Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ସ୍ଵର୍ଗତ ବିଜୟଲକ୍ଷ୍ମୀ ଗୁରୁମାଙ୍କ ଦ୍ୱାଦଶାହ ତିଥିରେ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ପ୍ରସ୍ତୁତି ବୈଠକ

305 0

ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବହୁବର୍ଷ ଧରି ନିଷ୍ଠାପର ଭାବେ ଶିକ୍ଷକତା କରୁ୍ଥିବା ବିଜୟଲକ୍ଷ୍ମୀ ସାମଲଙ୍କ ଗତ ଏକ ତାରିଖରେ ଆକସ୍ମିକ ମୃତ୍ୟୁ ଘଟିଥିଲା I ସ୍ଵର୍ଗତ ବିଜୟଲକ୍ଷ୍ମୀ ଗୁରୁମା ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ସର୍ବଦା ଆଗ୍ରହ ପ୍ରକାଶ କରୁ୍ଥିବା ଯୋଗୁଁ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଆସନ୍ତା ବାର ତାରିଖ ତଥା ସ୍ଵର୍ଗତ ଗୁରୁମାଙ୍କ ଦ୍ୱାଦଶାହ ତିଥିରେ ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଏବଂ ସମ୍ବାଦ-ଆମ ଓଡି଼ଶାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ I

ଏନେଇ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ସଭାପତି ମାଧବ ଚନ୍ଦ୍ର ଆପଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରଥମେ ସ୍ଵର୍ଗତ ଗୁରୁମାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା I ଏଥିରେ ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ସୁନିତା ପୋଲେଇ,ସୁଲୋଚନା ଡାକୁଆ, ପୂଜା ସ୍ୱାଇଁ, ଲକ୍ଷ୍ମୀ ପ୍ରଧାନ, ଖଦାଳ ଗୌଡ଼,ସସ୍ମିତା ଡାକୁଆ, ପୂଜା ବେହେରା , ପ୍ରମୋଦ ଜେନା,ଯୁବ ସମାଜସେବୀ ଆଲୋକ ଖଟେଇ, ରାଜେନ୍ଦ୍ର ଆପଟ,ସୂର୍ଯ୍ୟକାନ୍ତ ନାୟକ, ଭିକାରୀ ଗୌଡ଼,ରାକେଶ ନାୟକ, ନାରାୟଣ ପାଢୀ,କାହ୍ନା ଗୌଡ଼, ରାମଚନ୍ଦ୍ର ବଢେଇ, ସସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରରେ କିପରି ଅଧିକରୁ ଅଧିକ ଯୁବଗୋଷ୍ଠୀ ଏବଂ ମହିଳା ଅଂଶଗ୍ରହଣ କରିପାରିବେ ଆଲୋଚନା କରାଯାଇଥିଲା I

ଆସନ୍ତା ମଙ୍ଗଳବାର ସକାଳ ଦଶ ଘଣ୍ଟା ଠାରୁ ଅପରାହ୍ଣ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହି ରକ୍ତଦାନ ଶିବିର ଚାଲିବାକୁ ଥିବା ବେଳେ ଏଥିରେ ଭଞ୍ଜନଗର ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିବେ I ପ୍ରକାଶ ଥାଉକି ପୂର୍ବରୁ ଏହି ଅନୁଷ୍ଠାନରେ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ତିନିଥର ରକ୍ତଦାନ ଶିବିରକୁ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତିଥର ସ୍ଵର୍ଗତ ବିଜୟଲକ୍ଷ୍ମୀ ଗୁରୁମା ରକ୍ତଦାନ କରି ଆସୁଥିଲେ I ତେଣୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସ୍ଵର୍ଗତ ଗୁରୁମାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଥିଲେ I

Related Post

ବିଦାୟ କାଳୀନ ସମ୍ବର୍ଦ୍ଧନା

Posted by - December 25, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ଥାନା ପକ୍ଷରୁ ଥାନା ରେ କାର୍ଯ୍ୟରତ କନେଷ୍ଟବଳ ନରୋତ୍ତମ କାଲସାଏ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ…

ଟିଟିଲାଗଡ ଗୁଲୁମୀ ଜଙ୍ଗଲ ଭିତରେ ଅଘଟଣ , ରତ୍ନପଥର ପାଇବା ଆଶାରେ କୂଅ ଭିତରକୁ ଯାଇ ୨ ମୃତ

Posted by - April 23, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକ ମହୁଲପଡ଼ା ପଞ୍ଚାୟତ ଗୁଲୁମି ଜଙ୍ଗଲ ଭିତରେ ଥିବା ଚୋରା ରତ୍ନ ପଥର ଖଣି/ ମାଇନ୍ସ ଭିତରକୁ ପଶି…

କଳିଙ୍ଗନଗର ଗୁଳିକାଣ୍ତକୁ ୧୩ ବର୍ଷ,କଟା ପାପୁଲିର ଡିଏନ୍‌ଏ ଟେଷ୍ଟ କରାଅ, ଗୁଳିକାଣ୍ଡ ତଦନ୍ତ ରିପୋର୍ଟ ପୁନଃ ପ୍ରକାଶ କର

Posted by - January 4, 2019 26
ଡୁବୁରି :୨୦୦୬ ଜାନୁଆରି ୨ ଗୁଳିକାଣ୍ତରେ ମୃତକଙ୍କ ପାଇଁ ଆଦିବାସୀ ପରମ୍ପରା ଅନୁଯାୟୀ ସକାଳେ ବୀରଭୂମି ଆମ୍ବଗଡିଆ ଠାରେ ଦରି ଦୁଲସନମ ଅନୁଷ୍ଠିତ ହୋଇଥିଲା। ଏହାପରେ ହଇରାଚାମ…

ଅହସାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ମାସ୍କ ସେନିଟାଇଜର ପ୍ରଦାନ

Posted by - April 19, 2020 0
ଭୁବନେଶ୍ବର:ଲକ ଡାଉନର ଘୋଷଣା ଯୋଗୁ ସାରା ଭାରତ ରେ ମୋଟର ଗାଡି ଟ୍ରେନ ଚଳାଚଳ ଏବଂ ଦୋକାନ ବଜାର  ବନ୍ଦ ରହିଥିବାରୁ ଓଡିଶାରେ ରହୁଥିବା ଲୋକମାନେ ନିଜ…

ପାଣି ସମାସ୍ୟାକୁ ନେଇ ରାଜରାସ୍ତାକୁ ଅହ୍ଲାଇଲେ ୧୩ ନମ୍ବର ବସିନ୍ଦା ।

Posted by - February 17, 2020 0
ମୟୁରଭଞ: ୧୭/୦୨(ସୀତାରାମ ଦୀକ୍ଷିତ)ପିଇବା ପାଣି ଯୋଗାଣ ଦାବିରେ ରାଜରାସ୍ତା ଅବରୋଧ କଲେ ମହିଳା। ତେବେ ଲଗାତାର ଭାବେ ପ୍ରାୟ ୩ମାସରୁ ଉର୍ଦ୍ଧ୍ବ ହେବ ପିଇବା ଜଳଯୋଗାଣ ଦିଗରେ…