ବୌଦ୍ଧ ଜିଲ୍ଲାବାଉଁଶୁଣୀ ଠାରେ ଜିଲ୍ଲାସ୍ତରୀୟ ଜନଜାତି ଲୋକକଥା ଓ ଲୋକ ପରମ୍ପରା ସଂପର୍କିତ ଦିନିଆ କର୍ମଶାଳା ଅନୁଷ୍ଠିତ

25 0

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଠାରେ ଜିଲ୍ଲାସ୍ତରୀୟ ଜନଜାତି ଲୋକକଥା ଓ ଲୋକ ପରମ୍ପରା ସଂପର୍କିତ ଏକ କର୍ମଶାଳା ଶନିବାର ଦିବା-୧୦ ଘଣ୍ଟା ସମୟରେ ବାଉଁଶୁଣି ୱାସିଡିଏ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଫ ଟ୍ରାଇବାଲ ଷ୍ଟଡିଜ୍ ଏଣ୍ଡ ଇଣ୍ଡିଜିନିଅସ ରିସର୍ଚ ଅନୁଷ୍ଠାନ ,ଭୁବନେଶ୍ଵର ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ବୌଦ୍ଧ ଜିଲ୍ଲାର ଜନଜାତି ଲୋକକଥା ଓ ଲୋକ ପରମ୍ପରା ସଂପର୍କରେ ଆଲୋଚନା କରାଯାଇଥିଲା । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ବସନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡକ୍ଟର ଅଜୟ କୁମାର ନାୟକ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଡକ୍ଟର ଶାନ୍ତନୁ କୁମାର ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।

ମିହିର କୁମାର ଜେନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନକରିଥିବା ବେଳେ ଶ୍ରୀ ରାମାକାନ୍ତ ଜେନା ଧନ୍ୟବାଦ ଅର୍ପଣକରିଥିଲେ , ସୌଭାଗ୍ୟ ରଂଜନ ସାହୁ ମଧ୍ୟ ନିଜସ୍ଵ ଅଭିମତ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଭାରତୀ ମଲ୍ଲିକ ସରପଞ୍ଚ ମାନୁପାଲି ଯୋଗଦେଇ ବକ୍ତବ୍ୟ ସହ ଲୋକ ସଙ୍ଗୀତ ପରିବେଷଣ କରିଥିଲେ । କର୍ମଶାଳାରେ ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥି ମାନଙ୍କ ସହ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ ରିତାକନ୍ତି ବଳିୟାରସିଂହ ଯୋଗଦେଇ ଜନଜାତି ପରମ୍ପରାକୁ ଉଦଜୀବିତ କରିବାର ପ୍ରୟାସ କରିବାକୁ ଉତ୍ସାହିତ କରିଥିଲେ । ୱାସିଡିଏ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମେହେର ଏହା ବୌଦ୍ଧ ଜିଲ୍ଲା ପାଇଁ ଏକ ନିଆର ପ୍ରୟାସ ଓ ଏହାର ସଂରକ୍ଷଣ ଦିଗରେ ସମସ୍ତେ ପ୍ରଚେଷ୍ଟା କରିବା ଉଚିତ ବୋଲି ଆହ୍ଵାନ କରିଥିଲେ ।

ଶିକ୍ଷକ ଅର୍ଜୁନ କଅଂର ଓ ସମସ୍ତ ଅତିଥି ପ୍ରମୂଖ ଜନଜାତି ସଂସ୍କୃତି ଓ ପରମ୍ପରା ସମ୍ପର୍କୀୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସ୍ଵାଧୀନ କୁମାର ପରିଡା,ଜପ ଜାନୀ,ନୃସିଂହ ଜାନୀ , ପାର୍ବତୀ ନାୟକ ,ରଘୁ ମଲ୍ଲିକ ,ସନ୍ତୋଷ ବଡମଲ୍ଲିକ ପ୍ରମୂଖ ଗଳ୍ପ,ଗୀତ,ଢଗ,ଢମାଳି,ଆଦି ଉପସ୍ଥାପନ କରିଥିଲେ । ନାଟ୍ୟକାର ଶ୍ରୀ କରୁଣାକର ଘଣ୍ଟୁଆଳ ପ୍ରାୟ ୫୦ ରୁ ଅଧିକ ଢଗ ଢମାଳି ଯାହାକି ଜନଜାତି ଜୀବନ ଧାରା ସହ ସମ୍ପର୍କିତ ସୁନ୍ଦର ଶୈଳୀରେ ଉପସ୍ଥାପନ କରିଥିଲେ । ସମସ୍ତ ଅତିଥି ବୃନ୍ଦ ଏହି ଲୁପ୍ତ ପ୍ରାୟ ଜନଜାତିର ସଂସ୍କୃତି,ପରମ୍ପରା,ଲୋକଗୀତ,ଲୋକକଥା,ଢଗ ଢମାଳି ଆଦି ସମାଜରୁ ବିଲୁପ୍ତ ହେବା ପୂର୍ବରୁ ଆଗାମୀ ପିଢୀ ପାଇଁ ଏହାକୁ କିପରି ସଂରକ୍ଷଣ କରାଯାଇ ପାରିବ ସେ ଓ ପୁରାତନ ସମ୍ପର୍କର ସେତୁ, ପ୍ରାଚୀନ ଯୁଗର ପରମ୍ପରାକୁ ମଧ୍ୟ ବିଲୁପ୍ତ ନକରି ଏହାକୁ ସୁ ସୁରକ୍ଷିତ କରି ରଖିବା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିପାଇଁ କିଛି ବହି ପ୍ରସ୍ତୁତ କରିବାପାଇଁ ପରବର୍ତ୍ତୀ ପ୍ରୟାସ ଜାରି ରହିବ ବୋଲି ମତ ପୋଷଣ କରିଥିଲେ ।

Related Post

ଆନ୍ତର୍ଜାତୀକ ମହିଳା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Posted by - March 4, 2023 0
ବୌଦ୍ଧ:୦୪ା୩ :(ଚିତ୍ତରଞ୍ଜନ ସିଂ) ବୌଦ୍ଧରେ ଜିଲାସ୍ତରୀୟ ଆନ୍ତର୍ଜାତୀକ ମହିଳା ଦିବସ ପାଳନ ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା…

ଖରଭୂଇଁ ପଥରକ୍ବାରୀ ଓ କ୍ରସର ବିରୁଦ୍ଧରେ ଆନ୍ଦୋଳନ ପହଞ୍ଚିଲା ୧୦ମ ଦିନରେ , ଆଲୋଚନା ପାଇଁ ପହଞ୍ଚିଲେ ଉପଜିଲ୍ଲାପାଳ ଓ ତହସିଲଦାର

Posted by - November 11, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ପଥରକ୍ବାରୀ ଓ କ୍ରସର ବନ୍ଦ ଦାବୀରେ ଚାଲିଥିବା ଗଣଧାରଣା  ଦଶମ ଦିନରେ ପହଞ୍ଚିଛି…

କୋରୋନା ମୁକାବିଲା ପାଇଁ ଜିଲାପାଳଙ୍କୁ ଆର୍ଥିକ ସହଯୋଗ

Posted by - March 28, 2020 83
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ରେ କୋରନା ମୁକାବିଲା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ ଜିଲା ପ୍ରଶାସନ ମାଧ୍ୟମରେ ଆର୍ଥିକ ସହଯୋଗ କରାଯାଇଛି । ଆଜି ପଣସା…

ଧର୍ମଗଡ଼ ଵସ୍ତିପଡା ପଡ଼ା ଠାରେ ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଦ୍ବିତୀୟ ଦିନରେ ଆଶିର୍ବାଦ ମହାରାଜ (କଟକ) ପ୍ରଵୋଚନ

Posted by - December 2, 2022 0
ଧର୍ମଗଡ଼: ୨/୧୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗତ ଵସ୍ତିପଡା ପଡ଼ା ଠାରେ ଦ୍ବିତୀୟ ଦିନରେ ପ୍ରଵୋଚନ କଯ୍ୟକ୍ରମ ଚାଳିଛି । ଚଳିତ ବର୍ଷ କରୋନା ପ୍ରକୋପ ନଥିବାରୁ…

ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକଙ୍କ ସ୍ୱାଗତ ସମ୍ବଦ୍ଧନା ସଭା

Posted by - December 22, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ କାଲି ନୂତନ ଭାବେ ଯୋଗଦେଇଥିବା ଏବଂ ଏହି ବିଦ୍ୟାଳୟ ରୁ ସ୍ଥାନସ୍ତରୀତ ହୋଇଥିବା ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ ଉପଲକ୍ଷେ…