ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ସୂର୍ଯ୍ୟ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ

43 0

ନୂଆଦିଲ୍ଲୀ/ଭୁବନେଶ୍ୱର:ୱାର୍ଲଡ୍ ଓଡ଼ିଶା ସୋସାଇଟି(ୱାଓସୋ) ପକ୍ଷରୁ ଏହାର ମୁଖ୍ୟ ପୃଷ୍ଠପୋଷକ ତଥା ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଆଭାସି ମଞ୍ଚରେ ଆୟୋଜିତ ଏକ ଶୋକ ସଭାରେ ଯୋଗଦେଇ ପ୍ରବାସୀ ଓଡ଼ିଆ ନେତୃବର୍ଗମାନେ, ଡଃ ପାତ୍ରଙ୍କର ନିଧନରେ ବିଶ୍ଵଭରି ଓଡ଼ିଆ ସମ୍ପ୍ରଦାୟ ଗଭୀର ଭାବେ ମର୍ମାହତ ହୋଇଥିବା ପ୍ରକାଶ କରିଥିଲେ। ଓଡ଼ିଶାର କଳା, ସଂସ୍କୃତି ଏବଂ ଐତିହ୍ୟକୁ ସାରା ଦୁନିଆରେ ପ୍ରଚାର ପ୍ରସାର କରିବାରେ ଡଃ ପାତ୍ରଙ୍କର ବଳିଷ୍ଠ ଯୋଗଦାନ ରହିଥିବାକୁ ସ୍ମରଣ କରି ବିଶିଷ୍ଟ ବକ୍ତାମାନେ ତାଙ୍କର ସ୍ମୃତି ପ୍ରତି ଉତ୍ସ୍ୱସିତ ଶ୍ରଦ୍ଧା ନିବେଦନ କରିଥିଲେ।

ଡଃ ପାତ୍ରଙ୍କର ବିୟୋଗ ସମ୍ବାଦ ସାରା ପୃଥିବୀର ୱାଓସୋର ସଦସ୍ୟ ଓ ଶୁଭେଚ୍ଛୁମାନଙ୍କୁ ଦାରୁଣ ଦୁଃଖ ଦେଇଥିବା ସେମାନେ ଅବତାରଣା କରିଥିଲେ।
ଆଭାସୀ ସମାବେଶକୁ ସମ୍ବୋଧାନ କରି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଡଃ ସୂର୍ଯ୍ୟ ନାରାୟଣ ପାତ୍ର ୱାଓସୋ ପାଇଁ ପିତୃପ୍ରତିମ ଥିଲେ ବୋଲି ଉଲ୍ଲେଖ କରିଥିଲେ। ଏହି ବୈଶ୍ଵିକ ସଂସ୍ଥାର ପ୍ରତିଷ୍ଠା ଏବଂ ଏହାର ପରିବର୍ଦ୍ଧନ କ୍ଷେତ୍ରରେ ଡଃ ପାତ୍ରଙ୍କର ବ୍ୟାପକ ଯୋଗଦାନ ରହିଥିବା ଶ୍ରୀ ଦ୍ଵିବେଦୀ ସୂଚାଇ ଥିଲେ। ୱାଓସୋର ଇତିହାସରେ ଡଃ ପାତ୍ରଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ଶ୍ରୀ ଦ୍ଵିବେଦୀ ଦର୍ଶାଇଥିଲେ। ବୈଠକରେ ଆବୁଧାବିରେ ଅବସ୍ଥାପିତ ୱାଓସୋର ପ୍ରେସିଡିୟମ ସଦସ୍ୟ ପ୍ରଦୀପ କୁମାର ରଥ ଆଗତ କରିଥିବା ଏକ ଶୋକ ପ୍ରସ୍ତାବ ପାରିତ ହୋଇଥିଲା।

ଏହି ପ୍ରସ୍ତାବରେ ଡଃ ପାତ୍ର ପୃଥିବୀ ସାରା ପ୍ରବାସୀ ଓଡ଼ିଆ ମାନଙ୍କର ଜଣେ ଘନିଷ୍ଠ ଶୁଭଚିନ୍ତକ ଓ ବରିଷ୍ଠ ମୂରବୀ ସଦୃଶ ଥିଲେ ବୋଲି ଦର୍ଶାଯାଇ ତାଙ୍କର ପରଲୋକରେ ଏନଆରଓ ମହଲରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଥିବା ଉଲ୍ଲେଖ କରାଯାଇଛି। ଡଃ ପାତ୍ର ଓଡ଼ିଶାର ଆକାଶରେ ଜଣେ ଉଜ୍ଜ୍ବଳ ତାରକା ଥିଲେ ବୋଲି ଉଲ୍ଲେଖ କରି ୱାଓସୋର ପ୍ରତିଷ୍ଠାତ୍ରୀ ଡଃ ଅରୁନ୍ଧତୀ ଦେବୀ, ତାଙ୍କର ପ୍ରସ୍ଥାନରେ ଏହି ତାରକା ଅସ୍ତମିତ ହୋଇଯାଇଥିବା ସୂଚାଇଥିଲେ। ୱାଓସୋ ର ଗଠନ ସମୟରେ କରୋନା ସଙ୍କଟକୁ ଭ୍ରୁକ୍ଷେପ ନକରି ଏହାର ପ୍ରଥମ ସଦସ୍ୟ ଡଃ ପାତ୍ର ଯେଭଳି ଆଯାଚିତ ସାହାଯ୍ୟ ଓ ଅକୁଣ୍ଠ ସହଯୋଗ ଯୋଗାଇ ଦେଇଥିଲେ, ସେଥିପାଇଁ ଏହି ସଂସ୍ଥା ଚୀରକାଳ ପାଇଁ ତାଙ୍କ ନିକଟରେ କୃତଜ୍ଞ ହୋଇ ରହିବ ବୋଲି ଡଃ ଦେବୀ କହିଥିଲେ।

ବିଶ୍ଵର କୋଣ ଅନୁକୋଣରୁ ଡିଜିଟାଲ ଜରିଆରେ ଏହି ଶୋକସଭାରେ ଯୋଗ ଦେଇଥିବା ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଧୀରେନ୍ଦ୍ର କର, କୃପାନିଧି ବିଶ୍ଵାଳ, ସୁଧୀର କୁମାର ଦାଶ, ଶିବ ରଞ୍ଜନ ବିଶ୍ଵାଳ, ଅକ୍ଷୟ ମହାନ୍ତି, ଦେବେନ୍ଦ୍ର ମାଝୀ, ଜୀତେନ୍ଦ୍ର କୁମାର ନାୟକ, ଡଃ ବଦ୍ରି ମହାପାତ୍ର, ଡଃ ଚିଦାତ୍ମିକା ଖଟୁଆ, ଡଃ ରବି ନାରାୟଣ ବେହେରା, ଡଃ ସୀତାଂଶୁ ଶେଖର ନନ୍ଦ, ଉମାକାନ୍ତ ଜେନା, ପୀତାମ୍ବର ବାରିକ, ରୀତା ପାତ୍ର, କାବେରୀ ବେହେରା, ସତ୍ୟ ମହାନ୍ତି, ବିଶ୍ଵ ରଞ୍ଜନ ସାହୁ, ଜ୍ଞାନ ପ୍ରକାଶ ଜେନା ଓ ନନ୍ଦନ ଦ୍ଵିବେଦୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ଶେଷରେ ୱାଓସୋର ବ୍ୟଞ୍ଜନ ବିଭାଗର ସହ ସାଧାରଣ ସମ୍ପାଦକ ପୁଷ୍ପାଞ୍ଜଳି ବାରିକ, ଡଃ ପାତ୍ରଙ୍କର ଅମର ଆତ୍ମା ପ୍ରତି ସାଙ୍ଗୀତିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କେତେକ ସୁମଧୁର ଓ ସୁଲଳିତ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ।

Related Post

ଓଡିଶା ରେ ଏଥର ବେଶୀ ପଦ୍ମ ଫୁଟିବ: ନରେନ୍ଦ୍ର ମୋଦୀ

Posted by - April 6, 2019 153
ସୁନ୍ଦରଗଡ଼ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଆଜି ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦୀ ସୁନ୍ଦରଗଡ଼ର ରୁପିଢ଼ିହି ଛତାବର ପଡ଼ିଆରେ ଏକ ସାଧାରଣ ସଭାରେ ଉଦବୋଧନ…

ଭାରତର ବୀରପୁତ୍ର CDS ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟଣା,ଖରାପ ପାଗ ଯୋଗୁଁ ଗଛରେ ପିଟି ହେବାପରେ ଜଳି ଯାଇଥିଲା

Posted by - December 9, 2021 0
ଭୁବନେଶ୍ବର:( ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସମଗ୍ର ଭାରତ ବର୍ଷ ଆଜି ସ୍ତବ୍ଧ ଚକିତ।ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର MI-17 V5 ଦୁର୍ଘଟଣା ଯୋଗୁଁ ନିଜର ଏକ ସୁଯୋଗ୍ୟ…

ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ରଣନୀତିକ ଆଲୋଚନା

Posted by - March 21, 2021 0
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିୟୋଡ ଅଷ୍ଟିନଙ୍କ ମଧ୍ୟରେ ଶନିବାର ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି ।…

ବିସ୍ମୟ ସ୍ରୁଷ୍ଟି କଲା ହିମାଳୟ ଗ୍ଲାସିଅର୍, ଅଚାନକ ପରିବର୍ତ୍ତନ କଲା ମାର୍ଗ

Posted by - December 20, 2021 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଆଧୁନିକ ଯୁଗର ବିକାଶ ପାଇଁ ବିପର୍ଯ୍ଯସ୍ତ ହୋଇପଡ଼ିଛି ବିଶ୍ଵ ପରିବେଶ। ଦିନ ପ୍ରତିଦିନ ଏହାର ପ୍ରତିକୂଳ ପ୍ରଭାବ ମଣିଷ ଓ ଜୀବଜନ୍ତୁ ସମେତ ଉଭୟ…