ଜିଲ୍ଲାସ୍ତରୀୟ ଚତୁର୍ଥ ଆନ୍ତର୍ଯ୍ୟାତିକ ନୀଳ ଆକାଶ ସ୍ୱଚ୍ଛ ବାୟୁ ଦିବସ ପାଳନ

40 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ ସଭା ପ୍ରକୋଷ୍ଠ ରେ ଜିଲ୍ଲା ସ୍ତରୀୟ ଚତୁର୍ଥ ଆନ୍ତର୍ଯ୍ୟାତିକ “ନୀଳ ଆକାଶ ନିମନ୍ତେ ସ୍ୱଚ୍ଛ ବାୟୁ ” ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ରମେଶ ଚନ୍ଦ୍ର ସ୍ୱାଇଁ, କଲେଜ ଅଧ୍ୟକ୍ଷା ରିତାରାଣୀ ପୂଜାରୀ, ଆଧ୍ୟପକ ମଦନ ସୁନ୍ଦର ଖେତୀ, ସଂଜୁରାଣୀ ସିଂ,ଏନ ସି ସି କାଉନସିଲର ପୁର୍ଣିମା ମିଶ୍ର, ରେଡ଼କ୍ରସ ସୋସାଇଟି କାଉନସିଲର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ବୃନ୍ଦାବନ ସାହୁ ଓ ଏମ ଏନ ସି ଡି ଗୀତାଞ୍ଜଳି ମେହେର ପ୍ରମୁଖ ଅତିଥିଭାବେ ମଂଚାସୀନ ଥିଲେ l ଅତିଥି ବୃନ୍ଦ ଦିବସ ପାଳନର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ l

ସମାଜରେ ସ୍ୱଚ୍ଛ ବାୟୁ ସୃଷ୍ଟି କରିବାରେ ଆମସମସ୍ତ ଙ୍କ ଭୂମିକା କର୍ତ୍ତବ୍ୟ ସହ ଜଳବାୟୁ ପ୍ରଦୂଷଣ କୁ ରୋକିବା ନିମନ୍ତେ ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l ସ୍ୱଚ୍ଛ ବାୟୁ ସ୍ୱାସ୍ଥ୍ୟ ପୂର୍ଣ୍ଣ ଜୀବଜଗତ ନିମନ୍ତେ ଅପରିହାର୍ଯ୍ୟ ରହିଥିବା କହିବା ସହ ପର୍ଯ୍ୟାବରଣ ର ଅହେତୁକ ସମୃଦ୍ଧି ନିମନ୍ତେ ପ୍ରତ୍ୟକ ସ୍ତରରେ ବଦ୍ଧ ପରିକର ହେବାକୁ ଆହ୍ୱାନ ଦେଇଛନ୍ତି l ସ୍ୱଚ୍ଛ ବାୟୁ ସୁସ୍ଥ ପରିବେଶ ସୁସ୍ଥ ସ୍ୱାସ୍ଥ୍ୟ ନିମନ୍ତେ ବିଶେଷ ଅପରିହାର୍ଯ୍ୟ ଏଣୁ ସ୍ୱଚ୍ଛ ବାୟୁ ସୃଷ୍ଟି ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି ଅତିଥି ବୃନ୍ଦ l

ଏ ବର୍ଷ ର ସ୍ଲୋଗାନ ଟୁଗେଦର ଫର କ୍ଲିନ ଏୟାର, l ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ସାହୁଙ୍କ ତତ୍ୱାବଧାନରେ ପରିଚାଳିତ ସଭାରେ ଏଏସ ଆଇ ମନୋଜ କୁମାର ପ୍ରଧାନ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ କୁଇଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l କୁଇଜ ପ୍ରତିଯୋଗିତାରେ କୃତୀ 10 ଜଣ ଛାତ୍ରୀ ଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ l ମହାବିଦ୍ୟାଳୟ ଛାତ୍ରୀ ପ୍ରିୟା ପ୍ରିୟଦର୍ଶିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ସଭା ଅବସରରେ କଲେଜ ର ଅଧ୍ୟକ୍ଷ ଅଧ୍ୟକ୍ଷା, ଛାତ୍ରୀ ବୃନ୍ଦ, ଆଶା କର୍ମୀ, ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l

 

Related Post

ସିନ୍ଧେକେଲା ଅଧିଷ୍ଠାତ୍ରୀ ଦେବୀ ମା ଦ୍ବାରସେହ୍ନି ଙ୍କ ମୁଖ୍ୟ ଗେଟ ଓ ଗ୍ରାମୀଣ ଉଦ୍ୟାନ ର ଶୁଭ ଉଦ୍ଧଘାଟନ

Posted by - December 20, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଅଧିଷ୍ଠାତ୍ରୀ ଦେବୀମା ଦ୍ବାରସେହ୍ନି ମନ୍ଦିର ର ନବନିର୍ମିତ ମୁଖ୍ୟ ଗେଟର, ଛୋଟ, ବଡ଼ସମସ୍ତ ଙ୍କ…

କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କୁ ଭାବବିହ୍ଵଳ ବିଦାୟ ଦେଲେ କଳାହାଣ୍ଡି ବାସୀ

Posted by - May 6, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡିଶା ସରକାର ଙ୍କ ଆଇ ପି ଏସ୍ ସ୍ତରରେ ବଦଳି ଘୋଷଣା ପରିପ୍ରେକ୍ଷୀରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଡ…

ରୁଢ଼ିଆ ସ୍ଥିତ ଜଳସେଚନ କାର୍ଯ୍ୟାଳୟ ପରିସରରେ ପାଣି ପଞ୍ଚାୟତ ପକ୍ଷ ପାଳିତ

Posted by - February 10, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ରୁଢ଼ିଆ ସ୍ଥିତ ଜଳସେଚନ କାର୍ଯ୍ୟାଳୟ ପରିସରରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ…

ମହେନ୍ଦ୍ର କରଙ୍କର ସ୍ମୃତିରେ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ

Posted by - August 12, 2021 0
ନୂଆଦିଲ୍ଲୀ/ ଭୁବନେଶ୍ୱର: ଆମେରିକାରେ ଅବସ୍ଥାପିତ ଲବ୍ଧପ୍ରତିଷ୍ଠ ଆର୍କିଟେକ୍ଟ ସ୍ୱର୍ଗତ ମହେନ୍ଦ୍ର କରଙ୍କର ସ୍ମୃତି ଚାରଣ ଉଦ୍ଦେଶ୍ୟରେ ନିକଟରେ ଏକ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି…

ଗ୍ରାମକୁ ନା ଅଛି ରାସ୍ତା ନା  ଅଛି ବଦ୍ୟୁତ , କିରୋସିନି ମିଳୁନଥିବାରୁ ସୂର୍ଯ୍ୟଅସ୍ତ ପୂର୍ବରୁ  ହେଉଛି ରାତ୍ରି ଭୋଜନ ,ଅଭିଯୋଗ ପରେ ବି ବିଭାଗ ପଦକ୍ଷେପ ଶୂନ

Posted by - August 11, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ ) ସରକାର ଗ୍ରାମାଞ୍ଚଳ ର ବିକାଶ କୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ରେ ଅର୍ଥ ଖର୍ଚ୍ଚ କରୁଛନ୍ତି l  ସରକାର ଙ୍କ ଏଭଳି…