ଆମପାଣି ପଞ୍ଚାୟତ,କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଳିଗୁଡ଼ା ଓ ମହିମା ରାଜସ୍ୱ ଗ୍ରାମ କୁ ମରୁଡି ଘୋଷଣା କରିବା ପାଇଁ ଦାବିପତ୍ର ପ୍ରଦାନ

31 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)କୋକସରା ବ୍ଲକ ରେ ଉତ୍କଟ ରୂପ ନେଇଛି ମରୁଡି ସମସ୍ୟା, ବ୍ଲକ ରେ ଚଳିତ ବର୍ଷ ସ୍ଵଳ୍ପ ବୃଷ୍ଟିପାତ କାରଣ ରୁ ଅନେକ ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ସ୍ଥିତି ଦେଖାଦେଇଛି। ସୋମବାର ବ୍ଲକ ର ୨୨ ପଂଚାୟତ ର ଚାଷୀ ମାନେ ଏକତ୍ରିତ ହୋଇ ସଚେତନ କୃଷକ ମଞ୍ଚ ର ଆବାହକ ଚାଷୀନେତା ଶିଵ ପ୍ରସାଦ ପ୍ରଧାନୀ ଙ୍କ ନେତୃତ୍ୱରେ ତହସିଲ କାର୍ଯ୍ୟାଳୟ ଘେରାଉ କରି ରାଜ୍ୟ ସରକାରଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଥିବା ବେଳେ ବ୍ଲକ ର ଆମପାଣି ପଂଚାୟତ ର କନ୍ଦାଗଡ଼,ବିରିମୁହାଣ, କୂଟୁରୁ, ନୂଆଗାଁ,ପାତ୍ରବସା ଓ କନ୍ଦାବୁଟ୍ରା ପଂଚାୟତ ଘୁର୍ଳିଗୁଡ଼ା ଓ ମହିମା ରାଜସ୍ୱ ଗ୍ରାମ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି ରେ ଚାଷୀମାନେ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଙ୍କୁ ଭେଟି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ଗଜା ମରୁଡି ସହ ଅନେକ କ୍ଷେତ ରେ ରୁଆ ବେଉଷଣ ହୋଇ ପାରିନଥିବା ଯୋଗୁଁ ଚାଷି ମାନଙ୍କ ମଧ୍ୟରେ ନିରାଶଜନକ ସ୍ଥିତି ଦେଖିବାକୁ ମିଳିଛି l

ବ୍ଲକରେ ଧାନ ଚାଷ ପାଇଁ ୧୯୫୩୦ ହେକ୍ଟର ଚାଷ ଜମି ରୁ ୬୫୮୫ ହେକ୍ଟର ରେ ବୁଣା ଓ ୧୧୯୨୦ ହେକ୍ଟର ରେ ରୁଆ କାର୍ଯ୍ୟ ହୋଇ ଥିବାବେଳେ ଅବଶିଷ୍ଟ ଜମିରେ ଚାଷ କାର୍ଯ୍ୟ ମଧ୍ୟ ହୋଇନାହିଁ । ଗତବର୍ଷ ଅଗଷ୍ଟ ଶେଷରେ ୩୫୭ ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ୧୮୧ ମିମି ବର୍ଷା ହୋଇ ଥିବା ବେଳେ ଗତବର୍ଷ ତୁଳନାରେ ୧୭୬ ମିମି କମ ବର୍ଷା ହୋଇଥିବା କୃଷି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି l

ଦାବିପତ୍ର ପ୍ରଦାନ ସମୟରେ କନ୍ଦାବୁଟ୍ରା ସରପଞ୍ଚ କୁରୁକ୍ଷେତ୍ର ବେହେରା, ପବିତ୍ର ବେହେରା ଲମ୍ବୁଧର ବେହେରା,ରୋମାଞ୍ଚଳ ନାଏକ,କ୍ଷେତ୍ର ମୋହନ ବାଣୁଆ ହୁସିଆରି ବେହେରା, ଆମପାଣି ପଞ୍ଚାୟତ ରୁ ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ,ତାପସ ରଞ୍ଜନ ରାୟ,ଟିକିଚନ୍ଦ୍ର ଧ. ମାଝୀ, ଗଗନ ବିହାରୀ ମାଝୀ, ଋଷିମଣି ମାଝୀ, ନକୁଳ ବାଣୁଆ,ପଦ୍ମଲୋଚନ ମାଝୀ, ତପନ ମାଝୀ ଓ ମହିମା ରାଜସ୍ୱ ଗ୍ରାମ ରୁ ସରପଞ୍ଚ ଇଶରାମ କୋଲଥିଆ, ଦେବିସିଂ ମାଝ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଶିଶୁ ସୁରକ୍ଷା କ୍ଷେତ୍ରରେ ଉକୃଷ୍ଠ କାର୍ଯ୍ୟ ପାଇଁ ବୌଦ୍ଧ ଜିଲ୍ଲାପାଳ ସମ୍ମାନିତ

Posted by - November 2, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ଶିଶୁ ମାନଙ୍କ ସୁରକ୍ଷା କ୍ଷେତ୍ରରେ ଉକୃଷ୍ଠ କାର୍ଯ୍ୟ ପାଇଁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଭୁବନେଶ୍ୱର, ବୌଦ୍ଧ ଜିଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ…

ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମ ଜୟନ୍ତୀ ପାଳିତ 

Posted by - January 30, 2023 0
ଯାଜପୁର ସଂସ୍କୃତି ଭବନ ପରିସରରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ଅଭିମନ୍ୟୁ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସାମନ୍ତ ସିଂହାରଙ୍କ କାଳଜୟୀ ରଚନା ସଂପର୍କରେ ବିଶେଷ ଭାବରେ ଆଲୋକପାତ କରିଥିଲେ । କୈଳାସ ନାୟକ,ସଂପାଦକ ,ଅଭିମନ୍ୟୁ ସାଂସ୍କୃତିକ ପରିଷଦ ଡଃ ରାଜ କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଯାଜପୁର ଉପଜିଲାପାଳ ଗୋପିନାଥ କୁଅଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂପାଦକ କୈଳାସ ନାୟକ ସାମନ୍ତ ସିଂହାରଙ୍କ ସାହିତ୍ୟକୃତି ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହା ପରେ ନାଟକ ଉର୍ବସୀ ମଂଚସ୍ଥ କରାଯାଇଥିଲା

ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଭ୍ରାମ୍ୟମାନ ସ୍ୱାସ୍ଥ୍ୟ ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

Posted by - June 20, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ଭ୍ରାମ୍ୟମାନ ସ୍ୱାସ୍ଥ୍ୟ ୟୁନିଟ ର ଶୁଭାରମ୍ଭ ହୋଇଯାଇଛି ।ଏହି ଅବସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର…

ଯାତ୍ରା ପରିଚାଳନା ପାଇଁ ଥାନାଧିକାରୀ ଓ ନିର୍ବାହୀ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲା ରୋଟାରୀ କ୍ଲବ

Posted by - June 8, 2023 0
ବେଲଗୁଣ୍ଠା:୮/୬(ସୁଶାନ୍ତ କୁମାର ବେହେରା )ପରମ୍ପରା ସଂସ୍କୃତି ସମ୍ପନ୍ନ ବେଲଗୁଣ୍ଠା ସହରର ପ୍ରସିଦ୍ଧ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଏ ବର୍ଷ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି…

ହରେକୃଷ୍ଣ ଦାସ ସ୍ମୃତି ସମାରୋହ ଓ କବିତା ପାଠୋତ୍ସବ

Posted by - May 6, 2023 0
ଯାଜପୁର:ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟ ପରିସରରେ ନଳିନୀ ପ୍ରଭା ଦାସ ଫାଉଣ୍ଡେସନ ପକ୍ଷରୁ ହରେକୃଷ୍ଣ ଦାସ ସ୍ମୃତି ସମାରୋହ ଓ କବିତା ପାଠୋତ୍ସବ…