ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗତ ଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଏକାଦଶ ଦିବସରେ ରେ ଆଜି ଧର୍ମଗଡ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଳା ସଭାପତି, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଧର୍ମଗଡ ବିଧାୟକ ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଙ୍କ ନେତୃତ୍ୱରେ ପ୍ରତୀକ ସମର୍ଥନ ପ୍ରଦର୍ଶନ କରାଯାଇଛି।
ଜିଲ୍ଳା ନ୍ୟାର୍ଯ୍ୟ ଦାବୀ ର ଏହି ଧାରଣାରେ ଧର୍ମଗଡ ବିଜୁ ଜନତା ଦଳର ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ପ୍ରାକ୍ତନ ଏନ ଏ ସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ, ଏନ୍ ଏ ସି ଉପାଧ୍ୟକ୍ଷା ଶ୍ରୀମତୀ ମନିଶା ମିଶ୍ର, ସହ ସଂପାଦକ ଶ୍ରୀ ଗୌର ଚନ୍ଦ୍ର ଛତ୍ରିଆ, ବରିଷ୍ଠ ସଦସ୍ୟ ବିବେକ ରଞ୍ଜନ ମିଶ୍ର, ସରକାରୀ ଓକିଲ ରାଜେନ୍ଦ୍ର ମୁନି, ଅଜିତ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଜିଲ୍ଲା ଗଠନ ଦାବୀ କୁ ଜୋରଦାର କରିବା ପାଇଁ ମତ ପ୍ରଦାନ କରିଥିଲେ। କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ ସଭା ପରିଚାଳନା କରିଥଲେ।