ଖପ୍ରାଖୋଲ ରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାର

68 0

ଖପ୍ରାଖୋଲ: ୮/୯(ତାପସ ରଞ୍ଜନ ବେହେରା) ସ୍ଥାନୀୟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାର ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ଆବାହକ ଇସ୍ପାଲ ସୁନା ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ୍ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ଯୋଗଦେଇଥିଲେ

ଏହି ଅବସରରେ ସେମିନାର ଓ ବିଜ୍ଞାନ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେମିନାର ରେ ଧଣ୍ଡାମୁଣ୍ଡା ଉଚ୍ଚବିଦ୍ୟାଳୟ ଛାତ୍ରୀ ସ୍ୱାଗତିକା ଭୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗ ପ୍ରଶ୍ନୋତ୍ତର ରେ ଓ ଏ ଭି ଖପ୍ରାଖୋଲ ଛାତ୍ର ଶାଶ୍ଵତ କୁମାର ଦାଶ ପ୍ରଥମ, କାନିଷ୍ଟ ବର୍ଗରେ ଲୁହା ସିଂହା ଉଚ୍ଚବିଦ୍ୟାଳୟ ଛାତ୍ର ରାଘବ ଟିକେମାଲିଆ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ଏହି ଅବସରରେ ବିଚାରକ ରୂପେ କୁଶ ବାଗ, ତ୍ରିଭୁବନ ବାରିକ ସମେତ ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ଥିବା ବେଳେ ବ୍ଲକ୍ ବିଜ୍ଞାନ ସଂଯୋଜକ ଓମ୍ ପ୍ରକାଶ ମେହେର ପରିଚାଳନା କରିଥିଲେ।

Related Post

ସମ୍ବଲପୁର ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଯୋନାଲ କାଯ୍ୟାଳୟକୁ ନେସନାଲ ବ୍ୟାଙ୍କିଙ୍ଗ ଗୃପ ଓଡ଼ିଶାର ଜିଏମ ପରିଦର୍ଶନ

Posted by - July 13, 2023 0
ସମ୍ବଲପୁର: ୧୨/୦୭ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଯୋନାଲ କାଯ୍ୟାଳୟକୁ ଆଜି ନେସନାଲ ବ୍ୟାଙ୍କିଙ୍ଗ ଗୃପ ଓଡ଼ିଶାର ଜିଏମ ଆଜି ପରିଦର୍ଶନ କରିଥିଲେ । ଆଜି…

ସମସ୍ୟାର ସମାଧାନ ପାଇଁ ସଚିବ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେବାକୁ ନେଇ ପ୍ରସ୍ତୁତି ବୈଠକ

Posted by - July 4, 2023 0
ହରଭଙ୍ଗା :୪/୭ (ଚିତ୍ତରଞ୍ଜନ ସିଂହ)ଆସନ୍ତା କାଲି୫ ଟି ସଚିବଙ୍କ ବୌଦ୍ଧ ଗ୍ରସ୍ତ କୁ ନେଇ ବୌଦ୍ଧ ଜିଲ୍ଲା ପ୍ରସ୍ତୁତି ପଥେ ଚଳ ଚଞ୍ଚଳ ହୋଇଉଠିଥିବା ବେଳେ ଜିଲ୍ଲାର…

ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Posted by - June 18, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାରେ ଦୁର୍ନୀତି କୁ ବିରୋଧ କରୁଥିବା ସୂଚନା ଅଧିକାର କର୍ମୀ ଙ୍କ ଉପରେ ଆକ୍ରମଣ ହେଉଛି। ପୋଲିସ ଜାଣି ଶୁଣି…

ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

Posted by - January 28, 2023 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ହୋଟେଲ୍ ରାଜ ଠାରେ ଜିଲ୍ଲା କାର୍ଯ୍ୟକାରୀ ବୈଠକ ଜିଲ୍ଲା…