Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଫସଲ ବିବିଧ କରଣ ଉପରେ ସଚେତନତା ରଥ ର ଶୁଭାରମ୍ଭ

27 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଓଡିଶା ସରକାରଙ୍କର କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ସୁବର୍ଣ୍ଣପୁର ଦ୍ବାରା ତରଭା ବ୍ଲକ ରେ କାର୍ଯ୍ୟକାରୀ ହେଉଥ‌ିବା ବୃହତ ଉଠା ଜଳ ସେଚନ ଅନ୍ତର୍ଗତ ଫସଲ ବିବିଧ କରଣ ଯୋଜନା ରେ ଅଣଧାନ ଫସଲ ପ୍ରତି ଚାଷୀ ଭାଇ ମାନକ ଆଗ୍ରହ ସୃଷ୍ଟି କରିବା ଉଦେଶ୍ୟ ରେ ଆଜି ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଛି |

ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଦୁଇଟି ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ କାର୍ଯ୍ୟକ୍ରମ ର ଅନୁକୂଳ କରିଥିଲେ । ଏହି ଅବସର ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ. ବିଭୁତି ଭୂଷଣ ମିଶ୍ର ଏବଂ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ | ଏହି ଯୋଜନା ବର୍ତମାନ ଓଡ଼ିଶାର ୨୨ ଗୋଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଅଛି |

ଖରିଫ ଋତୁରେ ଅଣଧାନ ଫସଲ ଚାଷ ପ୍ରତି ଚାଷୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ତଥା ବଜାର ଚାହିଦା ମୁତାବକ ଅଣଧାନ ଫସଲ ଚାଷ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ | ଏହି ସଚେତନତା ରଥ ଚାଷୀ ମାନଙ୍କ ମଧ୍ୟରେ ଅଣଧାନ ଫସଲ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ଚାଷ ସମ୍ବନ୍ଧୀୟ ବୈଷୟିକ ସୂଚନା ପ୍ରଦାନ କରିବ ସୂଚନା ଦେଇଛନ୍ତି |

 

Related Post

ପୂର୍ବତନ ବିଧାୟକ ଶିବାଜୀ ମାଝି ଙ୍କ କଂଗ୍ରେସ ରୁ ଇସ୍ତଫା

Posted by - November 7, 2021 0
ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଧାୟକ ଶିବାଜୀ ମାଝି କଂଗ୍ରେସ ଦଳର ପ୍ରାଥମିକ ସଦସ୍ଯ ପଦବୀରୁ ଇସ୍ତଫା ଦେଇଛନ୍ତି।ଶ୍ରୀ ମାଝୀ ୨୦୦୭ ମସିହା ରେ କଂଗ୍ରେସ…

ଆଗାମା ପଞ୍ଚାୟତ ନିର୍ବାଚନ ବିଜେପି ପାଇଁ ସମ୍ମାନ ର ପ୍ରଶ୍ନ ଫେରି ପାଇବ କି ବିଜେଡି ପୁରୁଣା ଗଡ ??? ଚର୍ଚ୍ଚାରେ ଯୁବନେତା ଉତ୍ତମ

Posted by - December 9, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରେଙ୍ଗାଲି ଅଞ୍ଚଳରେ ରାଜନୈତିକ ପାଣିପାଗ ସେତିକି ସରଗରମ ହେବାରେ ଲାଗିଛି । ଗତ ପଞ୍ଚାୟତ ନିର୍ବାଚନ…

ଖପ୍ରାଖୋଲ ବ୍ଲକ ବିଜେଡ଼ି ସଭାପତି ହେଲେ ରମେଶ ପଧାନ

Posted by - December 5, 2021 0
ପାଟଣାଗଡ଼: (ତାପସ ରଞ୍ଜନ ବେହେରା) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ବିଜେଡି ସଭାପତି ଭାବେ ରମେଶ ପଧାନ ମୋନୋନିତ ହୋଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ସୁବର୍ଣ୍ଣପୁର ଜିଲ୍ଲାର ଅଣଜଳସେଚିତ ଅଞ୍ଚଳ କୁ ମରୁଡ଼ି ଘୋଷଣା କରାଯାଉ ;-ନରସିଂହ ମିଶ୍ର

Posted by - September 13, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା ରେ ଜଳସେଚିତ ଅଞ୍ଚଳ କୁ ବାଦ୍ ଦେଲେ ବାକି ଅଞ୍ଚଳ ରେ ଯେତେ ବର୍ଷା ହେଲେ ମଧ୍ଯ ମରୁଡି ଅଞ୍ଚଳରେ ଧାନକୁ…

ବିଜେପି ପୁରୁଣାକଟକ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - May 27, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ଲୁଣିବାହାଲ ଠାରେ ଆଜି ବିଜେପି ପୁରୁଣାକଟକ ମଣ୍ଡଳ ର କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ବାମନ ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ…