Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କଳା ବ୍ୟାଚ ପିନ୍ଧି ପ୍ରତିବାଦ, ୧୭ରେ ଆନ୍ଦୋଳନକୁ ଓହ୍ଲାଇବ ନର୍ସିଂ ସଂଘ

152 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ) ଆନ୍ଦୋଳନକୁ ଓହ୍ଲାଇବ ନର୍ସିଂ ସଂଘ ;୧୨ ଦଫା ଦାବି ପୂରଣ ନହେଲେ ଇଞ୍ଜେକ୍ସନ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ନର୍ସିଙ୍ଗ ସଂଘ । ଆସନ୍ତା ୧୭ ତାରିଖରେ ରୋଗୀ ସେବାରେ କୌଣସି ବ୍ୟାଘାତ ନକରି ଭୁବନେଶ୍ବରର ପିଏମଜି ଠାରେ ଆନ୍ଦୋଳନକୁ ଓଲ୍ହାଇବ ସଂଘ । ରାଜ୍ୟରେ ଥିବା ସମସ୍ତ ଜିଲ୍ଲା ସ୍ତରୀୟ ହସ୍ପିଟାଲ, ମେଡିକଲ କଲେଜ ହସ୍ପିଟାଲ, ସୁପର ସ୍ପେଶିଆଲଟି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସଂସ୍ଥାରେ କାର୍ଯ୍ୟ କରୁଥିବା ୧୨ ହଜାର ନର୍ସିଂ ଅଫିସର ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେବା ସହ ଗୁରୁବାର ଠାରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କହିଛନ୍ତି ।

ଦୀର୍ଘ ଦିନର ଦାବିକୁ ନେଇ ସରକାରଙ୍କ ନିକଟରେ ବାରମ୍ବାର ଅଗବତ କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ନର୍ସିଂ ସଂଘ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି । ବାରମ୍ବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଆଲୋଚନା ପରେ ମଧ୍ୟ କୌଣସି ସକାରାତ୍ମକ ନିଷ୍କର୍ଷ ବାହାରି ପାରି ନାହିଁ। ଅଭିଯୋଗ ଅନୁଯାଇ, ଦୀର୍ଘ ୩୦ ବର୍ଷ ଧରି କାର୍ଯ୍ୟ କରିବା ପରେ ମଧ୍ୟ କୌଣସି ପଦୋନ୍ନତି ପାଇପାରୁନାହାନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅନ୍ୟ ବିଭାଗର କର୍ମଚାରୀମାନଙ୍କ କ୍ଷେତ୍ରରେ ୪ ରୁ ୫ ଥର ପଦୋନ୍ନତି କରାଯାଉଛି । ଅନ୍ୟପଟେ ରାଜ୍ୟ ସରକାର ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରିଥିବା ବେଳେ ଏବେ ବି ଅନେକ ନର୍ସିଙ୍ଗ ଅଧିକାରୀ ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି ।

ଏପରି କି ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା କର୍ମଚାରୀ ମାନଙ୍କର ୬ ବର୍ଷର ଠିକା ଅବଧିକୁ ମୂଳ ଚାକିରିରେ ଗଣନା କରାଯାଉ ନାହିଁ । ସେମିତି ରାଜ୍ୟର ଅନେକ ଜାଗାରେ ନର୍ସିଂ ଅଧିକାରୀ ପଦବୀ ଖାଲି ପଡ଼ିଥିବା ବେଳେ ଓଡ଼ିଶା ସବ୍ ଅଡିନେଟ ଷ୍ଟାଫ ସିଲେକ୍ସନ ଦ୍ଵାରା ୨୦୨୧ ମସିହାରେ ନିଯୁକ୍ତି ପାଇବା ପରେ ବିନା କିଛି ମତାମତ ନେଇ ସିଧlସଳଖ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ (CHO) ମାଧ୍ୟମରେ ତାଙ୍କୁ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ହୋଇଥିବା ଡେପୁଟେଶନକୁ ରଦ୍ଧ କରି ପୁଣିଥରେ ନର୍ସିଂ ଅଫିସର ହେବାକୁ ଇଛୁକ ଥିବା କର୍ମଚାରୀଙ୍କୁ ନିଜ ଜାଗାକୁ ଫେରାଇ ଆଣିବାକୁ ଦାବି କରିଛନ୍ତି।

ସରକାର ଯଦିଓ ଓଡିଶାରେ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ କ୍ଷେତ୍ରରେ ଏମ୍ସା ନିୟମ ଲାଗୁ କରିଛନ୍ତି । କିନ୍ତୁ କେବଳ ଅବହେଳା ଯୋଗୁଁ ହଜାର ହଜାର ସ୍ୱାସ୍ଥ୍ୟ କର୍ମଚାରିମାନେ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ତେଣୁ ସରକାରଙ୍କର ଏଭଳି ବୈମାତୃକ ନୀତି ପାଇଁ ଓଡିଶା ନର୍ସି॰ କର୍ମଚାରୀ ସଂଘ ପକ୍ଷରୁ ଆସନ୍ତା ୧୭ ତାରିଖରେ ଆନ୍ଦୋଳନ କରିବାପାଇଁ ନିଷ୍ପତ୍ତି ନେଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ସରକାର ଦାବି ଗୁଡିକୁ ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ସାରା ରାଜ୍ୟରେ ଇଞ୍ଜେକ୍ସନ ବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Related Post

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଆଇଏଏସ ଯୋଡି

Posted by - February 23, 2023 0
ଭୁବନେଶ୍ବର/ବଲାଙ୍ଗିର : ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ବିବାହ କରିବାକୁ ଯାଉଛନ୍ତି ।  ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଖୁବଶୀଘ୍ର…

ଘର ଭିତରୁ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Posted by - December 5, 2019 97
ଭୁବନେଶ୍ବର ୦୫।୧୨: ଘର ଭିତରୁ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୁବନେଶ୍ୱର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର MIG-51 କ୍ବାଟରରୁ ମୃତ ଦେହ…

ହରିଣ ଙ୍କୁ ଖାଦ୍ୟ ଯୋଗାଇ ପାଞ୍ଚମାସ ହେଲା ପାଉଣା ପାଇ ନାହାଁନ୍ତି ଶ୍ରମିକ

Posted by - December 14, 2021 0
ପାଟଣାଗଡ଼: (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ହରିଶଙ୍କର ଠାରେ ଥିବା ହରିଣ ପାର୍କରେ ହରିଣକୁ ଖାଦ୍ୟ…

ସିକ୍ୟୁରିଟୀ ଗାର୍ଡ ନିଯୁକ୍ତିରେ ଠକାମୀ

Posted by - December 13, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସାରା ଦେଶରେ ବେକାରୀ ସସମ୍ୟା ବଢି ଚାଲିଥିବା ବେଳେ ଚାକିରୀ ଟିଏ ପାଇଁ ଅନେକ ଯୁବକ ଯୁବତୀ ଠକାମୀର ଶୀକାର ହେଉଛନ୍ତି । ଏମିତିକି…