ଯୁବରେଡକ୍ରସ ଶାଖାର ପ୍ରବେଶ ଉତ୍ସବ

111 0

ଧର୍ମଗଡ:  ତା ୨/୯(ହେମନ୍ତ କୁମାର ମାଝୀ)ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ଯୁବରେଡକ୍ରସ ଶାଖାରେ ଯୋଗଦାନ ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରେଡକ୍ରସ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ପଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ  ପ୍ରବେଶ ଉତ୍ସବକୁ ଉଦଘାଟନ କରି କହିଥିଲେ:ସେବା ମଣିଷକୁ ମାନବିକତା ପ୍ରଦାନ କରିଥାଏ।ବିଶ୍ୱର ଏକ ସର୍ବବୃହତ ଅନୁଷ୍ଠାନ ରେଡକ୍ରସ ସୋସାଇଟିର  ସଦସ୍ୟ ହୋଇ ସେବା କରିବା ଗୌରବର ବିଷୟ।

ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ରଂଜନ କୁମାର ପଣ୍ଡା,ଅକ୍ଷୟ ପଟ୍ଟନାୟକ, ନିକୁଞ୍ଜ ବିହାରୀ ସାହୁ ଓ ଫକୀର ଚଣ୍ଡି ଉପସ୍ଥିତ ଥିଲେ। ଯୁବ ରେଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ରେଡକ୍ରସର ଇତିହାସ, ଚିହ୍ନ, ମୌଳିକ ନୀତି ତଥା ସ୍ବେଚ୍ଛାସେବୀ ମାନଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ।

ଦ୍ବିତୀୟ ବର୍ଷର ସ୍ବେଚ୍ଛାସେବୀ ଜସମୀନ ନାଗ, ସୁରେଶ୍ବରୀ ନାଏକ,ଝାନସୀ ନାଏକ,କାମେଶ୍ବର ବିଷି,ଆଶୋକ ପାତ୍ର,ରମାକାନ୍ତ ଲହଜଲ,ଭରତ ଭୂଷଣ ନାଏକ ନୂତନ ଭାବରେ  ଯୁବରେଡକ୍ରସରେ ଯୋଗଦାନ କରିଥିବା ସ୍ବେଚ୍ଛାସେବୀ ମାନଙ୍କୁ ରେଡକ୍ରସ କ୍ୟାପ ଓ ସ୍ରାପ୍ ଦେଇ ସ୍ବାଗତ କରିବା ସହ ଯୁବରେଡକ୍ରସ କ୍ଲାପିଙ୍ଗ ବିଷୟରେ ଅବଗତ କରିଥିଲେ।କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିବାବେଳେ ଆଶୋକ ଚଣ୍ଡି ଓ ସାନୁର୍ଯ୍ୟ ଗୋପାଳ ପରିଚାଳନାରେ ସହଯୋଗ କରିଥିଲେ।

Related Post

କ୍ରୋମାଇଟ ପରିବହନ ବିବାଦ ସାମ୍ବାଦିକ ସମ୍ମିଳନୀରେ ଗୁମର ଖୋଲିଲେ ଟ୍ରକ ମାଲିକ

Posted by - September 11, 2019 3
ଯାଜପୁର ଜିଲ୍ଲା ରେ କ୍ରୋମାଇଟ ପରିବହନ ନେଇ ଦିନକୁ ଦିନ ବିବାଦ ବଢୁଥିବା ବେଳେ ଏହା ପଛରେ ଥିବା କାରଣ ନେଇ କେତେକ ଟ୍ରକ ମାଲିକ ଗତକାଲି…

ଦିବ୍ୟଙ୍ଗ ଦମ୍ପତି ଙ୍କୁ ବିବାହ ପ୍ରସାହନ ରାଶି ୨,୫୦,୦୦୦ ଟଙ୍କା ପ୍ରଦାନ

Posted by - July 30, 2021 0
ବୋୖଦ୍ଧ:(ଚିତ୍ତରଂଜନସିଂ)ବୋୖଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦିବ୍ୟ।ଙ୍ଗ ଦମ୍ପତି ଙ୍କୁ ବିବାହ ପ୍ରସାହନ ରାଶି ବାବଦକୁ ଦୁଇ ଲକ୍ଷ  ପଚାଶ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏଥିପାଇଁ ଦିବ୍ୟ।ଙ୍ଗ…

କରୋନା ମହାମାରୀ କୁ ପ୍ରତିହତ କରିବା ସକାଶେ ଅତାବିରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ

Posted by - July 30, 2022 0
ବରଗଡ: (ରମାକାନ୍ତ ବିଶ୍ଵାଳ) ଦେଶରେ କରୋନା ମହାମାରୀକୁ ପ୍ରତିହତ କରିବା ସକାଶେ ସରକାର ବାରମ୍ବାର ବିଭିନ୍ନ ପ୍ରକାରର ସଚେତନ ବ୍ୟବସ୍ଥା କରି ଜନସାଧାରଣ ଙ୍କ ହିତ ସାଧନ…

କିନ୍ନର ପାଳନ କଲେ ସାବିତ୍ରୀ ଓଷା

Posted by - May 30, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ଆଜି ହେଉଛି ପବିତ୍ର ସାବିତ୍ରୀ ଓଷା । ସଧବା ମହିଳା ମାନେ ନିଜ ସ୍ୱାମିର ଦିର୍ଘାୟୁ କାମନା କରି ପାଳନ କରିଥାନ୍ତି ସାବିତ୍ରୀ ଓଷା…

ମହାଭାରତ ପାରାୟଣ ଜ୍ଞାନଯଜ୍ଞ ଆଜି ସମାପନ

Posted by - May 6, 2023 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ ତରାପୁର ଗୋଲାମୁଣ୍ଡା ବ୍ଲକ ର ଗୋଲାମୁଣ୍ଡା କୁମାରୀ ଗାଁ ଠାରେ ରେ ମହାଭାରତ ପାରାୟଣ ଜ୍ଞାନଯଜ୍ଞ ଆଜି ସମାପନ ହୋଇଯାଇଛି।ଧର୍ମଗଡ଼ ବ୍ଲକ…