Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟଙ୍କ ଉର୍ଲାଦାନୀ ପଞ୍ଚାୟତ ପରିଦର୍ଶନ

17 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ନକ୍ସଲ ପ୍ରଭାବିତ ଉର୍ଲାଦାନୀ ପଞ୍ଚୟତର ବିଭିନ୍ନ ଗାଁ କୁ ବୁଲି ସ୍ଥାନୀୟ ଅଧିବାସୀ ମାନଙ୍କ ସହ ତାଙ୍କ ବ୍ୟକ୍ତିଗତ ଏବଂ ସାମୂହିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରବଳ ବର୍ଷା ସତ୍ବେ ଗାଁ ର ମାଁ ମାନେ ତାଙ୍କୁ ସ୍ବାଗତ କରିବା ସହ ପୁରା ଗାଁ ବୁଲେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସୁପ୍ରିୟା ମାଝୀଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତ ଠାରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଏଥିରେ ଉର୍ଲାଦାନୀ ପଞ୍ଚାୟତର ସମସ୍ତ ଓ୍ବାର୍ଡ ମେମ୍ବର ଯୋଗଦେଇ ତାଙ୍କ ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଦନପୁର ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନଙ୍କ ସହ ଶ୍ରୀ ଠାକୁର ଫୋନ ଯୋଗେ କଥା ହୋଇଥିଲେ ।

ସେହିପରି ଉର୍ଲାଦାନୀ ଠାରେ ଥିବା କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ବାଧିନତା ସଂଗ୍ରାମୀ ସହିଦ୍ ରେଣ୍ଡୋମାଝୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ କଳାହାଣ୍ଡି ଜିଲ୍ଲାର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ସହିଦ୍ ରେଣ୍ଡୋମାଝୀଙ୍କ ନାମରେ ନାମିତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ଥାନୀୟ ଅଧିବାସୀ ଧନ୍ୟବାଦ ଜଣାଇଥିଲେ। ଏହା ସହିତ ରେଣ୍ଡୋମାଝୀଙ୍କ ପ୍ରତିମୂର୍ତ୍ତୀ ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ ଓ ପାର୍କ ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଛନ୍ତି।

Related Post

ସିଂହ ବାହିନୀର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Posted by - April 15, 2023 0
ଯାଜପୁର:ଯାଜପୁର ସହରର ଭିମକରପୁର ରେ ମା ସିଂହ ବାହିନୀର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛିIପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବା ସହିତ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଛି।  ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଛି । ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମା ମହିମା ସମ୍ପର୍କରେ ଜାଣିବା ପରେ ପ୍ରତିବର୍ଷ ବାର୍ଷିକ ଉତ୍ସବ ରେ ଶ୍ରଦ୍ଧାଳୁ ଙ୍କ ସଂଖ୍ୟା ବଢିବାରେ ଲାଗିଛି।

ସ୍ୱର୍ଗତ ବିଦ୍ଯାଧର ଧନୁଆର୍ ଙ୍କୁ ଶ୍ରଦ୍ଧାଂଜଳି

Posted by - October 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସ୍ଥାନୀୟ ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ସମିତିର ବରିଷ୍ଠ ସଭ୍ଯ, ପ୍ରକ୍ରୁତି ପ୍ରେମୀ, ସମ୍ୱଲପୁର ଜିଲ୍ଲା ଆଦିବାସୀ ସମାଜ ସଂଗଠନର ପୂର୍ବତନ ସଭାପତି…

ଭଇଁରିପାଲିରେ ପ୍ରାଥମିକ କୃଷି ସମବାୟ ସମିତି ଉଦ୍ଘାଟିତ

Posted by - July 11, 2023 0
କଳାହାଣ୍ଡି:୧୦/୦୭(ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଭଇଁରିପାଲି ଠାରେ ଆଜି ନୂତନ କୃଷି ସମବାୟ ସମିତି ଉଦ୍ଘାଟିତ ହୋଇ ଯାଇଛି | ସମବାୟ କ୍ଷେତ୍ରରେ ଚାଷୀଙ୍କ…

କୁଳୁତା ସମାଜର ସପ୍ତମ ଜିଲ୍ଲା ସ୍ତରୀୟ ମହାସଭା

Posted by - June 13, 2022 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ସରସରା ଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ସପ୍ତମ ଜିଲ୍ଲା ସ୍ତରୀୟ କୁଳୁତା ମହାସଭା ଜିଲ୍ଲା ସଭାପତି ବିରଞ୍ଚି ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ…