କଣ୍ଟାବାଞ୍ଜିକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବି,ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ

28 0

କଣ୍ଟାବାଞ୍ଜି ବ୍ୟୁରୋ 🙁 ନରେନ୍ଦ୍ର ନେଗୀ)କଣ୍ଟାବାଞ୍ଜିକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି। ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି। ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଆଜିର ଏହି ବନ୍ଦରେ ସହରର ସମସ୍ତ ସଂଗଠନ ସାମିଲ ହୋଇଛନ୍ତି। ଜିଲ୍ଲା ସଙ୍ଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲ, କାର୍ଯ୍ୟକାରୀ ସଭାପତି ବ୍ରଜ ଶ୍ୟାମ ଗୁରୁ, ଏନଏସି ଅଧକ୍ଷ ବରିୟାମ ସିଂହ ସାଲୁଜା, ଅଜୟ ଅଗ୍ରୱାଲ, ପ୍ରଦୀପ ବାଗ, କୈଳାସ ଦୀପ ,ନବଲ ଶର୍ମା,ଅମରେନ୍ଦ୍ର ତାଣ୍ଡି,ଦେବରାଜ ୟାଦବ, ବିଭିନ୍ନ ସଂଗଠନ, ମୁରିବାହାଲ, ବଙ୍ଗୋମୁଣ୍ଡା,ତୁରେକେଲା ବ୍ଲକ ର ପୂର୍ଣ ସମର୍ଥନ ରହିଥିଲା।

Related Post

ନନ୍ଦନକାନନ ଭିତରେ ପଶିଲେ ଦୁଇ ଜଂଗଲି ହାତୀ

Posted by - March 10, 2022 0
ବାରଙ୍ଗ :(ସନ୍ତୋଷ ରାଉତ )ଗତ ବିଳମ୍ବିତ ରାତ୍ରୀରେ ନନ୍ଦନକାନନ ଭିତରେ ପଶିଲେ ଦୁଇ ଜଂଗଲୀ ହାତୀ ହାତୀ ଦୁଇଟି ନନ୍ଦନକାନନ ସୁରକ୍ଷା ପାଚେରୀ ଭାଙ୍ଗି ଜିର।ଫ୍,ଜେବ୍ରା ଖୁଆଡ…

ଯାଜପୁରରେ ପହଂଚିଲା ଅହିଂସା ରଥ 

Posted by - September 25, 2022 0
ଯାଜପୁର:ଆଜାଦି କା ଅମୃତ ମହୋତ୍ସବ ଅବସରରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଗାନ୍ଧି ବିଚାରଧାରା ର ପ୍ରଚାର ପ୍ରସାର ସହିତ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ତ୍ୟାଗ ଓ ବଳିଦାନର ସ୍ମୃତିଚାରଣ ଉଦ୍ଧେଶ୍ୟରେ ଏହି ରଥ ସାରା ରାଜ୍ୟ ପରିକ୍ରମା କରୁଛି ।ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଦେବୀଗଡାରେ ଦୁଇଟି ରଥକୁ ସ୍ୱାଗତ କରାଯାଇଛି ଜିଲାପ୍ରଶାସନ ପକ୍ଷରୁ ଜିଲାପାଳ ଚକ୍ରୱର୍ତି ସିଂ ରାଠୋର, ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଳ୍ଲିକ, ଜିଲ୍ଲା ପରିଷଦ ନଳିନୀପ୍ରଭା ଜେନା,ଯାଜପୁର ପୌରପାଳିକାର ଅଧ୍ୟକ୍ଷା ରଂଜୁଲତା ହୋତା,ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ଙ୍କ ସମେତ ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବପ୍ରସାଦ ଦାସ ପ୍ରମୁଖ ଏହି ରଥକୁ ସ୍ୱାଗତ କରିଥିଲେ । ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରକାର ସାଂସ୍କୃତିକ ଦଳ ବିଭିନ୍ନ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ଏହି ରଥ ସମଗ୍ର ଯାଜପୁର ପୌରାଂଚଳ ପରିକ୍ରମା କରିଥିଲା । ଯେଉଁଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀ, ବୁଦ୍ଧିଜିବି, ସାହିତ୍ୟିକ,ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ମାନେ ସାମିଲ ହୋଇ ରଥକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୧୬୦ ମିଟର ଲମ୍ବା ତ୍ରିରଂଗା ପ୍ରଦର୍ଶିତ ହୋଇଥିଲା ।ଏହି ରଥ ଆସନ୍ତା ୩ ଦିନ ଧରି ଜିଲାର ୧୦ଟି ବ୍ଲକ ଏବଂ ଦୁଇଟି ପୌରପାଳିକା ଅଂଚଳରେ ପରିଭ୍ରମଣ କରି ଗାନ୍ଧିବାଦର ପ୍ରଚାର କରିବ ।

ଧର୍ମଗଡ଼ କଳାହାଣ୍ଡି ଉତ୍ସବ ଶେଷ ସନ୍ଧ୍ୟା ,ବଜାସାଲ ଓ,ଢୋଲ ମହୁରୀରେ ଗର୍ଜିଲା ମଞ୍ଚ

Posted by - January 17, 2023 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ଠାରେ  କଳାହାଣ୍ଡି ଉତ୍ସବ ଘୁମୁରା ଆଜି ଉଦଯାପିତ ହୋଇ ଯାଇଛି । ଉଦଯାପନି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ କୁଳପତି…

ବନ୍ଧ ଘାଇ ଭାଙ୍ଗି ଯିବାରୁ, ଧାନ ଫସଲ ନଷ୍ଟ

Posted by - September 15, 2021 0
ବୌଦ୍ଧ:( ଚିତରଂଜନ ସିଂ)ଦୁଇ ତିନି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ହରଭଙ୍ଗା ବ୍ଲକ କୁସଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭଗାମୁଣ୍ଡା ଗ୍ରାମର ଉପର ମୁଣ୍ଡରେ ଥିବା ଉପର…

ପ୍ରଶାସନ ଶୁଣିଲାନି ଅଞ୍ଚଳବାସିନ୍ଦା ନିଜ ରାସ୍ତା ନିର୍ମାଣ ପାଇଁ ଭିଡିଲେ ଅଣ୍ଟା

Posted by - August 28, 2022 0
ସମ୍ବଲପୁର :୨୮/୦୮(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମହାନଗର ନିଗମ 36 ନମ୍ବର ୱାର୍ଡ ଭତରା ସଂପକ ବିହାର ଠାରେ ପ୍ରଶାସନିକ ଉଦାସୀନତା ମନୋଭାବ ପ୍ରତିବାଦରେ ନିଜେ ରାସ୍ତା ନିର୍ମାଣ ପାଇଁ…