ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ର ପ୍ରତିନିଧି ମଣ୍ଡଳୀ ମହୁଲବାହାଲି ଗ୍ରାମ କୁ ଗସ୍ତ

26 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ବରେ ଅଗ୍ରଣୀ ସାମାଜିକ ସଂଗଠନ ପକ୍ଷରୁ କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଅନ୍ତର୍ଗତ ମହୁଲବାହାଲି ଗ୍ରାମରେ ସବର୍ଣ୍ଣଙ୍କ ଦ୍ଵାରା ଅସବର୍ଣ୍ଣ ମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ର ସତ୍ୟାସତ୍ୟ ତଦନ୍ତ ପାଇଁ ଏକ ପ୍ରତିନିଧି ମଣ୍ଡଳୀ ଗସ୍ତ କରିଥିଲା । ଅସବର୍ଣ୍ଣ ମାନଙ୍କ ସମସ୍ତ ଘାର ଦ୍ୱାର , ଆସବାବପତ୍ର , ପିଲାମାନଙ୍କ ଶିକ୍ଷାଗତ ପ୍ରମାଣପତ୍ର , ଧନ ସଂପତ୍ତି , ସୁନା ଅଳଙ୍କାର , ସଂପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଥିବା ବେଳେ ପ୍ରାୟ 50 ଜଣଙ୍କୁ ଅମାନୁଷିକ ଭାବରେ ଆକ୍ରମଣ କରି ଗାଁ ରୁ ଘଉଡାଇ ଦେଇଛନ୍ତି ।

ଏହି ପ୍ରତିନିଧି ଦଳ ବିଭିନ୍ନ ଜାଗାରେ ବହୁତ କଷ୍ଟରେ ଆଶ୍ରୟ ନେଇଥିବା ସମସ୍ତ ପୀଡ଼ିତ ସଦସ୍ୟ ଙ୍କୁ ଭେଟିବା ପରେ ସନ୍ଧ୍ୟାରେ ମନମୁଣ୍ଡା ଥାନା ଅଧିକାରୀ ଙ୍କୁ ସାକ୍ଷାତ କରି ପ୍ରାୟ ୨୦  ଜଣରୁ ଅଧିକ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଥିଲା ।

ଏହି ପ୍ରତିନିଧି ମଣ୍ଡଳୀ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ମକରଧ୍ବଜ ମହାନନ୍ଦିଆ , ବସନ୍ତ କୁମାର ଖୁରା, ଦଶରଥ ବେହେରା , ସହକାରୀ ସାଧାରଣ ସମ୍ପାଦକ କହ୍ନେଇଁ ବାଦି , କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ , ସଂଗଠନ ସମ୍ପାଦକ ଦେବଦତ୍ତ ସାଗର , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମହାଦେବ କଲତା , ଜୟରାମ ହରିପାଲ , ପ୍ରଜାପତି ଭବସାଗର , ପୁରୁଷୋତ୍ତମ ବାଘ , କୃପାସିନ୍ଧୁ ସୁନା , ମନମୁଣ୍ଡା ପଞ୍ଚାୟତ ସଭାପତି ପୂର୍ଣ୍ଣଚନ୍ଦ୍ର ଗେଜ , ବିଲାସପୁର ପଞ୍ଚାୟତ ସଭାପତି ଲାଲଚି କୁମ୍ଭାର , ଶଗଡା ପଞ୍ଚାୟତ ସଭାପତି ବିନୋଦ ବିଭାର , ଖଟଖଟିଆ ପଞ୍ଚାୟତ ଉପ ସଭାପତି କୃଷ୍ଣଚନ୍ଦ୍ର କୁମ୍ଭାର , ଅଇଁଲାପାଲି ପଞ୍ଚାୟତ ସଭାପତି ଜଗବନ୍ଧୁ ବାଦୀ , ଗୁଡ଼ଭେଲିପଦର ପଞ୍ଚାୟତ ଉପ ସଭାପତି ଶ୍ରୀଧର କୁମ୍ଭାର ପ୍ରମୁଖ ସାମିଲ ଥିଲେ ।

Related Post

ଆଉ ଶୁଣିବାକୁ ମିଳିବ ନାହିଁ ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ ସ୍ବର

Posted by - February 3, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ପଶ୍ଚିମ ଓଡିଶା ର ପ୍ରସିଦ୍ଧ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ କଣ୍ଠରୁ ଆଉ ଶୁଣିବାକୁ ମିଳିବ ନାହିଁ ଉଜଲମତି ରାଧା ମାଇଁ ତ ପରି ହୃଦୟ…

ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଅସହାୟ ଶିଶୁର ନିଆରା ଅର୍ଣ୍ଣପ୍ରାସନ୍ନ ଉତ୍ସବ

Posted by - November 13, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ମାତୄହିନ ଶିଶୁପୁତ୍ରକୁ ନିଜ ପରିବାର ର ଜଣେ ସଭ୍ୟ ଭାବରେ ମନେ କରି ପାଳନ କରାଗଲା ନିଆରା ଅର୍ଣ୍ଣପ୍ରାସନ୍ନ ଉତ୍ସବ ।…

ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁଦିବସ ପାଳିତ,

Posted by - September 9, 2019 513
କେନ୍ଦୁଝର,୫/୯ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚ଼ାର୍ଯ୍ୟ ଶ୍ରୀଯୁକ୍ତ ଡ଼ମ୍ବରୁଧର ମହାନ୍ତ ଙ୍କ ଅଧ୍ୟକ୍ଷତାରେ ପବିତ୍ର ଗୁରୁଦିବସ ଉତ୍ସବ ଖୁବ ସୁନ୍ଦର ଭାବରେ ପାଳିତ…

ଗ୍ରାମ ମହିଳା ମାନଙ୍କ ପ୍ରଚେଷ୍ଟାରେ ମହାଶିବରାତ୍ରି ପାଳିତ

Posted by - March 1, 2022 0
ମାଲକାନଗିରି:(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ସ୍ତିତ ଝାଡେଶ୍ୱର ମନ୍ଦିର ପ୍ରା°ଗଣରେ ମହାଶିବରାତ୍ରି ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏଇ ଥରର ବିଷେଶ୍ୱତ ହେଉଛି ଗ୍ରାମ ମହିଳା ମାନଙ୍କ ପ୍ରଚେଷ୍ଟାରେ…