ଶିଶୁ ମାନେ ରାଧା କୃଷ୍ଣ ବେଶ ଧାରଣ କରି ନନ୍ଦଉତ୍ସବ ପାଳନ କଲେ , ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଇଲେ

42 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ବ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦ ଉତ୍ସବ ପାଳନ ହୋଇଯାଇଅଛି। ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କର୍ମକର୍ତ୍ତା ପ୍ରଥମେ କୃଷ୍ଣ ଓ ରାଧା ବେଶ ଧାରଣ କରିଥିବା ଶିଶୁ ମାନଙ୍କୁ ମନ୍ଦିର ପରିକ୍ରମା କରାଇ ନିର୍ଦ୍ଧାରିତ ସାହି ଗୁଡିକ ପରିକ୍ରମା କରାଇ ଥିଲେ। ଗୋଟିଏ ଆଧ୍ୟାତ୍ମିକ ପରିବେଶ ରେ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ବେଶ ଧାରଣ କରି ଥିବା ଶିଶୁ ମାନଙ୍କୁ ଆଜିର କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟ କୁ ନେଇ କିଛି ପ୍ରଶ୍ନ ପଚାରି ଉତ୍ତର ଆଦାୟ କରଯାଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ କବି, ଲେଖକ ତଥା ନାଟ୍ୟକାର ମୋତିଲାଲ ପତି ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ରାଧା କୃଷ୍ଣ ଙ୍କ ବହୁ ପୁରାତନ ଲୀଳା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ବେଶ ପ୍ରତିଯୋଗୀତା ଅବସରରେ ଜି. କରନ୍ ପ୍ରଥମ ଶ୍ରଦ୍ଧାଞ୍ଜଳୀ ଶତପଥୀ ଦ୍ଵିତୀୟ ଓ କ୍ରିଷ୍ଣା ସ୍ୱାଇଁ ତୃତୀୟ ସ୍ଥାନ, ଓ ଭଜନ ପ୍ରତିଯୋଗୀତା ର ଜ୍ୟେଷ୍ଠ ବିଭାଗ ରେ ଶୁଭଲକ୍ଷ୍ମି ବେହେରା ପ୍ରଥମ, ରାକେଶ ବେହେରା ଦ୍ଵିତୀୟ ହସିନା ପ୍ରଧାନ ତୃତୀୟ ସ୍ଥାନ ହାସଲ କରିଥିଲେ ସେହିପରି କନିଷ୍ଠ ବିଭାଗରେ ଶ୍ରଦ୍ଧା ରାଣୀ ବେହେରା ପ୍ରଥମ ଶୁଶ୍ରିତା ନାୟକ ଦ୍ଵିତୀୟ ଓ ଏମ.ରୁଦ୍ର ପାତ୍ର ତୃତୀୟ ସ୍ଥାନ ହାସଲ କରିଥିଲେ।

କୃତିତ୍ୱ ହାସଲ କରିଥିବା ଶିଶୁ ଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସହ ପ୍ରଧାନ ଅଚର୍ଯ୍ୟା ଶୁଭଶ୍ରୀ ପରିଡ଼ା ଙ୍କ ସମେତ ସୁକାନ୍ତ, ସତ୍ୟ, ସୂର୍ଯ୍ୟ, ସୁମନ, ବସନ୍ତ ଗୁରୁଜୀ ଏବଂ ସଂଧ୍ୟା , ରୁନି,ପିଙ୍କି, ମାହେଶ୍ଵରୀ ,ଅର୍ପିତା, ପୁଜା, ଗିରୁମା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଶିବରାମ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ।

 

Related Post

ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଦ୍ୱୟରେ ‘”ସମ୍ୱଲ୍’ପୁରୀ ଦିନ୍” ପାଳିତ

Posted by - August 3, 2022 0
ସମ୍ୱଲପୁର: :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ସ୍ଥାନୀୟ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ବଡ଼ବଜାର ଏବଂ ମୁଦିପଡ଼ା ହାଉସିଂ ବୋର୍ଡ କଲୋନୀ ଉଭୟ ଶିକ୍ଷାକେନ୍ଦ୍ର ପକ୍ଷରୁ ସମ୍ୱଲପୁରୀ ଭାଷା ସାହିତ୍ଯର…

ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ୨ମୃତ ।

Posted by - January 28, 2020 275
ଅନୁଗୋଳ -(ମହେଶ ଭୋମରାଜ)ଅନୁଗୋଳ ଜ଼ୀଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କଂଜା ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ ଘଟିଛି । ଜନ୍ତୁ ଶିକାର ପାଇଁ…

ଶୋଭାପାବୁଲି ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ

Posted by - November 6, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ବ୍ଲକ ମନୁପାଲି ପଞ୍ଚାୟତ ଅନ୍ତର୍ଗତ ଶୋଭାପାବୁଲି ଗ୍ରାମରେ ଶୁକ୍ରବାର ଗିରି ଗୋବର୍ଦ୍ଧନ ପୂଜା ଆନୁଷ୍ଠିତ ହୋଇଯାଇଛି ।ଗ୍ରାମବାସୀ ସକାଳୁ ସକାଳୁ ନିକଟରେ ଥିବା…

କୋରନାର ଦ୍ଵିତୀୟ ଲହର ପରେ ପ୍ରଥମଥର ପାଇଁ ଖୋଲିଲା ଶହୀଦ ଲଷ୍ମଣ ନାୟକ ପବ୍ଲିକ ସ୍କୁଲ

Posted by - July 28, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)  ଉପାନ୍ତ ଅଞ୍ଚଳ ଉମରକୋଟ ସହରରେ ଥିବା ଶହୀଦ ଲଷ୍ମଣ ନାୟକ ପବ୍ଲିକସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ଉତ୍ସାହିତ ଥିବା ବେଳେ ଛାତ୍ରଛାତ୍ରୀ ବିଦ୍ୟାଳୟକୁ…