Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ପଶ୍ଚିମ ପ୍ରାନ୍ତ ରେଲୱେ ଶ୍ରମିକ କଂଗ୍ରେସ କଣ୍ଟାବାଞ୍ଜି ପକ୍ଷରୁ ସାଧାରଣ ବୈଠକ

26 0

କଣ୍ଟାବାଞ୍ଜି ବ୍ୟୁରୋ :(ନରେନ୍ଦ୍ର ନେଗୀ)ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନ ପଶ୍ଚିମ ପ୍ରାନ୍ତ ରେଲୱେ ଶ୍ରମିକ କଂଗ୍ରେସ ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବରେ ସଂଘର ସମ୍ବଲପୁର ଜିଲ୍ଲା ଡିସି ଭୂପେଶ କୁମାର ମୁଣ୍ଡ ଓ ସମ୍ମାନିତ ଅତିଥ୍‌ ଭାବରେ ସଂଘର ସମ୍ବଲପୁର ଡିସି ବିଜୟ କୁମାର ମିଶ୍ର ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସଂଘ ପକ୍ଷରୁ ସମସ୍ତ ସଦସ୍ୟ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ତା ପରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ସମସ୍ତ ବ୍ରାଞ୍ଚ ମାନଙ୍କରେ ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହୋଇ ବ୍ରାଞ୍ଚ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ମନୋମୁଖୀ ଶାସନ କରୁଛନ୍ତି।

ତା ସହିତ ସଂଘ ପକ୍ଷରୁ ବିଭିନ୍ନ ଦାବୀ ଉପସ୍ଥାପନା କରିଥିଲେ। ଏଥ‌ିରେ ଏନପିଏସକୁ ବନ୍ଦ କରି ଓପିଏସ ଲାଗୁ କରାଯାଉଛି ରେଲୱେ କର୍ମଚାରୀ ମାନଙ୍କ ପାଇଁ ବଦ୍ଧିତ ଦରମା ଦିଆଯାଉ ବୋଲି ସେ କହିଥିଲେ । ଏହି ବୈଠକରେ ସମ୍ବଲପୁର ଡିଭିଜନ ଓ କଣ୍ଟାବାଞ୍ଜି ବ୍ରାଞ୍ଚ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରରେ କଣ୍ଟାବାଞ୍ଜି ଓଡ଼ିଶା ଭାସ୍କର ସାମ୍ବାଦିକ ତୁଳସୀ ରାମ ଜଗତଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ସଂଘର ବ୍ରାଞ୍ଚ ସମ୍ପାଦକ ଏନ୍ ସୁଧାକର ରାଓ , ବ୍ରାଞ୍ଚ ସଭାପତି ଏନ୍ ନାଗେଶ୍ଵର ରାଓ, ବ୍ରାଞ୍ଚ କୋଷାଧ୍ୟକ୍ଷ ସନ୍ତୋଷ ବୁଡେକ୍ , ସଂଯୋଜକ ସମ୍ପାଦକ ମୁରଲୀ ଦାସ , ଯୁବ ସଂଯୋଜକ ବିଶିକେଶନ ନାଗ, ସହ ବହୁ ସଦସ୍ୟ ବୈଠକରେ ଉପସ୍ଥିତ ରହିଥିଲେ।

Related Post

ଘୁନସର ରେ ବ୍ଲକ୍ ସ୍ତରୀୟ ଆଖି ମୁଠି ଅନୁକୂଳ ଓ କୃଷକ ଦିବସ ପାଳିତ

Posted by - April 24, 2023 0
ଖପ୍ରାଖୋଲ: ୨୩/୪(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଘୁନସର ଠାରେ କୃଷି ବିଭାଗ ତରଫରୁ ବ୍ଲକସ୍ତରୀୟ ଆଖି ମୁଠି ଅନୁକୂଳ ଉତ୍ସବ ତଥା କୃଷକ ଦିବସ ରବିବାର…

ବୌଦ୍ଧରେ ନୂତନ ଜିଲାପାଳ ଭାବେ ନୃସିଂହ ଚରଣ ସ୍ୱାଇଁଙ୍କ ଦାୟିତ୍ୱ ଗ୍ରହଣ

Posted by - July 7, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟରେ ସକାଳ ୧୨ ଟା ସମୟରେ ନୂତନ ଜିଲାପାଳ ଭାବେ ନୃସିଂହ ଚରଣ ସ୍ୱାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ…

ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ଦ୍ଵାରା ସାଇପ୍ରିୟା ୱେଲଫର ଷ୍ଟ୍ରଟ ପରିସରରେ ବୃକ୍ଷ ଚାରା ରୋପଣ

Posted by - July 9, 2022 0
ରାୟଗଡା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା। ଆଜିର ଏହି ପବିତ୍ର ଦିନ ଅବସରରେ ଉତ୍କଳ ମିଡ଼ିଆ…

ନେହେରୁ ଯୁବ କେନ୍ଦ୍ର ତରଫରୁ ବିଭିନ୍ନ ସ୍ଥାନରେ ଯୁବ ସଚେତନତା କାର୍ଯ୍ୟକ୍ରମ

Posted by - December 29, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆନୂକୂଲ୍ଯରେ ଗଞ୍ଜାମ ଜିଲ୍ଳା…

ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗଦେଲେ ନୂତନ ଡ.ଅଞ୍ଚଳ ଲୋକଙ୍କ ମଧ୍ୟରେ ଖେଳିଲା ଖୁସିର ଲହରୀ

Posted by - July 26, 2022 0
ସମ୍ବଲପୁର/ ବରଗଡ଼ / ଭଟଲି:ଆଜି ବରଗଡ଼ ଜିଲ୍ଲା ଭଟଲି ଠାରେ ସ୍ଥିତ ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଡ. ଭାବରେ ଯୋଗଦେଲେ ଡ. ରଶ୍ମିରଞ୍ଜନ ସାହୁ ।…