ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ପୋଲିସ

31 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହରର ବଡବଜାର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଜଣକୁ ଗିରଫ କଲା ସୋନପୁର ପୋଲିସ । ଅଶ୍ଳିଳ ଭିଡ଼ିଓ ମାଧ୍ୟମରେ ବ୍ଲାକମେଳିଂ କରି ପ୍ରାୟ ୩ ଲକ୍ଷ ୭୮ ହଜାର ଶହେ ଟଙ୍କା ନେଇଥିଲା ଅଭିଯୁକ୍ତ ।

ତା ସହ ମହିଳାଙ୍କୁ ବ୍ଲାକମେଲିଂ କରି ଶାରୀରିକ ସମ୍ପର୍କ ରଖିବାକୁ କହିଥିଲା ନଚେତ୍ ଅଶ୍ଳିଳ ଭିଡ଼ିଓ ସାମାଜିକ ଗଣମାଧ୍ୟମ ରେ ଭାଇରାଲ୍ କରିବାକୁ ଧମକ ଦେଇଥିଲା । ଏନେଇ ମହିଳା ଜଣକ ନିଜ ସ୍ବାମୀଙ୍କୁ ଜଣାଇଥିଲେ । ତାଙ୍କ ସ୍ବାମୀ ମଧ୍ୟ ଭୟରେ ଅଭିଯୁକ୍ତଙ୍କୁ ବିଭିନ୍ନ କିସ୍ଥିରେ ଫୋନ୍ ପେ ମାଧ୍ୟମରେ ଟଙ୍କା ଦେଇଥିଲେ ।

ତେବେ ଗତକାଲି ପୀଡ଼ିତା ମହିଳା ଜଣକ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୋନପୁର ପୋଲିସ ଏନେଇ କେସ ନଂ ୨୦୨/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତକୁ ଟିଟିଲାଗଡରୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ଅଭିଯୁକ୍ତ ଜଣକ ହେଲେ ଛତିଶଗଡ ରାଜ୍ୟ ବାଗବରା ଥାନା ଅଞ୍ଚଳର ଯୋଗିନ୍ଦ୍ର ସୋନି ।

 

Related Post

ଭୋଟ ଗଣନାର ପ୍ରଥମ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତାଦର.ବସିବାକୁ ଚୌକିଟେ ଭି ନ ଥିଲା

Posted by - February 26, 2022 0
କେସିଙ୍ଗା:(ପୀତେଶ ପଟେଲ)ଆଜି ଭୋଟ ଗଣନାର ଆରମ୍ଭ ଦିନ ଥିଲା ।ଗଣମାଧ୍ୟମ ପ୍ରତିନିଧିଙ୍କ ବସିବା ପାଇ ଚୌକୀ ମଧ୍ଯ ନ ଥିଲା କିନ୍ତୁ ନିଜେ କେସିଙ୍ଗାର ନିର୍ବାଚନ ଅଫିସର…

ଉତ୍ତରାଞ୍ଚଳ କୁଲିସ ମେହେର ସମାଜ ର ମେଧାବୃତ୍ତି ଘୋଷଣା

Posted by - December 29, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ରେଙ୍ଗାଲି ବ୍ଲକ ପଣ୍ଡଲୋଇ ସ୍ଥିତ ଗୋପିରାମ ମେହେରଙ୍କ ବାସଭବନ ପରିସରରେ ଉତ୍ତରାଞ୍ଚଳ କୁଳିସ ମେହେର ସମାଜ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l…

ନୂତନ ସରପଞ୍ଚ ଜୟମଣି ଗଣ୍ଡ ଙ୍କ ଦାଇତ୍ୱ ଗ୍ରହଣ

Posted by - March 27, 2022 0
ନବରଂଗପୁର:(ବେଣୁ ଗୋପାଳ ରାଓ ) ଝରୀଗାଁ ବ୍ଲକ ରତାଖଣ୍ଡିଗୁଡା ଗ୍ରାମପଂଚାୟତ ର ନବ ନିର୍ବାଚିତ ସରପଞ୍ଚ, ନାଇବ ସରପଞ୍ଚ, ଏବଂ ସମସ୍ତ ୱାର୍ଡସଭ୍ୟ ତାଙ୍କ ସମର୍ଥକ ଙ୍କ…

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ମହିଳା ଦିବସ

Posted by - March 8, 2022 0
ବେଲଗୁଣ୍ଠା:(ଆଜି ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷା ଡ. ସଂଯୁକ୍ତା ପଣ୍ଡାଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ସଫା ହେଲା ଭାଲୁମୁଣ୍ଡା ସାହୁ ପଡା ଡ୍ରେନ

Posted by - May 11, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ସାହୁ ପଡା ଡ୍ରେନ ଦୀର୍ଘ ଦିନରୁ ଶୋଚନୀୟ ଅବସ୍ଥା ରେ ପଡିରହିଥିଲା । ଫଳରେ ଅଳ୍ପ ବର୍ଷା…