Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

‘ଇଡିତାଲ’ ଚିତ୍ରକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବ

99 0

ବିଷମକଟକ :(ରମାକାନ୍ତ ପଡ଼ାଲ )ରାୟଗଡ଼ା ଜିଲା ବିଷମକଟକ ବ୍ଲକସ୍ଥିତ ନିୟମଗିରି ପାହାଡ଼ ଉପରେ ରହୁଥ‌ିବା ଜନଜାତି ଡଙ୍ଗରିଆ କନ୍ଧଙ୍କ ‘କପଡ଼ାଗଦା’ ଶାଲ ଓ ଲାଞ୍ଜିଆ ସଉରାଙ୍କ ‘ଇଡିତାଲ’ ଚିତ୍ରକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବ। ଜିଆଇ) ଟ୍ୟାଗ୍ ପାଇବ କପଡ଼ାଗନ୍ଦା ଓ ଇଡିତାଲ।ଏହି ଖବର ପ୍ରସାରିତ ହେବା ପରେ ଜିଲାରେଖୁସିର ଲହରି ଖେଳିଯାଇଛି। ଏହାର ବହୁଳ ବଜାରୀକରଣ ନିମନ୍ତେ ଜିଲା ପ୍ରଶାସନ ସୃଷ୍ଟି କରାଯିବ ବୋଲି ପ୍ରଶାସନିକ ଖୁବ୍‌ଶୀଘ୍ର ଭୌଗୋଳିକ ସୂଚକାଙ୍କତରଫରୁ ବ୍ୟାପକ ସୁବିଧା ସୁଯୋଗ ଅଧିକାରୀମାନେ କହିଛନ୍ତି ।

ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ମହିଳାଙ୍କ ଦ୍ଵାରା ବୁଣାଯାଉଥିବା ଆକର୍ଷଣୀୟ ଏସ୍ଟ୍ରୋଡରି ଶାଲ୍ କପଡ଼ାଗଦା’କୁ ନିୟମଗିରି ଡଙ୍ଗରିଆ କନ୍ଧ ୱେଭେର୍ସ ଆସୋସିଏଶନ ,ଏବ ଗୁଣପୁର ଉପଖଣ୍ଡରେ ରହୁଥ‌ିବା ପୁଟାସିଂ ଅଞ୍ଚଳର ଡଙ୍ଗରିଆ କନ୍ଧ ମହିଳାମାନେ କପଡାଗନ୍ଦା ଶାଲ୍ ବୁଣୁଛନ୍ତି।

ବଜାରୀକରଣ ଲାଗି ସୁବିଧା ସୁଯୋଗ ସୃଷ୍ଟି କରାଯିବ ଲାଞ୍ଜିଆ ସରରାଙ୍କ ଦ୍ଵାରା କାନ୍ଥରେ ଅଙ୍କାଯାଉଥିବା ସୁନ୍ଦର ‘ଇଡିତାଲ’ ଚିତ୍ରକୁ ଜିଆଇ ଟ୍ୟାଗ୍ ମିଳିବା ନିମନ୍ତେ ଇଡଲ ଇଡ଼ିତାଲ ଆସୋସିଏଶନ ପକ୍ଷରୁ ଜିଆଇ ଟ୍ୟାଗ୍ ମିଳିବା ନିମନ୍ତେ ଆବେଦନ କରାଯାଇଥିଲା। ଡଙ୍ଗରିଆ କନ୍ଧଙ୍କ କପଡ଼ାନ୍ଦା ଶାଲ୍ ଜିଆଇ ଟ୍ୟାଗ୍ ମାନ୍ୟତା ପାଇବା ନିମନ୍ତେ ୨୦୨୦-୨୧ରେ ଆବେଦନ କରାଯାଇଥିବା ବେଳେ ୨୦୨୧-୨୨ବର୍ଷରେ ଲାଞ୍ଜିଆ ସଉରାଙ୍କ ‘ଇଡ଼ିତାଲ’ ଚିତ୍ର ନିମନ୍ତେ ଆବେଦନ କରାଯାଇଥିଲା । ଏହି ଶାଲ୍ ଏବଂ ଚିତ୍ରକୁ ଜିଆଇ ଟ୍ୟାଗ୍ ମାନ୍ୟତା ନେଇ କେନ୍ଦ୍ର ସରକାରଙ୍କ ଜିଆଇ ଜର୍ନାଲରେ ପ୍ରକାଶିତ ହୋଇଛି । କପଡ଼ାଗଦା ଶାଲ ଚାହିଦା ଅନ୍ତର୍ଜାତୀୟ ବଜାରରେ ରହିଥ‌ିବା

ବେଳେ ଇଡ଼ିତାଲ ଚିତ୍ର ମଧ୍ୟ ବିଶ୍ବସ୍ତରରେ ପ୍ରସିଦ୍ଧି ଲାଭ କରିବାରେ ଲାଗିଥିବାରୁ ଉଭୟ ଆସୋସିଏଶନ ତରଫରୁ ଜିଆଇ ଟ୍ୟାଗ୍ ପାଇଁ ଦାବି ହୋଇ ଆସୁଥିଲା। ଏବେ ଚେନ୍ନାଇ ଭିଭିକ ଭୌଗୋଳିକ ସୂଚକାଙ୍କ ରେଜିଷ୍ଟ୍ରି ଜିଆଇ ପଞ୍ଜୀକରଣ ପାଇଁ ଜାତୀୟ ସଂସ୍ଥା ନିକଟରେ ଓଡ଼ିଶା ନୟାଗଡ଼ର କଣ୍ଢେଇମୁଣ୍ଡି ବାଇଗଣ, କୋରାପୁଟର କଳାଜିରା ଭଳି ୭ଟି ଉତ୍ପାଦ ପାଇଁ ବିଜ୍ଞାପନ କରିଛି । ଯଦି କୌଣସି ବ୍ୟକ୍ତି ବା ସଂସ୍ଥାଙ୍କଠାରୁ ଏହି ୭ଟି ଉତ୍ପାଦକୁ ୪ ମାସ ଭିତରେ ବିରୋଧ ନ ହୁଏ ତେବେ ଏଗୁଡିକ ଜିଆଇ ଗେଜିଷ୍ଟ୍ରିରେ ପ୍ରବେଶ ହେବ ଏବଂ ଉତ୍ପାଦ ସପକ୍ଷରେ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି ସମସ୍ତ ଉତ୍ପାଦ ଖାଦ୍ୟ, ହସ୍ତତନ୍ତ ଏବଂ କୃଷି ବିଭାଗ ଅଧୀନରେ ଅନ୍ତର୍ଭୁକ୍ତ ବୋଲି ଜଣାପଡିଛି ।

 

Related Post

ଦିନ ଦୁଇ ପହରେ ହେଉଛି ଗୋରୁ ଚାଲାଣ ,ପ୍ରଶାସନର ଅଣଦେଖା ପ୍ରଶ୍ନବାଚୀ ସୃଷ୍ଟି କରୁଛି ?

Posted by - January 25, 2022 0
କେସିଙ୍ଗା:(ପୀତେଶ ପଟେଲ)କେସିଙ୍ଗା ଦେଇ ବାହାର ରାଜ୍ୟ କୁ ଗୋରୁ ଚାଲାଣ ହେଉଥିବା ଦେଖିବାକୁ ମିଳିଛି ।ନିକଟସ୍ଥ ବଲାଙ୍ଗୀର ଜିଲ୍ଲାର ଟିଟଲାଗଡ ପଟୁ ପ୍ରତେକ୍ ଶନିବାର ଓ ରବିବାର…

କଳାହାଣ୍ଡି ଉତ୍ତର ବନଖଣ୍ଡ‌ ଅଞ୍ଚଳରେ ହାତୀ ଆତଙ୍କ : ଫସଲ ନଷ୍ଟ ଅଭିଜୋଗ ଆଣିଲେ ଚାଷୀ

Posted by - October 28, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ଓ କେସିଙ୍ଗା ରେଞ୍ଜ୍ ଅଧିନସ୍ଥ ଗ୍ରାମ ଗୁଡିକରେ…

ରାଜ୍ୟରେ ୧୮୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ପୁଣି ୯୬ ଚିହ୍ନଟ

Posted by - May 29, 2020 2
ଭୁବନେଶ୍ବର :ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୭୭ ଜଣ ସୁସ୍ଥ ହୋଇଥିବାବେଳେ ୮୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି।ଆଜି ରାଜ୍ୟରେ ୧୮ ଜିଲ୍ଲାରେ…

ଜୁଲାଇ ୨ ତାରିଖ ରୁ କୋଭିଡ଼ କଟକଣା ମଧ୍ୟରେ ଚାଲିବ ବିଧାନସଭା ଅଧିବେସନ: ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

Posted by - June 29, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆସନ୍ତା ବିଧାନସଭା ଅଧିଵେସନ ଜୁଲାଇ ୨ ତାରିଖ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ମୋଟ ୨୪ ଟି କାର୍ଯ୍ୟ…

ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ , ଶ୍ରମିକଙ୍କୁ ବକେୟା ମଜୁରୀ ଟଙ୍କା ନ ମିଳିବାରୁ କାମ ବନ୍ଦ କଲେ ଶ୍ରମିକ

Posted by - April 26, 2022 0
ବୌଦ୍ଧ: (ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ମହାନଦୀ ଉପରେ ସେତୁ ନିର୍ମାଣ କାମ ଦିନକୁ ଦିନ ସରି ସରି ଆସୁଥିବା ବେଳେ , କାମ…