଝୁଲି ରହିବ ବୋଲି ଅଭିଭାବକ, ଓ ପରିଚାଳନା କମିଟି ମାନେ ଦୃଢଟି ପ୍ରକାଶ କରିଛନ୍ତି!

Related Post

କଳାହାଣ୍ଡି ଉତ୍ସବ ଘୁମୁରା ମଞ୍ଚରେ ସମ୍ବଲପୁରୀ ଗୀତ ଗାଇ ଚର୍ଚ୍ଚା ରେ ଉପଜିଲ୍ଲାପାଳ

Posted by - January 18, 2023 0
ଧର୍ମଗଡ଼: ତା ୧୮/୧/୨୩ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ ହୋଇଯାଇଛି। ଏହି ଉତ୍ସବ ଧର୍ମଗଡ଼ଠାରେ ତା ୧୫.୧୬.ଓ୧୭ତ ତିନି…

ଟିଟିଲାଗଡ ରେ କଂଗ୍ରେସ ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ

Posted by - November 13, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସାରାରାଜ୍ୟରେ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ନିଆଁ ଜଳୁଥିବା ବେଳେ ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ମନ୍ତ୍ରୀ…

ରାଜ୍ୟସରକାରଙ୍କ ଚିନ୍ତାର କାରଣ ପାଲଟିଛନ୍ତି ନକଲି ଶିକ୍ଷକ,ଜୁନ୍ ମାସ ଶେଷ ସୁଦ୍ଧା ସମସ୍ତ ଶିକ୍ଷକଙ୍କ ଆଧାର ଲିଙ୍କ୍

Posted by - June 15, 2022 0
ବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାଜ୍ୟ ସରକାରଙ୍କୁ ବର୍ତ୍ତମାନ ନକଲି ଶିକ୍ଷକଙ୍କ ଚିନ୍ତା ଘାରିଛି l ରାଜ୍ୟର ସବୁ ଜିଲ୍ଲାରେ ଶିକ୍ଷକଙ୍କ ଆଧାରଲିଙ୍କ ହୋଇନ…

ପକ୍ଷୀ ବେପାରରୁ ପାକିସ୍ଥାନ ଲିଙ୍କ

Posted by - May 15, 2023 0
ଯାଜପୁର :ପାକିସ୍ଥାନ ଲିଙ୍କରେ ଗିରଫ ହୋଇଥିବା ସୋମ୍ୟ ପଟନାୟକ ଗାଁରେ କରନ୍ତି ପକ୍ଷୀ ବେପାର। ସୌମ୍ୟଙ୍କ ମାଙ୍କ ସୂଚନା।  ଆଜି  ଏସଟିଏଫ ଦ୍ଵାରା ଭୁବନେଶ୍ବରରେ ହୋଇଥିଵା ସାମ୍ବାଦିକ…

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଦୁଇ ଦୁଇଟି ପ୍ରକଳ୍ପର ଶୁଭ ଉଦଘାଟନ

Posted by - April 14, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଦୁଇ ଦୁଇଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି l ମିଶନ ଶକ୍ତି ଦ୍ବାରା ଏକ ଡାଲି ପ୍ରୋସେସିଂ ଓ…