Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଦାଦନ ରାଇଜର କରୁଣ କାହାଣୀ ,ଦାଦନ ଖଟିବାକୁ ଯାଇ ଶ୍ରମିକ ମୃତ,ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

32 0

କଣ୍ଟାବାଞ୍ଜି ବ୍ୟୁରୋ: (ନରେନ୍ଦ୍ର ନେଗୀ)ଦାଦନ ଗଡ ଭାବରେ ପରିଚିତ ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ । ପ୍ରଶାସନ ର ଅବହେଳା ଏବଂ ଅନେକ ରାଜନୈତିକ ଚାପ୍ ଯୋଗୁଁ ଏଠି ହଜାର ହଜାର ଲୋକ ଦାଦନ ଚାଲାଣ ହୋଇଥାନ୍ତି। ଅନେକ ରାଜନେତା ଏବଂ ତାଙ୍କ ସମ୍ପର୍କୀୟ ମାନେ ଏଠି ଦାଦନ ସର୍ଦ୍ଦାର ଅଟନ୍ତି । ତେଣୁ ଏହି ଅଞ୍ଚଳରୁ ଦାଦନ ଚାଲାଣ କରିବା ଅତି ସହଜ ହୋଇଥାଏ । ଏଠି ଯଦି କୌଣସି ଅଫିସର ଦାଦନ ଚାଲାଣ ରୋକିବାକୁ ଚେଷ୍ଟା କରନ୍ତି ତା ହେଲେ ତାଙ୍କ ବଦଳି ହୁଏ ଅଥବା ତାଙ୍କୁ ରାଜନୈତିକ ଚାପ ପକାଇ ଚୁପ୍ କରି ଦିଆଯାଏ ।

ଏହି ବ୍ଲକ ଅନେକ ଲୋକ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ଅନେକ ସମୟରେ ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାନ୍ଦଲା ଗାଁରେ। ମୃତକଙ୍କ ପରିବାର କହିବା ମୁତାବକ ଶଙ୍କର ଚିନାଗୁନ (୫୦) ଦାଦନ ଶ୍ରମିକ ଭାବରେ କମେଇମୁଣ୍ଡା ର ଦାଦନ ଦଲାଲ ଦୈତାରି ମାଝି, କୈଳାସ ମାଝି ଓ ଜଗମନ ବାଗ ଗତ ଡିସେମ୍ବର ୨୭ ତାରିଖ ୨୦୨୨ ମସିହାରେ ରାତ୍ର ୧୦ ଘଣ୍ଟା ସମୟରେ ତେଲେଙ୍ଗାନା ରାଜ୍ୟ ମେଦକ୍ ଜିଲ୍ଲା କୁଲ୍ ଚରମ୍ ଥାନା ଅନ୍ତର୍ଗତ ଚିନ୍ନାଘନପୁର୍ ଗାଁ କୁ ଦାଦନ ଶ୍ରମିକ ଭାବେ ଇଟା କାର୍ଯ୍ୟ କରେଇବାକୁ ନେଇଥିଲେ। କିଛି ଦିନ ପରେ ଦୈତାରି ମାଝି ଓ କୈଳାସ ମାଝି ଶଙ୍କର ଚିନାଗୁନଙ୍କ ପରିବାର ଙ୍କୁ ଶଙ୍କର ଚିନାଗୁନ କେଉଁ ପଟେ ପଳେଇ ଗଲା ବୋଲି କହିଥିଲେ । ଶଙ୍କର ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି କରି କିଛି ଖବର ପାଇଲେ ନାହିଁ।

ଏନେଇ ଗତ ଜାନୁଆରୀ ୨୨/୨୦୨୩ ତାରିଖ ଦିନ ତୁରେକେଲା ପୋଲିସ ଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇଥିଲେ କିନ୍ତୁ ସେ ସମୟରେ ଥିବା ପୋଲିସ ବାବୁ ତାଙ୍କ ଗୁହାରି ଶୁଣିଲେ ନାହିଁ। ବର୍ତ୍ତମାନ ତୁରେକେଲା ଥାନାକୁ ନୂତନ ଭାବେ ଆସିଥିବା ଆଇ ଆଇ ସି ଭାନୁପ୍ରତାପ ୟାଦଭଙ୍କୁ ଏହି ବିଷୟରେ ଜଣାଇଥିବାରୁ ଥିବାରୁ ସେ ତୁରନ୍ତ ଏକ ପୋଲିସ କର୍ମଚାରୀଙ୍କୁ ତେଲେଙ୍ଗାନା ତଦନ୍ତ ନିମନ୍ତେ ପଠାଇଥିଲେ। ଦାଦନ ଦଲାଲ୍ , ମୃତକ ଶଙ୍କର ଚିନାଗୁନଙ୍କ ପୁଅ ଭକ୍ତ ଚିନାଗୁନ ଓ ତୁରେକେଲା ପୋଲିସ ତେଲେଙ୍ଗାନା ରାଜ୍ୟ ମେଦକ ଜିଲ୍ଲା କୁଲଚରମ୍ ଥାନା ଅନ୍ତର୍ଗତ ଚିନ୍ନାଘନପୁର୍ କୁ ପହଞ୍ଚି ଇଟାଭାଟି ମାଲିକମାନଙ୍କୁ ସାକ୍ଷାତ କରି ଶଙ୍କର ଚିନାଗୁନ ଙ୍କ ବିଷୟ ନେଇ ପଚରା ଉଚୁରା କରିଥିଲେ। ଏହା ପରେ ଇଟାଭାଟି ମାଲିକ ମୁଁ କିଛି ଯାଣି ନାହିଁ ବୋଲି କହିଥିଲା। ଏନେଇ କୁଲଚରମ୍ ଥାନା କୁ ଯାଇ ପଚରାଉଚରା କରିବାରୁ କୁଲଚରମ୍ ପୋଲିସ ହଁ ଜଣେ ଅଜଣା ବ୍ୟକ୍ତି ଗତ ଡିସେମ୍ବର ୨୯/୨୦୨୨ ତାରିଖ ଦିନ ପାଟ୍ଟିକୁଣ୍ଟା ପୋଖରି ରେ ବୁଡି ମୃତ୍ୟୁ ହୋଇଥିବା ମାଠାମାଲା ପି:ନର୍ସିମ୍ଳୁ ଅଭିଯୋଗ ଜଣାଇଥିଲା।

ଏନେଇ କୁଲଚରମ୍ ପୋଲିସ ଟିମ୍ ଓ ସାଇଣ୍ଟିକ୍ ଟିମ୍ ଓ ସରକାରୀ ଗେଜେଟ ସମସ୍ତ ଉପସ୍ଥିତ ରେ ପାଟ୍ଟିକୁଣ୍ଟମ୍ ପୋଖରି ରୁ ଶବଟିକୁ ଉଦ୍ଧାର କରି ପୋଷ୍ଟମର୍ଟମ କରାଇଥିବାରୁ ରିପୋର୍ଟ ମୁତାବକ ପାଣିରେ ବୁଡି ମୃତ୍ୟୁ ହୋଇଛି ବୋଲି ପୋଲିସ କହି ଫଟୋଚିତ୍ର ସବୁ ଦେଖାଇଥିଲେ। ଉକ୍ତ ମୃତ ଶବ ଫଟୋ ଦେଖେଇବାରୁ ପିନ୍ଧି ଥିବା ସାର୍ଟକୁ ଦେଖି ଶଙ୍କର ଚିନାଗୁନଙ୍କ ପୁଅ ଭକ୍ତ ଚିନାଗୁନ ହଁ ଏଇଟା ମୋ ବାପା ଶଙ୍କର ଚିନାଗୁନ ବୋଲି କହିଥିଲେ। ମୋ ବାପା ପାଣି ପହଁରି ଜାଣିଥିଲେ ହେଲେ କେମିତି ପାଣିରେ ବୁଡି ମୃତ୍ୟୁ ହେଲା ତାହା ସେ ସନ୍ଦେହ କରିଥିଲା।

ଯେଉଁ ଇଟା ଭାଟିରେ ଶଙ୍କର ଚିନାଗୁନ କାମ କରୁଥିଲା ସେହି ଇଟା ଭାଟିରେ ତାଙ୍କ ଗ୍ରାମର ଚିତ୍ତ ମନ୍ ମାଝି ଓ କପି ମାଝି ମଧ୍ୟ କାମ କରୁଥିଲେ ବୋଲି ଭକ୍ତ ଚିନାଗୁନ କହିଥିଲେ । ମୃତକଙ୍କ ପରିବାର ଙ୍କ କହିବା ଅନୁସାରେ ଦାଦନ ଦଲାଲ୍ ଦୈତାରି ମାଝି ଓ କୈଳାସ ମାଝି କିଛି ଅଗ୍ରିମ୍ ଟଙ୍କା ଦେଇଥିବା ପରିବାରଙ୍କୁ ଜଣାଇଥିଲେ ହେଲେ ଏହି ଟଙ୍କା ବିଷୟରେ ପରିବାର ଲୋକେ କିଛି ଜାଣି ନଥିବା କହିଛନ୍ତି । ଏହି ଟଙ୍କା କୁ ନେଇ ତାଙ୍କ ବାପାଙ୍କ ହତ୍ୟା ହୋଇଥାଏ ପାରେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ବର୍ତମାନ ତୁରେକେଲା ପୋଲିସ ଏହାର ତଦନ୍ତ ଜାରି ରହିଛି।

Related Post

କାଳିଆ ପାଇଁ କାମ କରୁଛୁ

Posted by - May 13, 2019 6,241
ପୁରୀକୁ ବିଜୁଳି ସଂଯୋଗ ଲାଗି ପଶ୍ଚିମବଙ୍ଗରୁ ଆସିଥିବା କୁଶଳୀ ଶ୍ରମିକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି। ଦିନ ରାତି ଏକ କରିଦେଇଛନ୍ତି। ସେମାନଙ୍କୁ ପଚାରିଲେ…

ଦହ୍ୟା ଗୁଳିକାଣ୍ଡ ଓ ବୋମା ମାଡ଼ ଘଟଣା ମନମୁଣ୍ଡା ଥାନା ଘେରାଉ କଲେ ଶତାଧିକ ମହିଳା

Posted by - March 5, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ମନମୁଣ୍ଡା ଥାନା ରକ୍ସା ପଂଚାୟତ ନିର୍ବାଚନୀ ପରବର୍ତୀ ହିଂସା – ଦହ୍ୟା ଗୁଳିକାଣ୍ଡ ଓ ବୋମା ମାଡ଼ ଘଟଣାରେ ପୋଲିସର ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି…

କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଜିଲ୍ଲାବାସୀଙ୍କୁ ଧନ୍ୟବାଦ : ଯାଜପୁର ଜିଲ୍ଲାପାଳ

Posted by - July 23, 2020 1,116
ଯାଜପୁର ଅଫିସ:ତା ୨୩ା୭ : କୋଭିଡ-୧୯ର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫ କୋଟି ଟଙ୍କା ଅନୁଦାନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ…

କେନ୍ଦୁପତ୍ର ବିଭାଗ ଆର ସି ସି ଏଫ ଙ୍କ ହରଭଙ୍ଗା ବ୍ଲକ ଗ୍ରସ୍ତ

Posted by - May 21, 2023 0
ହରଭଙ୍ଗା:୨୦ /୦୫ (ଚିତ୍ତରଞ୍ଜନ ସିଂହ)ବର୍ତମାନ ସରକାର ଙ୍କ ପକ୍ଷରୁ କେନ୍ଦୁପତ୍ର ଅମଳ ଚାଲୁଛି ବା ତୋଳାଳିଙ୍କ ଦ୍ୱାରା ପତ୍ର ତୋଳା କାର୍ଯ୍ୟ ଜାରି ରହିଛି l ଏପରିକି…

ବନ୍ୟାପାଣି କମୁଛି, ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି,ବନ୍ୟାରେ ଧୋଇଗଲା ବିଜୁସେତୁ

Posted by - August 21, 2022 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) ହରଭଙ୍ଗା ବ୍ଲକର ବନ୍ୟା ଅଞ୍ଚଳର ସ୍ଥିତି ଏବେବି ଗମ୍ଭୀର ରହିଛି। ଧୀରେଧୀରେ ବନ୍ୟାପାଣି ବନ୍ୟା ପ୍ଲବୀତ ଗ୍ରାମଗୁଡିକରୁ କାମୁଥିବାବେଳେ,ଏବେ ବହୁଗ୍ରାମ ଯଥା ମରଡା କୁମାରୀ…