ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ମଣିଷର ସୌନ୍ଦର୍ଯ୍ୟ କହିଲେ ସୁନ୍ଦର ସ୍ୱାସ୍ଥ୍ୟକୁ ବୁଝାଇ ଥାଏ। ଆଜିକାଲି ଯୁବ ପିଢ଼ି ନିଜେ ସ୍ୱାସ୍ଥ୍ୟବାନ ହେବା ପାଇଁ ବିଭିନ୍ନ ପ୍ରକାର ଯୋଗ,ବ୍ୟାୟାମ ତଥା ଜିମ ମାନଙ୍କୁ ଯାଉଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ କଳିଙ୍ଗ ବଡି ବିଲଡିଂ ଆସୋସିଏସନ ଓଡିଶାର ଯୁବକ ଯେଉଁ ମାନେ ପ୍ରତିଦିନ ପରିଶ୍ରମ କରି ନିଜର ସ୍ଵାସ୍ଥ୍ୟ ପାଇଁ ଯତ୍ନବାନ ରହୁଛନ୍ତି, ସେହି ସ୍ଵାସ୍ଥ୍ୟକୁ ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ପ୍ଲାଟଫର୍ମ ଦରକାର ହୁଏ ଯାହାକି ଏହି ଅନୁଷ୍ଠାନ ଏହି ସୁଯୋଗ ଖେଳାଳି ମାନଙ୍କୁ ନିଜ ଜିଲ୍ଲାରେ ଯୋଗାଇ ଦେବାକୁ ପ୍ରତିବଦ୍ଧ। ପ୍ରଥମେ ଜିଲ୍ଲା ସ୍ତରୀୟ, ତାପରେ ରାଜ୍ୟ ସ୍ତରୀୟ, ତାପରେ ଜାତୀୟ ସ୍ତରରେ ଖେଳିବାକୁ ସୁଯୋଗ ପାଇପାରିବେ ଖେଳାଳି।
ଏବେ ସାରା ରାଜ୍ୟରେ ୨୧ ଟି ଜିଲ୍ଲାରେ ଏହି ଏସୋସିଏସନର ସକ୍ରିୟ ସଦସ୍ୟ ଅଛନ୍ତି। ଆଗାମୀ ନଭେମ୍ବର ମାସରୁ ଫେବୃୟାରୀ ମାସ ଭିତରେ ପ୍ରତିଯୋଗୀତା ଆୟୋଜନ କରିବାକୁ ସ୍ଥରିକୃତ୍ କରାଯାଇଥିବା ସୁଚନା ଦେଇଛନ୍ତି କେବିବିଏର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସନ୍ତୋଷ ମହାନ୍ତି। ରବିବାର ଦିନ ସ୍ଥାନୀୟ ଜଲାରାମ ଲଜ ସମ୍ମିଳନୀ କକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ସଭାପତି , ସମ୍ପାଦକ, ସଦସ୍ୟ ମାନେ ଆସି ଯୋଗ ଦେଇ ନିଜର ନିଜର ମତାମତ ଦେଇଥିଲେ। ଆଗାମୀ ଦିନରେ କିଭଳି, କେଉଁ କେଉଁ ସ୍ଥାନରେ, କେବେ କେବେ ପ୍ରତିଯୋଗୀତା ହେବ ସେ ନେଇ ଏହି ସାଧାରଣ ପରିଷଦ ବୈଠକରେ ଆଲୋଚନା ହୋଇଥିଲା।
ପ୍ରଥମେ ସମସ୍ତ ଜିଲ୍ଲାରେ ଥିବା ଜିଲ୍ଲା ପ୍ରତିନିଧି ନିଜ ନିଜ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ଆୟୋଜନ କରାଯିବା ପାଇଁ ସ୍ଥରିକୃତ୍ କରାଯାଇଛି। ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତି, ଉପସଭାପତି ଏମ କେ ସ୍ୱାଇଁ, କୋଷାଧ୍ୟକ୍ଷ ନୀଳକଣ୍ଠ ବାରିକ, ସହ ସଂପାଦକ ନିଶାନ୍ତ ବହିଦାର, ସମ୍ବଲପୁର ଜିଲ୍ଲା ସମ୍ପାଦକ ଅମିତାଭ ପରିଡ଼ା, ଖୋର୍ଦ୍ଧା ଜିଲ୍ଲାର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ, ମୟୁରଭଂଜ ଜିଲ୍ଲାର ଜିଲ୍ଲା ସଂପାଦକ ସରୋଜ ଦାସ, ଅନୁଗୁଳ ଜିଲ୍ଲା ସମ୍ପାଦକ ବିଦୁର ମହାପାତ୍ର, ବାଲେଶ୍ଵର ଜିଲ୍ଲା ସମ୍ପାଦକ ଦେବାଶିଷ ପାତ୍ର, ବୌଦ ଓ ଫୁଲବାଣୀ ଜିଲ୍ଲା ସମ୍ପାଦକ ରାଜିବ ମହାନ୍ତି, ରାୟଗଡା ଜିଲ୍ଲା ସମ୍ପାଦକ ଦିପୁ ମାଝି, ବଲାଙ୍ଗିର ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଦାସ, ପୁରି ଜିଲ୍ଲା ସମ୍ପାଦକ ପ୍ରମୋଦ ମହାନ୍ତି, ଗଞ୍ଜାମ ଜିଲ୍ଲାର ସମ୍ପାଦକ ବ୍ରଜବନ୍ଧୁ ସଉରା, କେବିବିଏର ଡିଜିଟାଲ କୋର୍ଡି ନେଟର ଚନ୍ଦ୍ରଂ।ଶୁ ମିଶ୍ର, ଗଜପତି ଜିଲ୍ଲା ସମ୍ପାଦକ ସନ୍ତୋଷ ବକ୍ସି, କେବିକେ କର୍ଡିନେତର ଫର୍ଚ୍ୟୁନ ନାୟକ ଏବଂ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ।