Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଟ୍ରାଫିକ ନିୟନ୍ତ୍ରଣ ପାଇଁ ଉପଜିଲ୍ଲାପାଳଙ୍କୁ ଫେରାଦ ହେଲା ସିନ୍ଧେକେଲା ବଣିକ ସଂଘ

35 0

କଣ୍ଟାବାଞ୍ଜି ବ୍ୟୁରୋ :(ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ମୁଖ୍ଯ ରାସ୍ତା ସଂକୀର୍ଣ୍ଣ ହୋଇ ପଡିଥିବାରୁ ଅଧିକାଂଶ ସମୟ ଟ୍ରାଫିକ ଜାମ ରହିଥାଏ। ଆଗକୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପର୍ବ ଥିବାରୁ ଏହି ସମସ୍ୟା ଜଟିଳ ହେବା ଆଶଙ୍କା ରହିଛି। ତେଣୁ ଏହାର ନିୟନ୍ତ୍ରଣ ପାଇଁ ସ୍ଥାନିୟ ବଣିକସଙ୍ଘ ଉପଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ହୋଇଛି।

ସେପ୍ଟେମ୍ବର ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ (୧୦ ଦିନ) ସକାଳ ୮ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ କରିବା ପାଇଁ ଆଦେଶ ଦେବାକୁ ଟିଟିଲାଗଡ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଙ୍କୁ ସଂଘ ଭେଟି ଦାବିପତ୍ର ପ୍ରଦାନ କରିଛି। ଦାବିପତ୍ର ପ୍ରଦାନ ସମୟରେ ସଂଘ ସଭାପତି ସୁବାଷ ଜୈନ, ସମ୍ପାଦକ ସନ୍ତୋଷ ଜୈନ, ସହ ସମ୍ପାଦକ ଅନିଲ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଯୋଗ୍ଯ ବିଗତ ବର୍ଷ ମାନଙ୍କରେ ନୁଆଖାଇ ସମୟରେ ସିନ୍ଧେକେଲା ମୁଖ୍ଯ ରାସ୍ତାର ଟିଟିଲାଗଡ ପଟ, କଣ୍ଟାବାଞ୍ଜି ପଟ ,କଳାହାଣ୍ଡି ଓ ନୁଆପଡା ଜିଲ୍ଲା ପଟରୁ ଆସୁଥିବା ଭାରିଯାନ ମାନଙ୍କ ପାଇଁ ସିନ୍ଧେକେଲା ରାଧାକୃଷ୍ଣ ମନ୍ଦିର ନିକଟରୁ ସିନ୍ଧେକେଲା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଉଭୟ ଟିଟିଲାଗଡ ଓ କଣ୍ଟାବାଞ୍ଜି ରାସ୍ତା ସମ୍ପୁର୍ଣ୍ଣ ଟ୍ରାଫିକ ଜାମ ହୋଇଯିବା ଦ୍ବାରା ପ୍ରାୟ ଦୁଇ ରୁ ତିନିଘଣ୍ଟା ଧରି ଲୋକେ ବେଶ ହଇରାଣ ହରକତ ହୋଇଥିଲେ। ଏଥିପାଇଁ ବ୍ୟବସାୟୀ, ଗ୍ରାହକ, ଛାତ୍ର ଛାତ୍ରୀ, ରୋଗୀ ଓ ଯାତାୟତ କାରୀ ବେଶ ହନ୍ତସନ୍ତ ହୋଇଥିଲେ। ପରେ ସିନ୍ଧେକେଲା ପୋଲିସ, ସରପଞ୍ଚ, ସାମ୍ବାଦିକ ଅନିଲ କୁମାର ତ୍ରିପାଠୀ ଓ ଯୁବଗୋଷ୍ଠୀ ବହୁ ସମୟର କସରତ ପରେ ଟ୍ରାଫିକ ନିୟନ୍ତ୍ରଣ ହୋଇଥିଲା।

Related Post

ବସ୍ତା ବ୍ଲକ ବରୁଣ ଗଡିଆ ପଞ୍ଚାୟତ ଓ ବ୍ରାହ୍ମଣଦା ପଞ୍ଚାୟତରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

Posted by - December 1, 2021 0
ବସ୍ତା :ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଡ ବଣ୍ଟନ ବସ୍ତା ବ୍ଲକ ବରୁଣ ଗଡିଆ ପଞ୍ଚାୟତ ଓ ବ୍ରାହ୍ମଣଦା ପଞ୍ଚାୟତ ରେ ମୁଖ୍ୟ ଅତିଥି ଭାବେ ବସ୍ତା ବିଧାୟକ…

ବିଧାୟକଙ୍କ ଦ୍ୱାରା ବେଲଗୁଣ୍ଠାରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ

Posted by - May 26, 2022 0
ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା) ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ କରିଛନ୍ତି I ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ…

୫ମ ଦିନରେ ୭ଜଣ ବିଧାୟକ ପ୍ରାର୍ଥୀ ଓ ୨ଜଣ ଯାଜପୁର ଲୋକସଭା ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ ।

Posted by - April 6, 2019 43
ଯାଜପୁର:୬/୪(ଆନନ୍ଦ ଚନ୍ଦ୍ର ସାହୁ) ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଜିଲାର ଗୋଟିଏ ଲୋକସଭା ଓ ୭ଟି ବିଧାନସଭା ନିର୍ବାଚନ ନିମନ୍ତେ…

ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Posted by - October 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିଂଝାରପୁର ବ୍ଲକ କାର୍ଯ୍ୟଳୟରେ  ଥିବା ସମ୍ମିଳନୀ କକ୍ଷରେ ମନରେଗା, ଜାତୀୟ ସାମାଜିକ ସହାୟତା ଓ ପଞ୍ଚଦଶ ଅର୍ଥ ଆୟୋଗର ବ୍ଲକ ସ୍ତରୀୟ…

ବୌଦ୍ଧରେ ହସ୍ତତନ୍ତ ବଜାର ପାଇଁ ଜିଲ୍ଲାପାଳ ଆଗ୍ରହୀ

Posted by - September 28, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧରେ ହସ୍ତତନ୍ତ ଓ ସମ୍ବଲପୁରୀ ଶାଢ଼ୀର ବଜାର ଖୋଲିବାକୁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହାକୁ…