ବିଷମ କଟକ:(ରମାକାନ୍ତ ପଡ଼ାଲ)ବଜ୍ରପାତରେ ୬ ମଇଁଷି ମୃତ୍ୟୁ l ଏପରି ଘୋଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା କୁଟ୍ରାଗଡ଼ ପଞ୍ଚାୟତର ଲୋହରାଗୁଡି ଗ୍ରାମରେ l ଗତକାଲି ଅପରାହ୍ନ ସମୟରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିବା ଯୋଗୁଁ ଗାଁ ପାଖ ଗଛମୂଳରେ ବନ୍ଧା ହୋଇଥିବା ୬ ଟି ମଇଁଷିଙ୍କ ଉପରେ ଘୋଡଘୋଡିର ପ୍ରଭାବ ପଡିଥିଲା ଯାହାଫଳରେ ଘୋଟଣାସ୍ଥଳରେ ଛଅଗୋଟି ଯାକ ମଇଁଷିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l
ତେବେ ଏହି ଛଅ ଗୋଟି ମଇଁଷି ଉକ୍ତ ଗ୍ରାମର ମାର୍କଣ୍ଡ ଶିକକାଙ୍କର ବୋଲି ଜଣାପଡିଛି l ଘୋଟଣାକୁ ନେଇ ପ୍ରଶାସନ ତତ୍ପରତା ସହ ନେଇ କ୍ଷ୍ୟତିଗ୍ରସ୍ତକାରୀଙ୍କୁ ସହାୟତା ଯୋଗେଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l