ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ତରଫରୁ ସ୍ୱରାରବିନ୍ଦ ଉତ୍ସବ ଆୟୋଜନ

458 0

୬୧ ତମ ଜନ୍ମତିଥିରେ ଉତ୍ସ୍ୱସିତ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର:୧୧/୦୯ ସ୍ୱରାରବିନ୍ଦ ଅରବିନ୍ଦ ମୁଦୁଲିଙ୍କୁ ତାଙ୍କର ୬୧ ତମ ଜନ୍ମତିଥି ଅବସରରେ ଉତ୍ସ୍ୱସିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ମହାର୍ଘ ମୁହୂର୍ତ୍ତ ଉପଲକ୍ଷେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ( ଏ.ଏମ.ଏଫ) ତରଫରୁ ଆଭାସି ମଞ୍ଚରେ ଆୟୋଜିତ ସ୍ୱରାରବିନ୍ଦ ଉତ୍ସବରେ ଅରବିନ୍ଦ ମୁଦୁଲିଙ୍କର ବହୁ ପ୍ରଶଂସକ, ଅନୁଗାମୀ ଓ ଶୁଭେଚ୍ଛୁମାନେ ଯୋଗ ଦେଇ ତାଙ୍କର ସ୍ମୃତିଚାରଣ କରିଥିବା ଦେଖା ଯାଇଥିଲା। ମହାସମାରୋହରେ ଅନୁଷ୍ଠିତ ଏହି ମହୋତ୍ସବର ଅଭୂତପୂର୍ବ ସଫଳତା, ପରଲୋକ ଗମନର ପାଞ୍ଚ ବର୍ଷ ବିତିଯାଇଥିବା ପରେ ମଧ୍ୟ ଓଡ଼ିଶାର ଜନମାନସରେ ଭଜନ ରାଜନ୍ ଶ୍ରୀ ମୁଦୁଲିଙ୍କର ବ୍ୟାପକ ଲୋକପ୍ରିୟତା ଏବେବି ଅତୁଟ ରହିଥିବାର ସ୍ପଷ୍ଟ ସୂଚନା ପ୍ରଦାନ କରିଥିଲା।

ଏହି ଆଭାସି ସଭାରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ହୋ ଚି ମିନ୍ ଠାରେ ଅବସ୍ଥାପିତ ଭାରତୀୟ କନସଲ୍ ଜେନେରାଲ ଡଃ ମଦନ ମୋହନ ସେଠୀ, ସ୍ବର୍ଗତଃ ଅରବିନ୍ଦ ମୁଦୁଲିଙ୍କର ଗାୟନ ଶୈଳୀ ଖୁବ ଭାବଗର୍ଭକ ଏବଂ ମାନସରୋମନ୍ଥନକାରୀ ବୋଲି ସୂଚାଇ ତାଙ୍କର ଅମର ଆତ୍ମା ପ୍ରତି ଭବ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କାନବେରାସ୍ଥିତ ହିନ୍ଦୁ ମନ୍ଦିରର ସମ୍ପାଦକ ଓ ଲିଭିଂବ୍ଲିସ୍ ର ପ୍ରତିଷ୍ଠାତା ତରୁଣ ଅଗସ୍ତି, ଅରବିନ୍ଦ ମୁଦୁଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ବୋଲି ଦର୍ଶାଇ ବଡ ଠାକୁରଙ୍କ ଅସୀମ କୃପାରୁ ସେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ସହିତ ଯୋଡି ହେବାର ପରମ ସୌଭାଗ୍ୟ ଅର୍ଜନ କରିଛନ୍ତି ବୋଲି କହିଥିଲେ। ବିଶିଷ୍ଟ କବି ଓ ଏ.ଏମ.ଏଫ ର ଉପଦେଷ୍ଟା ଶରତ ଦାସ, ଭଜନ ସମ୍ରାଟ ଭିକାରୀ ବଳଙ୍କ ପରେ ଯଦି କୌଣସି ଗାୟକ ଶ୍ରୋତା ମାନଙ୍କର ହୃଦୟକୁ ଭକ୍ତି ସାଗରରେ ଭସାଇ ଦେବାକୁ ସକ୍ଷମ ହୋଇଥିଲେ, ସେ କେବଳ ସ୍ୱରାରବିନ୍ଦ ଅରବିନ୍ଦ ମୁଦୁଲି ଥିଲେ ବୋଲି ଉଲ୍ଲେଖ କରି ଭକ୍ତି ସଙ୍ଗୀତ କ୍ଷେତ୍ର ପ୍ରତି ତାଙ୍କର ବଳିଷ୍ଠ ଅବଦାନ ଅତୁଳନୀୟ ବୋଲି ଦର୍ଶାଇଥିଲେ।

ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡଃ ଅରୁଣ ପ୍ରହରାଜ ଓଡ଼ିଶାର ଉତ୍କୃଷ୍ଟ କଳା ଓ ଜଗନ୍ନାଥଙ୍କର ଶାଶ୍ଵତ ସଂସ୍କୃତିକୁ ପୁରା ପୃଥିବୀରେ ପ୍ରଚାର ଓ ପ୍ରସାର କରିବାରେ ଅରବିନ୍ଦ ମୁଦୁଲି ଫାଉଣ୍ଡେସନ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଥିବା ଦର୍ଶାଇ ଏ.ଏମ.ଏଫକୁ ସାଧୁବାଦ ଜଣାଇବା ସହିତ ଏହାର ଉତ୍ତୋତ୍ତର ଉନ୍ନତି କାମନା କରିଥିଲେ। ସମ୍ମାନିତ ଅତିଥି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଅରବିନ୍ଦ ମୁଦୁଲି ଜଣେ ମହାନ ଓ ମହନୀୟ ସଙ୍ଗୀତଜ୍ଞ ଥିଲେ ବୋଲି ସୂଚାଇ ତାଙ୍କର ଅସାଧାରଣ ପ୍ରତିଭା ଓ ଆକାଶଚୁମ୍ୱି ପାରଦର୍ଶିତାର ସ୍ବର୍ଣ୍ଣାଭ ପରମ୍ପରାକୁ ଏ.ଏମ.ଏଫ ଏବଂ ତାଙ୍କର ଦୁଇ ଯୋଗ୍ୟ ଦାୟାଦ ଜଗବନ୍ଧୁ ଓ କୃପାସିନ୍ଧୁ ବଜାୟ ରଖିବା ସହିତ ଏହାକୁ ଅଧିକ ପରିପୃଷ୍ଟ କରିବେ ବୋଲି ଦମ୍ଭ ପ୍ରକାଶ କରିଥିଲେ। ସିଙ୍ଗାପୁର ସ୍ଥିତ ଓଡ଼ିଆ ସମାଜ ର ସଭାପତି ସୁବ୍ରତ ନାୟକ, ସ୍ବର୍ଗତଃ ଅରବିନ୍ଦ ମୁଦୁଲି ଙ୍କର ସିଙ୍ଗାପୁର ଭଜନ କାର୍ଯ୍ୟକ୍ରମ ଜନସାଧାରଣରେ ସଦାସର୍ବଦା ଅବିସ୍ମରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରି ଏ.ଏମ.ଏଫକୁ ସବୁପ୍ରକାର ସାହାଯ୍ୟ ଓ ସହଯୋଗ କରିବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

ୟୁ.କେ ଶ୍ରୀ ଜଗନ୍ନାଥ ସୋସାଇଟିର ଅଧ୍ୟକ୍ଷ ଡ଼ଃ ସହଦେବ ସ୍ବାଇଁ, ସ୍ୱର୍ଗତଃ ମୁଦୁଲିଙ୍କର ଯାଦୁଗରି ସ୍ୱର ଏବଂ ମର୍ମସ୍ପର୍ଶୀ ଲୟ ଚୀର କାଳ ପାଇଁ ତାଙ୍କୁ ଅମର କରି ରଖିଥିବ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜାପାନ ଓଡ଼ିଆ ସମ୍ପ୍ରଦାୟର ସଭାପତି ପ୍ରତିମା ବେହେରା, ବ୍ୟାସଦେବ ନାୟକ, କୃପାନିଧି ବିଶ୍ଵାଳ, ଆମେରିକାରୁ ନୀଳମାଧବ ବିଷୋୟୀ ଓ ଡଃ ଦେବାଶିଷ ଭଟ୍ଟାଚାର୍ଯ୍ୟ ପ୍ରମୁଖ ସ୍ବର୍ଗତଃ ମୁଦୁଲିଙ୍କର ସାଙ୍ଗୀତିକ ସ୍ମୃତି ପ୍ରତି ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଉତ୍ସବର ମୁଖ୍ୟ ଆକର୍ଷଣ ବିଶ୍ଵଶାନ୍ତି ଭଜନ ସନ୍ଧ୍ୟାର କଳାକାର ମାନଙ୍କ ଦ୍ବାରା ସ୍ୱରାରବିନ୍ଦ ଙ୍କର କାଳଜୟୀ ଲୋକପ୍ରିୟ ଭକ୍ତି ସଙ୍ଗୀତ ଗୁଡ଼ିକର ପରିବେଷଣ ଥିଲା।

ସ୍ୱର୍ଗତଃ ମୁଦୁଲିଙ୍କର ପଟ୍ଟଶିଷ୍ୟ ଯଥା ପୂର୍ଣ୍ଣଚନ୍ଦ୍ର ସାହୁ, ସୋନୁ ତ୍ରିଲୋଚନ ଦାସ, ଯୁଧିଷ୍ଠିର ଖୁଣ୍ଟିଆ, କେଳୁଚରଣ ମୁଦୁଲି, ରୋହିତ ପ୍ରଧାନ ଓ ବିଶ୍ବରଂଜନ ଆଦି କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଗୋଟିଏ ପରେ ଗୋଟିଏ ହୃଦୟସ୍ପର୍ଶୀ ଭଜନ ପ୍ରସ୍ତୁତି ସମଗ୍ର ପରିବେଶକୁ ଭକ୍ତି ଆଚ୍ଛାଦିତ କରିବା ସାଙ୍ଗକୁ ଶ୍ରୋତା ମାନଙ୍କୁ ଐଶ୍ୱରିକ ଅମୃତ ଆନନ୍ଦ ଆସ୍ୱାଦନ କରିବାର ସୁଯୋଗ ସୃଷ୍ଟି କରିଥିଲା। ଗାୟକ ମାନଙ୍କୁ ତବଲା ରେ ସ୍ୱରାରବିନ୍ଦଙ୍କର ସୁଦକ୍ଷ ସନ୍ତାନ ଜଗବନ୍ଧୁ ମୁଦୁଲି, ଢ଼ୋଲରେ ସୁରେଶ ଦଳାଇ ଓ ମଳୟ କୁମାର ଦାସ, ଅକ୍ଟୋପ୍ୟାଡରେ ପଦ୍ମଚରଣ ସାହୁ, କିବୋର୍ଡ଼ ରେ ମଧୁସୂଦନ ରଥ ଏବଂ ବଂଶୀରେ ସୀମାଦ୍ରି ରାଓ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।

ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉଦଘୋଷକ ମୃତ୍ୟୁଞ୍ଜୟ ରଥ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ। ଶେଷରେ ଏ.ଏମ.ଏଫର ସମ୍ପାଦକ ଜଗବନ୍ଧୁ ମୁଦୁଲି ଓ କୋଷାଧ୍ୟକ୍ଷ କୃପାସିନ୍ଧୁ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡଃ ମନୋଜ ନାୟକ, ଆମେରିକାରୁ ଅକ୍ଷୟ ମହାନ୍ତି ଓ ପ୍ରଭାତ ବେହେରା,କାନାଡ଼ାରୁ ସଞ୍ଜୟ ଦଳାଇ, ଗଲ୍ଫ ଓଡ଼ିଆ ସମାଜର ସାଧାରଣ ସମ୍ପାଦକ ପ୍ୟାରୀମୋହନ ମଲ୍ଲିକ, କୁଏତ ଓଡ଼ିଆ ସଂଘ ତରଫରୁ ଉମେଶ ପଣ୍ଡା, ସିଙ୍ଗାପୁରରୁ ଶୋଭାକର ନାୟକ, ହୃଷୀକେଶ ପାତ୍ର, ସୁକାନ୍ତି ପାତ୍ର, ସ୍ବର୍ଗତଃ ଅରବିନ୍ଦ ମୁଦୁଲିଙ୍କର ପତ୍ନୀ ସଂଯୁକ୍ତା ମୁଦୁଲି, ସୁମନ ସୁମିତ୍ରା ମୁଦୁଲି ଏବଂ ବନ୍ଦନା ବେହେରା ପ୍ରମୁଖ ସାମିଲ ଥିଲେ।

Related Post

ଶ୍ରୀରାମ ନଗରୀ ଅଯୋଧ୍ୟା ରେ ଭୂମିକମ୍ପ, ତିବ୍ରତା ୪.୩ ଥିବା ସୂଚନା

Posted by - January 7, 2022 0
ନୂଆଦିଲ୍ଲୀ :ପରିବେଶ ସନ୍ତୁଳନ ରେ ବିପର୍ଯ୍ୟୟ ଓ ବିଭିନ୍ନ କାରଣ ରୁ ପୃଥିବୀ ରେ ଦେଖା ଦେଉଛି ପ୍ରାକୃତିକ ବିପଦ। ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି…

ଜୟପୁର ରେ ମୋଦିଙ୍କ ନିର୍ବାଚନୀ ପ୍ରଚାର, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

Posted by - March 29, 2019 334
ଜୟପୁର ୨୯|୩ : କୋରାପୁଟ ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ ।…

ସଂସ୍କୃତିଙ୍କର ଓଡ଼ିଶୀ ନୃତ୍ୟରେ ଝୁମିଲେ ଆମେରିକୀୟ ଦର୍ଶକ

Posted by - August 26, 2021 0
ସାନ୍‍ଫ୍ରାନ୍‍ସିସ୍‍କୋ:ଯୁବ ଏବଂ ଉଦୀୟମାନ ନୃତ୍ୟାଙ୍ଗନା ସଂସ୍କୃତି ବେବର୍ତ୍ତାଙ୍କର ରସ ଓ ଲାସ୍ୟ ଭରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନରେ ଆମେରିକାର କଳାପ୍ରେମୀ ଜନସାଧାରଣ ମନ୍ତ୍ରମୁଗ୍ଧ ହୋଇଥିବା ଜଣାଯାଇଛି ।…

ଗୁଜୁରାଟର ଅଡାଲଜ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

Posted by - June 20, 2023 0
ଅହମଦାବାଦ:୨୦/୦୬ଗୁଜୁରାଟର ଅହମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଚଳିତ ବର୍ଷ ଏଠାରେ…

ରାଷ୍ଟ୍ରପତି ନିର୍ବାଚନ, ଆଂଚଳିକ ଦଳ ନେବେ ନିର୍ଣ୍ଣାୟକ ଭୂମିକା

Posted by - May 28, 2022 0
ଭୁବନେଶ୍ବର(ବ୍ଯୁରୋ) :ଆଗାମୀ ଜୁଲାଇ ୨୫ ତାରିଖ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି। ନୂତନ ରାଷ୍ଟ୍ରପତି ନିର୍ବାଚନ କୁ ନେଇ ଦିଲ୍ଲୀ…