ଖପ୍ରାଖୋଲ: ୮/୯(ତାପସ ରଞ୍ଜନ ବେହେରା) ସ୍ଥାନୀୟ କେ ଜି ବି ଭି ରେ ଜାତୀୟ ସାକ୍ଷରତା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ ହଷ୍ଟେଲ ପରିସରରେ ଏକ ସଚେତନତା ସଭା ୱାଡ଼େନ ଅନିତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ କେ ଜି ବି ଭି ହଷ୍ଟେଲ ଇନଚାର୍ଜ୍ ବାସନ୍ତୀ ଛୁରା ଯୋଗଦେଇ ଜାତୀୟ ସାକ୍ଷରତା ଦିବସ ଅବସରରେ ବାର୍ତା ଦେବାସହ ସମସ୍ତେ କିଭଳି ସାକ୍ଷର ହୋଇ ପାରିବେ ସେନେଇ କହିଥିଲେ।
ପରେ ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ରୀ ମାନେ ଗାଁ ପରିକ୍ରମା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ରିତା ବେହେରା, ରିତା ସାହୁ, ନୀଳମାଧବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।