Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

କପା କିଆରୀ ରୁ ମହିଳାଙ୍କ ମୃତଦେହ ଉଦ୍ଧାର

31 0

ବଲାଙ୍ଗିର:(ନରେନ୍ଦ୍ର ନେଗୀ)ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମହୁରୁଣ୍ଡି ଗ୍ରାମର ଜଣେ ମହିଳାଙ୍କ ମୃତଦେହ କପା କିଆରୀରୁ ଉଦ୍ଧାର , ଗତ ୩୧  ରେ ମହିଳା ଜଣକ ନିଖୋଜ ଥିବା ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା l ସୂଚନା ଅନୁଯାୟୀ ମହୁରୁଣ୍ଡି ଗ୍ରାମର ଅନିରୁଦ୍ଧ ସାହାଣୀ କଂସାପଲା ଗ୍ରାମର ଚନ୍ଦ୍ରମଣୀ ଶବର ଙ୍କ ଝିଅ ଆଲ୍ଲାଦିନୀ ଶବର (35)ଙ୍କୁ ବାହା ହୋଇଥିଲେ l ତାଙ୍କର ଚାରୋଟି ପୁଅ ଝିଅ ଅନିରୁଦ୍ଧଙ୍କ କହିବା ଅନୁଯାୟୀ ତାଙ୍କ ପରିବାର ଭଲ ଭାବରେ ଚାଷ କରି ପରିବାର ପରିପୋଷଣ କରୁଥିଲେ l

ତିନି ମାସ ତଳେ ଦୁହେଁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କୌଣସି ବିଷୟକୁ ନେଇ ବଚସା ହୋଇଥିଲା ଫଳରେ ଆଲ୍ଲାଦିନୀ ଘର ଛାଡି କୁଆଡେ ଚାଲି ଯାଇଥିଲେ ପରେ ନିଜେ ଫୋନ କରି ଘର ଲୋକଙ୍କୁ କହିଥିଲେ ମତେ ଆସି ନେଇଯାଅ ବୋଲି l ଘରକୁ ଫେରି ପୁଣି ସମସ୍ତେ ଭଲଭାବରେ ମିଶି ରହୁଥିଲେ l ଗତ ଅଗଷ୍ଟ ମାସ 31 ତାରିଖ ଦିନ ଆଲ୍ଲାଦିନୀ କୁଆଡେ ନିଖୋଜ ହୋଇଯାଇଥିବା ତାଙ୍କ ସ୍ୱାମୀ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଆଜି ମହୁରୁଣ୍ଡି ଗ୍ରାମ ନିକଟସ୍ଥ ଭାଲୁଡୁଙ୍ଗରି ଗ୍ରାମର କୁରକୁରୁ ନାଏକ ଏବଂ ରାଶି ବରିହା ସକାଳ ସମୟରେ ନିଜ ଜମି ପଟେ ଆସିଥିବା ବେଳେ ଗୋଟିଏ ମହିଳାଙ୍କ ମୃତଦେହ ନିର୍ବସ୍ତ୍ର ଅବସ୍ଥାରେ କପା କିଆରୀ କୁ ଲାଗିଥିବା ଗୋଟିଏ ନାଳ ମଝିରେ ପଡ଼ିଥିବା ଦେଖିବାକୁ ପାଇଥିଲେ l

ମହିଳାଙ୍କ ମୃତଦେହ ଦେଖି ସେମାନେ ଜାଣିପାରିଥିଲେ ଯେ ମୃତ ମହିଳା ଜଣକ ମହୁରୁଣ୍ଡି ଗ୍ରାମର ଆଲ୍ଲାଦିନୀ ସାହାଣୀ ବୋଲି l ପରେ ତାଙ୍କ ଘର ଲୋକକୁ ଖବର କରିଥିଲେ l ଖବର ପାଇ ଅନିରୁଦ୍ଧ ସାହାଣୀ ଖପ୍ରାଖୋଲ ଥାନାକୁ ଜାଇ ଘଟଣା ବିଷୟରେ ଜଣେଇଥିଲେ l ପରେ ଘଟଣା ସ୍ଥଳରେ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପୋଲିସ ଦଳ ସହ ଘଟସ୍ଥଳରେ ପହଞ୍ଚି ଥିବାବେଳେ କିଛି ସମୟ ପରେ ପାଟଣାଗଡ଼ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ଏବଂ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ ଘଟଣା ସ୍ଥଳକୁ ପହଞ୍ଚି ଥିଲେ l ସାଇଣ୍ଟିଫିକ ଦଳ ଘଟଣସ୍ଥଳରେ ପହଞ୍ଚି ଶବର ପଞ୍ଚନାମା କରିଥିବାବେଳେ ଅନୁସନ୍ଧାନୀ କୁକୁର କୁ ମଧ୍ୟ ଘଟଣା ସ୍ଥଳକୁ ଡକାଯାଇଥିଲା l ଏବିଷୟରେ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି ପୋଷ୍ଟମାର୍ଟମ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି କହିଥିଲେ

Related Post

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଡ. ବି ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ

Posted by - April 15, 2022 0
କଳାହାଣ୍ଡି::(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ସ୍ଥିତ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ବାବା ସାହେବ୍ ଡ ବି ଆର୍ ଆମ୍ବେଦକରଙ୍କ…

ଅନୁଗୁଳ ରଜ ପର୍ବ ପାଳନରେ କଟକଣା ଜାରିକଲା ଜିଲ୍ଲା ପ୍ରଶାସନ

Posted by - June 13, 2020 99
ଆନୁଗୁଳ:( ମହେଶ ଭୋମରାଜ)କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଜ ପର୍ବ ପାଳନରେ କଟକଣା ଜାରିକଲା ଜିଲ୍ଲା ପ୍ରଶାସନ । ସଂପ୍ରତି ମହାମାରି କରୋନା ରାଜ୍ୟରେ ତାର କାୟା…

କନିଷ୍ଟ ଶିକ୍ଷକ ପଦବୀ ପାଇଁ ଚାଲିଛି ଲାଞ୍ଚ,କୁ ମାଥିଲି ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଖଣ୍ଡନ

Posted by - August 15, 2021 0
ମାଥିଲି :(ଅବଦୁଲ ଗନି)ଗତ ଅଗଷ୍ଟ ୧୩ ତାରିଖ ରେ କନିଷ୍ଟ ଶିକ୍ଷକଙ୍କ  ଠାରୁ ଲାଞ୍ଚ କାରବାର ଚାଲିଥିବା ଖବର ପ୍ରକାଶିତ ହୋଇଥିଲା।ଏହି ପରିପେଖି ରେ  ବ୍ଲକ ଶିକ୍ଷା…

ଲାଞ୍ଜିଗଡ଼ ବ୍ଳକ ରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - May 9, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ସ୍ଥାନୀୟ ଲାଞ୍ଜିଗଡ଼ବ୍ଲକ ବିଶ୍ଵନାଥପୁର ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍…

କ୍ରୀଡା ଶିକ୍ଷକ ପ୍ରମୋଦ ରାଉତ ଙ୍କୁ ବୀଣାପାଣି ସମ୍ମାନ

Posted by - August 26, 2019 98
ଭୁବନେଶ୍ୱର:୨୫-0୮ ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଦଧି ବାବନ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ ରାଉତ ଙ୍କୁ ବୀଣାପାଣି ସମ୍ମାନ ରେ ସମ୍ମାନିତ କରାଯାଇଛି।ଆଜି…