କେସିଙ୍ଗା :(ପ୍ରିତେଶ ପଟେଲ )କଳାହାଣ୍ଡି ଜିଲ୍ଲା କେସିଙ୍ଗା ଉଚ୍ଚ ବିଦ୍ୟାପୀଠ ପରିସରରେ କେସିଙ୍ଗା ଚେତାବନୀ ସାହିତ୍ୟ ସଂସଦ ର ସଭାପତି ଶ୍ରୀମତୀ ଯାଜ୍ଞସେନୀ ସାହା ଙ୍କ ସଭାପତିତ୍ବରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ “ଗୀତରେ ଗୀତରେ ଗଙ୍ଗାଧର ” ଅନୁଷ୍ଠିତ ହୋଇ ଯାଇଛି। ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ଓ କେସିଙ୍ଗା ସହରର ବିଭିନ୍ନ ବିଦ୍ୟାଳୟ /ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଗଙ୍ଗାଧର ମେହେର ଙ୍କ ସଙ୍ଗୀତ ଗାନ ପରିବେଷଣ କରାଯାଇଥିଲା।
ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ର ବରିଷ୍ଟ ଚିକିତ୍ସକ ତଥା ସମାଜ ସେବୀ ଡ଼. ହେମ ସାଗର ସାହା ଯୋଗ ଦେଇ ଥିବା ବେଳେ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ବରିଷ୍ଟ ଅଧ୍ୟାପକ ଗବେଷକ ଓ ନାଟ୍ୟକାର ଶ୍ରୀ ପରମେଶ୍ବର ମୁଣ୍ଡ ସ୍ବାଗତ ସମ୍ଭାଷଣ ଦେଇ ଥିଲେ ଚିତାବନି ସାହିତ୍ୟ ସଂସଦ ର ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ପଣ୍ଡା ସେହିପରି ଅତିଥି ପରିଚୟ ପ୍ରଦାନ କରିଥିଲେ ସାହିତ୍ୟ ସଂସଦ ର ସାଂଗଠାନିକ ସମ୍ପାଦକ ଯାଦବେନ୍ଦ୍ର ସାହା ସେହିପରି ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ଜ୍ଞାନେନ୍ଦ୍ର ଭୋଇ ଏବଂ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ସାହିତ୍ୟ ସଂସଦ ର ଉପସଭାପତି ଶ୍ରୀ ରମେଶ କୁମାର ଜେନା ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ହରିଶଙ୍କର ଭୋଇ, ରୁବି ଚୌଧୁରୀ,ସଂଯୁକ୍ତା ପାଢ଼ୀ ଓ ଅନ୍ୟାନ୍ୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।