ଭୁବନେଶ୍ୱର : ଡ୍ର’ରେ ଶେଷ ହେଲା ଭାରତ-ବେଲ୍ଜିୟମ୍ ହାଇଭୋଲ୍ଟେଜ୍ ଟକ୍କର। ଦମ୍ଦାର ପ୍ରଦର୍ଶନ ସତ୍ତ୍ୱେ ଶକ୍ତିଶାଳୀ ବେଲ୍ଜିୟମ୍ ବିରୋଧରେ ବିଜୟ ହାତଛଡ଼ା କରିଛି ଭାରତ। କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏଇ ମ୍ୟାଚ୍ ୨-୨ ଗୋଲ୍ରେ ଡ୍ର ରହିଛି।ଭାରତ ପକ୍ଷରୁ ସିମ୍ରନ୍ଜିତ୍ ଓ ହରମନ୍ ପ୍ରୀତ ଗୋଟିଏ ଲେଖାଏଁ ଗୋଲ୍ କରିଛନ୍ତି। ପ୍ରଥମ କ୍ୱାର୍ଟର ସୁଦ୍ଧା ୦-୧ରେ ପଛୁଅା ଥିବା ଭାରତ ପରବର୍ତ୍ତୀ ସମୟରେ ଭଲ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ଏହା ବିଜୟ ପାଇଁ ଯଥେଷ୍ଟ ହୋଇ ନଥିଲା।

google says good job