ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ସୁରୁଣ୍ଡି ଗ୍ରlମରେ ଜଙ୍ଗଲ ଜମି ରେ ଦେଖିବାକୁ ମିଳିଛି ଠିକାଦାର ମାଲାମାଲ ଘଟଣା। ଜଗନ୍ନାଥ ସଡ଼କ RD ରାସ୍ତା ଠାରୁ ମହାନଦୀ କୁ ଯାଇଥିବା ରାସ୍ତା ର ଉଭୟ ପାର୍ଶ୍ଵ ରେ ଥିବା ଜଙ୍ଗଲ ଜମି ମାଟି ଖୋଲା ହୋଇଥିବା ଦେଖିବାକୁ ମିଳୁଛି । ଘଟଣାଟି ଗ୍ରାମବାସୀ ଙ୍କୁ ଚକିତ କରିଵା ସହ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୁଚନା ମତେ ଶରତ ବେହେରା ନାମକ ଜଣେ ବାଲି ବ୍ୟବସାୟୀ ଗତ ଦୁଇ ବର୍ଷ ପୂର୍ବେ ସୁରୁଣ୍ଡି ବାଲି ଘାଟ କୁ ନିଲାମ ନେଇଛନ୍ତି । ବର୍ତମାନ ଉକ୍ତ ବାଲି ଘାଟରୁ ପଡ଼ୋଶୀ କନ୍ଧମାଳ ଜିଲ୍ଲା କୁ ମଧ୍ଯ ବାଲି ଚାଲାଣ ହୋଇଛି । ଉକ୍ତ ବାଲି ଘାଟ କୁ ରାସ୍ତା କରିବା ପାଇଁ ଠିକାଦାର ନିଜ ମୁତାବକ ର ଉଭୟ ପାର୍ଶ୍ଵର ଜଙ୍ଗଲ ଜମି ଖୋଲି ରାସ୍ତା ତିଆରି କରିବା ଓ ଚାରିପଟେ ଥିବା ଗୋଚର ଜମିରେ ବାଲି ଆଣି ଗୋଦାମ କରିଵା ସ୍ଥାନୀୟ ଗ୍ରାମବାସୀ ଙ୍କୁ ଚକିତ କରିଛି ।
ଯାହା ଫଳରେ ଗ୍ରାମ ର ଗାଈ ଗୋରୁ ଚରିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଵା ସହ ସରକାରୀ ଜାଗାରୁ କାହା ଅନୁମତିରେ ମାଟି ଖୋଳିଥିବା ଗ୍ରାମବାସୀଙ୍କୁ ପ୍ରଶ୍ନ ବାଚୀ ସୃଷ୍ଟି କରିଛି!ଅନ୍ୟ ପଟେ ରାସ୍ତା ର ଉଭୟ ପାର୍ଶ୍ଵ ର ମାଟି ଖୋଲିବା ଦ୍ଵାରା ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହେବାର ଖବର ମଧ୍ୟ ସାମ୍ନା କୁ ଆସିଛି। ଏପରି ମୃତ୍ତିକା ଖନନ କରି ଜଙ୍ଗଲ ନଷ୍ଟ କରିବା, ଗୋଚର ଜମିରେ ବାଲି ଗଦା କରି ରଖିବା, ବେଧଡକ ବାଲି ଚାଲାଣ କରିବା ଇତ୍ୟାଦି କାର୍ଯ୍ଯ ସବୁ କାହା ସ୍ବାର୍ଥ ରେ ହେଉଛି, ତାହା ସାଧାରଣ ଜନତା ଙ୍କ ମଧ୍ୟରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ସ୍ଥାନୀୟ ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେବା ସହ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଗ୍ରାମବାସୀ ଙ୍କ ଦାବୀ ହେଉଛି।