ଦୁଇଦିନିଆ ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ

21 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଉଚ୍ଚବିଦ୍ୟାଳୟ ଖେଳ ପଡିଆ ଠାରେ ଆଜି ଦୁଇ ଦିନିଆ ଖେଳ କୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ସଭାପତି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅଜୟ କୁମାର ଲୁହା ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଳତା ପ୍ରଧାନ ଙ୍କ ଦ୍ଵାରା ଉଦ୍ଘାଟନ ହୋଇଥିଲା ।

ଉପାଧ୍ୟକ୍ଷ ଶ୍ରୀ ସରୋଜ ପ୍ରଧାନ , ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ମଲିକ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଥିଲେ । ସମୁଦାୟ ୬00 ପ୍ରତିଯୋଗୀ ୨୩ ଜଣ ଶାରୀରିକ ଶିକ୍ଷା ଶିକ୍ଷକ ଏବଂ ପ୍ରତ୍ୟେକ କ୍ଲସ୍ଟର ରୁ ଗାଇଡ଼ ଶିକ୍ଷକ ତଥା CRCC ମାନେ ଯୋଗ ଦେଇଥିଲେ ।ପ୍ରଥମ ଦିନରେ ଦୌଡ଼କୁଦ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀ କୃଷ୍ଣ ଚନ୍ଦ୍ର ମଲ୍ଲିକ ମଞ୍ଚ ପରିଚାଳନା କରିବା ସାଙ୍ଗକୁ ଶ୍ରୀମତୀ ମିତାଞ୍ଜଳି ଜେନା ଙ୍କ ଦ୍ଵାରା ଧନ୍ୟବାଦ ପ୍ରଦାନ କରାଯାଇଥିଲା ।ପ୍ରଥମ ଦିନରେ ଦୌଡ଼କୁଦ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ସମ୍ପାଦକ କୃଷ୍ଣ ଚନ୍ଦ୍ର ମଲ୍ଲିକ ଏବଂ କ୍ରୀଡା ସମ୍ପାଦକ ଶ୍ରୀ ଉମା ଶଙ୍କର ରାଉତ ଙ୍କ ଆୟୋଜନ ଶୈଳୀ ରେ ସମସ୍ତେ ଖୁସି ପ୍ରକଟ କରିଥିଲେ । ଏହି ପ୍ରତିଯୋଗିତା ଆସନ୍ତା କାଲି ଉଦଯାପିତ ହେବା ନେଇ ସୂଚନା ମିଳିଛି।

Related Post

ଘାସିରାମ ମେମୋରିଆଲ ଫୁଟବଲ ସେମିରେ ମାଟିଗାଁ ଦଳ

Posted by - December 17, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ସଦର କସ୍ତୁରବା ଖେଳ ପଡ଼ିଆରେ ସ୍ପୋର୍ଟ୍ସ କ୍ଲବ ଆନୁକୂଲ୍ୟରେ ନକ୍ ଆଉଟ ଫୁଟବଲ ଖେଳ ଜାରି…

ଜିଲ୍ଲାରେ ପ୍ରତିଭାବାନ ହକି ଖେଳାଳୀ ଚିହ୍ନଟ କାର୍ଯ୍ୟକ୍ରମ

Posted by - June 4, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ରାଜ୍ୟରେ ଖେଳ ଓ ଖେଳାଳୀ ତଥା କ୍ରୀଡା ଭିତିଭୂମି କୁ ଗରୁତ୍ବ ପ୍ରଦାନ…

୧୨ ତମ ମା ମାହେଶ୍ୱରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ସାହାଜପାଲ ଚମ୍ପିୟାନ

Posted by - November 15, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡ଼ିଆରେ  ମା ମ।ହେଶ୍ଵରୀ ଫୁଟବଲ ଏସୋସିଏସନ ପକ୍ଷରୁ ଦିନ ଧରି ଚାଲିଥିବା ୧୨ ତମ ମା…

ଜିଲ୍ଲା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ ଷ୍ଟାଡିୟମରେ ଟର୍ଫ ୱିକେଟ ନିର୍ମାଣ ପାଇଁ ପ୍ରଶାସନକୁ ଅନୁରୋଧ

Posted by - June 12, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଟାଉନହଲ୍‌ ଠାରେ ଆଜି ଜିଲ୍ଲା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସୋସିଏସନର ସଦସ୍ୟଙ୍କ ସମେତ ଅନୁବନ୍ଧିତ…

କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୁଲ୍ୟରେ ଓ ସି ଏ ଭିଜନ୍ ୨୪ ଜୁନିଅର ଅନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Posted by - December 11, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଆୟୋଜିତ ଓ ସି ଏ ଭିଜନ୍ 24 ଜୁନିଅର ଅନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ…