ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଆନ୍ତର୍ଗତ ଧୁଙ୍ଗିଆମୁଣ୍ଡା ଅଙ୍ଗନୱାଡି ଅଧୀନସ୍ଥ ଗୁଣ୍ଡୁରୀସାହିର ସ୍ୱାସ୍ଥ୍ୟ ଓ ପରିମଳର ଅବ୍ୟବସ୍ଥା ହେତୁ ଗତ ଅଗଷ୍ଟ ୨୮ ତାରିଖରେ ଛତ୍ରଙ୍ଗରେ ହୋଇଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ଅଭିଯୋଗରେ ଗ୍ରାମବାସୀ ଗାଁ କଲ୍ୟାଣ ସମିତି କିଛି କାମ କରୁନଥିବା ଅଭିଯୋଗ କରିଥିଲେ l
କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହା ଯେ, ଅଭିଯୋଗ କରିବାର ଦୁଇସପ୍ତାହ ବିତିଯାଇଥିଲେ ମଧ୍ୟ ଅଭିଯୋଗର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କି ସତ୍ୟାସତ୍ୟ ତଦନ୍ତ ନିମନ୍ତେ କୌଣସି ଟିମ ମଧ୍ୟ ଆସିଲେ ନାହିଁ ଅନ୍ୟପଟରେ ଗାଁ ରେ ଗାଁ କଲ୍ୟାଣ ସମିତିର କୌଣସି କାମ ଆରମ୍ଭ ନହେବା ଏକ ବିଡ଼ମ୍ବନାର ବିଷୟ ପାଲଟିଛି l
ନିୟମ ଅନୁସାରେ ଗାଁ କଲ୍ୟାଣ ସମିତିର ସଭାପତି ଗାଁର ୱାର୍ଡ ମେମ୍ବର ଥିବା ବେଳେ ସମ୍ପାଦିକା ଅଙ୍ଗନୱାଡି କର୍ମୀ ଅଟନ୍ତି l ତେବେ ବିଗତ ଦିନରେ ଅଭିଯୋଗ ହେବା ସହ ବିଭିନ୍ନ ଖବରକାଗଜରେ ଏହି ଖବର ବାହାରିବା ପରେ ମଧ୍ୟ ଗାଁ କଲ୍ୟାଣ ସମିତି ଓ ଉପରିସ୍ଥ ଅଧିକାରୀ ଖବରର ଭୃକ୍ଷେପ କରୁନାହାଁନ୍ତି l
ନା ଅନ୍ୟପଟରେ ଅଙ୍ଗନୱାଡି କର୍ମୀଙ୍କ ସ୍ୱାମୀ ଶାସକ ଦଳର ଜଣେ ଟାଣୁଆ କର୍ମୀ ହୋଇଥିବାରୁ ଘଟଣାଟିକୁ ରାଜନୈତିକ ଚାପ ଦେଇ ଚାପିଦିଆଯାଇଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି l ଅନ୍ୟ ପଟରେ ଗାଁ ପରିମଳ ବ୍ୟବସ୍ଥା ସୁଧୁରିବା ପରିବର୍ତ୍ତେ ବେହାଲ ହେବାରେ ଲାଗିଛି l ତେବେ ଦେଖିବାକୁ ବାକି ରହିଲା କେବେ ଗାଁର ପରିମଳ ବ୍ୟବସ୍ଥା ସୁଧୁରୁଛି l