ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ)ଦେଶ ସ୍ଵାଧୀନ କୁ ୭୭ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଆଜି ବି ଜାତୀୟ ରାଜପଥ ଖାଳଖମା ରେ ଭର୍ତ୍ତି।
ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ରେ ଏକ ଖାଲ ହେଇଥିବା ଦେଖିବାକୁ ମିଳିଛି। ସେହି ଜାଗାରେ ବାରମ୍ବାର ଖାଲ ହେଉଥିଲେ ମଧ୍ଯ ଖାଲି ପ୍ୟାଚ ପକାଇ କାମ ଚଳାଉଛି ବିଭାଗୀୟ କର୍ତ୍ତୃପକ୍ଷ।
ଫଳରେ ବିଭିନ୍ନ ସମୟରେ ବିଭିନ୍ନ ଗାଡି ଦୁର୍ଘଟଣା ର ଶିକାର ହେଉଛନ୍ତି। ସେହି ଖାଳଖମା କୁ ଦେଖି ସ୍ତାନୀୟ ଲୋକେ ବାରମ୍ବାର କ୍ଷୋଭ ପ୍ରକାଶ କରୁଛନ୍ତି। ଏହାର ସ୍ଥାୟୀ ମରାମତି ପାଇଁ ସ୍ତାନୀୟ ବାସିନ୍ଦା ଦାବି କରିଛନ୍ତି। ତେବେ ବିଭାଗୀୟ କତୃପକ୍ଷ ଏହାର ସ୍ଥାୟୀ ସମାଧାନ କରୁଛନ୍ତି ନା ପୁନର୍ବାର ଏକ ପ୍ୟାଚ ପକାଇ ଦାୟିତ୍ଵ ସାରିଦେଉଛନ୍ତି ତାହାକୁ ଅପେକ୍ଷା।