Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ମୁନିଗୁଡାରେ ବ୍ଯବସାୟୀଙ୍କ ନଗରୀ ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ଦାବୀ

81 0

ମୁନିଗୁଡ଼ା:(ରମାକାନ୍ତ ପଡ଼ାଲ)ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସହର ହେଉଛି ଦକ୍ଷିଣ ଓଡ଼ିଶାର ଅନ୍ୟତମ ବ୍ୟସ୍ତବହୁଳ ବ୍ୟବସାୟିକ ପେଣ୍ଠ।ଭୌଗଳିକ ଦୃଷ୍ଟି କୋଣରୁ ଦୁଇ ଦୁଇଟି ରାଜ୍ୟ ରାଜପଥ ମୁନିଗୁଡ଼ା ବାଣିଜ୍ୟିକ ପ୍ରତିଷ୍ଠାନ ଦେଇ ଯାଆଆସ କରିଥାନ୍ତି।ପ୍ରତିଦିନ ହଜାର ହଜାର ଭାରୀଯାନ, ମଧ୍ୟମ ଆକାରର ଯାନ ସହିତ ବିଭିନ୍ନ ଶିଳ୍ପ ସଂସ୍ଥାର ପଣ୍ୟ ବାହି ଯାନ ଦିନରାତି ମୁନିଗୁଡ଼ା ଦେଇ ଯିବା ଆସିବା କରିଥାଏ।ଏହି ଗାଡ଼ି ଗୁଡ଼ିକର ପାର୍କିଂ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଯାନ ଗୁଡ଼ିକ ରାସ୍ତା ମଧ୍ୟସ୍ଥ ସର୍ବସାଧାରଣ ପାର୍କିଂ ସ୍ଥଳକୁ ଆବୋରି ନେଇଥାନ୍ତି।ଅଧିକାଂଶ ସମୟରେ ଲୋଡ ଗାଡ଼ିକୁ ରାସ୍ତା କଡ଼ରେ ଠିଆ କରିଦେଇ ଗାଡ଼ି ଚାଳକମାନେ ନିତ୍ୟକର୍ମ କରିବାକୁ ଅବା ରାସ୍ତା ପାର୍ଶ୍ବ ହୋଟେଲକୁ ଚାଲି ଯାଉଥିବାରୁ ଉତ୍କଟ ଟ୍ରାଫିକ ସମସ୍ୟା ଉପୁଜୁଛି।

ଏନେଇ ବିଭିନ୍ନ ସମୟରେ ମୁନିଗୁଡ଼ା ବଣିକ ସଂଘ୍,ପ୍ରେସ କ୍ଲବ,ବିକାଶ ପରିଷଦ ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ମୁନିଗୁଡ଼ା ବିଡ଼ିଓ,ତହସିଲଦାର,ଏସିଡିପିଓ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କିଛି ଦିନ ପୂର୍ବେ ସହରରେ ନିର୍ଦ୍ଧାରିତ ସମୟ ନୋ ଏଣ୍ଟ୍ରି ସିଷ୍ଟମ କାର୍ଯ୍ୟକାରୀ କରାଯାଇଥିଲା।ପରେ ଏସବୁର ସ୍ଥାୟୀ ସମାଧାନ ନିମନ୍ତେ ମୁନିଗୁଡ଼ା ରାୟଗଡ଼ା ରୋଡରୁ ଜାମରାଗୁଡ଼ା ଯାଏ ବାଇପାସ ରୋଡ ଓ ଗାଡ଼ି ଏବଂ ଚାଳକ ମାନଙ୍କ ସୁରକ୍ଷା,ଟ୍ରାଫିକ ନିୟନ୍ତ୍ରଣ, ସର୍ବୋପରି ମୁନିଗୁଡ଼ା ସହରକୁ ଦୁର୍ଘଟଣା ମୁକ୍ତ ନିମନ୍ତେ ଅତ୍ୟାବଶ୍ୟକ ଟ୍ରକ ଟର୍ମିନାଲ ବ୍ୟବସ୍ଥା କରିବାକୁ ତତ୍କାଳୀନ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ମୁନିଗୁଡ଼ା ବାସୀଙ୍କ ତରଫରୁ ଦାବୀ ଜଣା ଯାଇଥିଲା।ଫଳ ସ୍ୱରୂପ ଏବେ ବାଇପାସ୍ ରୋଡ ହେବାପାଇଁ ସରକାରଙ୍କ ତରଫରୁ ସବୁଜ ସଂକେତ ମିଳିବା ସହିତ ପ୍ରାରମ୍ଭିକ ଅଫିସିଆଲ୍ କାର୍ଯ ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି।

ହେଲେ ଗାଡ଼ି ଡ୍ରାଇଭର,ଗାଡ଼ି ମାନଙ୍କ ସୁରକ୍ଷା ଏବଂ ଟ୍ରାଫିକ ସମସ୍ୟା ଦୃଷ୍ଟିରୁ ଅତି ଜରୁରୀ ଆବଶ୍ୟକ ହେଉଥିବା ଟ୍ରକ ଟର୍ମିନାଲ ନିର୍ମାଣ ହେବାର ବିଳମ୍ବକୁ ଦେଖି ଗାଡ଼ି ଡ୍ରାଇଭର ମାନେ ଉଦବେଗ ପ୍ରକାଶ କରିଛନ୍ତି।ସେମାନଙ୍କ କହିବା କଥା ଏହି ବ୍ୟସ୍ତ ବହୁଳ ରାଜ୍ୟ ରାଜପଥ କଡ଼ରେ ସେମାନଙ୍କୁ ଖରା,ବର୍ଷା ଓ ଶୀତରେ ଗାଡ଼ି ରଖି ବିଶ୍ରାମ ନେବାକୁ ପଡୁଛି।ନିଛାଟିଆ ରାସ୍ତା ଥିବା କାରଣରୁ ସେମାନଙ୍କୁ ମୁନିଗୁଡ଼ା ଉପକଣ୍ଠ ଭବାନୀପାଟଣା ପଟୁ ମଶାଣି ସମ୍ମୁଖ ରୋଡ,ବାଲିଗୁଡା ପଟୁ ଭୟରବି ମନ୍ଦିର ସମ୍ମୁଖ,ରାୟଗଡ଼ା ପଟୁ ମୁନିଗୁଡ଼ା ମିନି ଷ୍ଟାଡିୟମ କଡ଼ରେ ଗାଡ଼ି ପାର୍କିଂ କରି ଭୟରେ ରହିବାକୁ ପଡୁଛି।ଯଦି କେବେ ଷ୍ଟ୍ରାଇକ ହେଉଛି ତେବେ ଆହୁରି ଦୟନୀୟ ସମସ୍ୟା ଉପୁଜିଛି।

ସମୟେ ସମୟେ ଗାଡିରୁ ବ୍ୟାଟେରୀ,ଶ୍ଟେପିନ,ଡିଜେଲ ଚୋରି ହୋଇଯାଉଛି।ଅନେକ ସମୟରେ ଅସାମାଜିକ ଲୋକ ମାନଙ୍କ ଦୌରାତ୍ମ୍ୟ ମଧ୍ୟ ସାମନା କରିବାକୁ ପଡୁଥିବା ରାଜ୍ୟ ବାହାର ଡ୍ରାଇଭରମାନେ ଦୁଃଖର ସହିତ କହିଥିଲେ।ରାଜ୍ୟ ସରକାର ଏବେ ବିଭିନ୍ନ ଅଞ୍ଚଳରେ ଟ୍ରକ ଟର୍ମିନାଲ ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି।ଏଣୁ ଭୌଗଳିକ,ବ୍ୟବସାୟିକ,ଗମନାଗମନ ଏବଂ ସହରର ଟ୍ରାଫିକ ନିୟନ୍ତ୍ରଣ ଦୃଷ୍ଟିରୁ ମୁନିଗୁଡ଼ା ଉପକଣ୍ଠରେ ଏକ ଟ୍ରକ ଟର୍ମିନାଲ ନିର୍ମାଣ କରିବାକୁ ମୁନିଗୁଡ଼ାର ବିଭିନ୍ନ ମହଲରୁ ଦାବି ଉଠୁଛି।ଏହି ପରିପ୍ରେକ୍ଷୀରେ ମୁନିଗୁଡ଼ା ଗାଡ଼ି ଚାଳକମାନେ ସମସ୍ତ ଗାଡ଼ି ଚାଳକ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ରାଜ୍ୟ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗାଡ଼ି ଚାଳକ ଓ ଗାଡ଼ି ମାନଙ୍କୁ ମିଳୁଥିବା ଟ୍ରକ ଟର୍ମିନାଲ ସୁବିଧା ସେମାନଙ୍କୁ ଓ ଦୂର ଦୁରାନ୍ତରରୁ ଆସୁଥିବା ଡ୍ରାଇଭର ମାନଙ୍କୁ ଯୋଗାଇଦେବାକୁ ଦାବୀ କରିଛନ୍ତି।

 

Related Post

ସମ୍ବଲପୁରରେ ୭୩ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Posted by - January 26, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଆଜି ହେଉଛି ପବିତ୍ର ୭୩ତମ ସାଧାରଣତନ୍ତ୍ର ଦିବସ । ତେବେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ସମ୍ବଲପୁର ଠାରେ ପାଳିତ ହୋଇଯାଇଛି ୭୩ତମ…

ମମୀତା ମେହେର ହତ୍ୟା ମାମଲା:-ନକଲି ସିମ କାର୍ଡ :-ବ୍ୟବହାର କରୁଥିଲା ମୂଖ୍ୟ ଅଭିଯୁକ୍ତ ଗୋବିନ୍ଦ

Posted by - November 16, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଓଡ଼ିଶାର ଵହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ତ କୁ ମାସାଧିକ କାଳ ବିତି ଯାଇଥିଲେ ହେଁଏହି ମାମଲାର ଗୋଲକ ଧନ୍ଦା ବଢ଼ିବାରେ ଲାଗିଛି,…

ସର୍ବଭାରତୀୟସ୍ତର ରେ ଦେଶର ସମସ୍ତ ମୁଖ୍ୟଚିକିତ୍ସାଳୟରେ କୋଭିଡ ପାଇଁ ପୂର୍ବପ୍ରସ୍ତୁତି ଆରମ୍ଭ

Posted by - April 10, 2023 0
ଭୁବନେଶ୍ବର /ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ରସରକାର ସମସ୍ତ ରାଜ୍ୟର ରାଜ୍ୟ ସରକାର ତଥା ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତୁତ…

ରାଜ୍ୟସଭା ପ୍ରାର୍ଥୀ ତାଲିକା ରେ ସୁପ୍ରିମୋଙ୍କ ମୋହର, ବିଜେଡ଼ି ର ଚମତ୍କାର ଗୋଟି ଚାଳନା

Posted by - May 29, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡି ଦଳ ୪ ଜଣ ରାଜ୍ୟସଭା ପ୍ରାର୍ଥୀ ଙ୍କ ନାମ ଘୋଷଣା…